ଓଡିଶା

odisha

ETV Bharat / state

ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - Code Of Conduct Violation - CODE OF CONDUCT VIOLATION

Code Of Conduct Violation Allegation: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି । ପିଲାମାନଙ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

By ETV Bharat Odisha Team

Published : Apr 26, 2024, 8:00 PM IST

ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରିଛି ବିଜେଡି । ଆଠମଲ୍ଲିକରେ 45 ଡିଗ୍ରୀ ଖରାରେ ପିଲାଙ୍କୁ ନିର୍ବାଚନରେ ବ୍ୟବହାର କରୁଛନ୍ତି ଧର୍ମେନ୍ଦ୍ର । ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ କରି ଏପରି କରୁଥିବାରୁ ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନିଷ୍ଠାନ ପାଇଁ ନିର୍ବାଚନ ଅଧିକାରୀଙ୍କ ଆଗରେ ଦାବି କରିଛି ବିଜେଡି ।

ବିଜେଡି ମୁଖପାତ୍ର ତୁମ୍ଭନାଥ ପଣ୍ଡା କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ରାଜ୍ୟରେ ପ୍ରଚାର କାର୍ଯ୍ୟ ଚାଲିଛି । ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଛି । ଏହି ସମୟରେ ଛୋଟ ଛୋଟ ପିଲାଙ୍କୁ ବିଜେପିର ନେତାମାନେ ପ୍ରଚାର ଓ ରାଲିରେ କିପରି ବ୍ୟବହାର କରୁଛନ୍ତି ସେ ବାବଦରେ ଅଭିଯୋଗ କରିଛୁ । ବିଜେପିର ଭୁବନେଶ୍ୱର ସଂସଦୀୟ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଛୋଟ ଶିଶୁ ବେକରେ ଉତ୍ତରୀୟ ପକାଇଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡାରେ ବିଜେପିର ସଂସଦୀୟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସମାନ କାମ କରିଛନ୍ତି । ବିଜେପିର ଚିକିଟି ବିଧାୟକ ପ୍ରାର୍ଥୀ ଛୋଟ ଛୁଆଙ୍କୁ ବ୍ୟବହାର କରିଛନ୍ତି । କିଛି ଅଭିଯୋଗର ତଦନ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କରୁଛନ୍ତି ।"

ଏହାନ ମଧ୍ୟ ପଢ଼ନ୍ତୁ...CEOଙ୍କ ଫେରାଦ ବିଜେଡି; ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ବିଜେପି ପ୍ରାର୍ଥୀ - Violation Of Model Code Of Conduct

ତୁମ୍ଭନାଥ ପଣ୍ଡା ଏହା ମଧ୍ୟ କହିଛନ୍ତି, "ଏହି ଅଭିଯୋଗ ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପିର ସଂସଦୀୟ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । 24 ତାରିଖ ଦିନ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସେ ଛୋଟ ପିଲାଙ୍କୁ ପ୍ରଚାର ସମୟରେ ବ୍ୟବହାର କରିଛନ୍ତି । ଆଠମଲ୍ଲିକ ଏନଏସିର ୱାର୍ଡ ନମ୍ବର 5ରେ ସେ ପିଲାଙ୍କୁ ନିୟୋଜିତ କରିବାର ପ୍ରମାଣିତ ତଥ୍ୟ ଆମେ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ । ସେ ଛୋଟ ପିଲାଙ୍କ ହାତରେ ପ୍ଲାଏ କାର୍ଡ ଧରେଇ ଦେଇଥିଲେ । ଯାହା ନିନ୍ଦନୀୟ ଓ ଅନୈତିକ ଏବଂ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ । 40 ଡିଗ୍ରୀ ଖରାରେ ଛୋଟ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର ଏକ ଅମାନବୀୟ କାର୍ଯ୍ୟ । ଯଦି ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତାହାଲେ ଏହି ଧାରା ବଜାୟ ରହିବ । ଛୋଟ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ।" ତେବେ ବିଜେଡିର ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଓମ ପ୍ରକାଶ ସାହୁ, ଇପ୍ସିତା ସାହୁ ଓ ସୋଫିଆ ଆଲମ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details