ଓଡିଶା

odisha

ଅନୁଗୋଳରେ ବିଜେଡିର ସଂଗଠନ ସଜଡ଼ା ଚିନ୍ତା, ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର - Angul Assembly constituency

By ETV Bharat Odisha Team

Published : Apr 22, 2024, 9:27 AM IST

Updated : Apr 22, 2024, 11:19 AM IST

BJD Election Meeting: ଅନୁଗୋଳରେ ବିଜେଡିର ନିର୍ବାଚନୀ ବୈଠକ । ବିଧାୟିକା ପାର୍ଥୀ ସଂଯୁକ୍ତା ସିଂହ ଓ ସାଂସଦ ପାର୍ଥୀ ଅଭିନାଶ ସାମଲଙ୍କୁ ବିଜୀୟ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

BJD Election Meeting

ଅନୁଗୋଳ: ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରଚାର ସହ ଘନ ଘନ ବୈଠକ ଜାରି ରଖିଛନ୍ତି ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀ । ନିର୍ବାଚନୀ ରଣନୀତି ନେଇ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଥମ ଥର ପାଇଁ ବିଜେଡିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଅନୁଗୋଳ ବିଧାନସଭା ପାର୍ଥୀ ସଂଯୁକ୍ତା ସିଂହ ଓ ଢେଙ୍କାନାଳ ଲୋକସଭା ପାର୍ଥୀ ଅଭିନାଶ ସାମଲ ଏହି ନିର୍ବାଚନ ସଭାର ଆୟୋଜନ କରିଥିଲେ ।

ଢେଙ୍କାନାଳ ଲୋକସଭା ଆସନରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଅଭିନାଶ ସାମଲ । ସେହିପରି ଅନୁଗୋଳ ବିଧାନସଭା ଆସନ ପାଇଁ ସଂଯୁକ୍ତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି । ଅନୁଗୋଳ ପୌରପାଳିକାରେ ଦଳ କିଭଳି ଭଲ ପଦର୍ଶନ କରିବ ଆଗକୁ କିଭଳି ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଯିବ ସେ ନେଇ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। କାଯ୍ୟକ୍ରମରେ ଦଳୀୟ ସହ ପର୍ଯ୍ୟବେକ୍ଷକ କୁନବୀହାରି ଦାସ ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏଥର ଦଳ ରାଜନୀକାନ୍ତଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କୁ ପାର୍ଥୀ କରିଛି। ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଏହି ସଭା ପରିଚାଳିତ ହୋଇଥିଲା। ବୈଠକରେ ଦଳୀୟ କାଉନସିଲର ଓ ସବୁ ୱାର୍ଡର ଦଳୀୟ ନେତୃତ୍ୱରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅନୁଗୋଳରେ ବିଜେଡି ଖେଳିଲା ମହିଳା କାର୍ଡ, ସଂଯୁକ୍ତା ହେଲେ ପ୍ରଥମ ବିଧାୟିକା ପ୍ରାର୍ଥିନୀ - Angul Assembly constituency

ଚଳିତ ନିର୍ବାଚନରେ ଅନୁଗୋଳ ବିଧାନସଭା କ୍ଷେତ୍ର ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ବହୁ ରାଜନୈତିକ ଅଙ୍କକଷା ପରେ ଏପ୍ରିଲ 17 ତାରିଖରେ ଅନୁଗୋଳ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ସ୍ଥାନୀୟ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ରଜନୀଙ୍କ ସ୍ତ୍ରୀ ସଂଯୁକ୍ତା ହେଉଛନ୍ତି ଏହି ବିଧାନସଭା ମଣ୍ଡଳୀ ପାଇଁ ପ୍ରଥମ ମହିଳା ପ୍ରାର୍ଥିନୀ ।

2019 ନିର୍ବାଚନରେ ଅନୁଗୋଳ ବିଧାନସଭା ଆସନରେ ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ ବିଜେଡିର ରାଜନୀକାନ୍ତ ସିଂହ । ସେ 65 ହଜାର 388 ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି 56 ହାଡର 565 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ବିପ୍ଳବ କୁମାର ଜେନା 30 ହଜାର 572 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Apr 22, 2024, 11:19 AM IST

ABOUT THE AUTHOR

...view details