ଭୁବନେଶ୍ବର:ପିପିଲି ଅଞ୍ଚଳରେ ବ୍ୟାପିଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ କୁକୁଡ଼ାମାନଙ୍କୁ ମାରି ପୋତାଯାଉଛି । ଏପଟେ ବାର୍ଡ ଫ୍ଲୁକୁ ନେଇ ଲୋକଙ୍କ ମନରେ ଛନକା । ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ । କାରଣ ବାର୍ଡ ଫ୍ଲୁ କୁକୁଡାଙ୍କ ଠାରୁ ମଣିଷଙ୍କୁ ସମ୍ଭାବନା ରହିଛି । ତେବେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳରେ ଯଦି ଲୋକମାନଙ୍କର ଜ୍ଵର, କାଶ କିମ୍ବା ଛିଙ୍କ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ବାର୍ଡ ଫ୍ଲୁକୁ ଜାଣିବା କିପରି ? ଲୋକମାନେ କିପରି ସତର୍କ ରହିବେ ? ସେନେଇ କ'ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଏବଂ ଓୟୁଏଟି କୁକୁଡ଼ା ପ୍ରଜନନ ବିଭାଗର ମୁଖ୍ୟ ଜାଣନ୍ତୁ..
Bird Flu Outbreak (ETV Bharat Odisha) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ କହିଛନ୍ତି, "ଏବେ ପାଇଁ ଚିକେନ ନ ଖାଇବା ଭଲ । ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଦିଆଯାଇଛି । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ବର ହେବ । ଫିଭର ସର୍ଭିଲାନ୍ସ ଆମେ ଜିଲ୍ଲା ବାରି କରାଯାଇଛି । ପିପିଲି ବାର୍ଡ ଫ୍ଲୁର ହଟ ସ୍ପଟ୍ । ତେଣୁ ରାପିଡ ରେସ୍ପନ୍ସ୍ ଟିମ ଯାଇଛନ୍ତି । ଆଜି ପିପିଲିର ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦିଆଯାଇଛି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର । ସବୁ ଦିନ ଜନସ୍ୱାସ୍ଥ୍ୟ ୟୁନିଟ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି । କେବଳ ପିପିଲିରେ ବାହାରୁଛି ବୋଲି ଆମେ ସେ ଜାଗା ସହ ଅନ୍ୟ ଅଞ୍ଚଳକୁ ବି ଧ୍ୟାନରେ ରଖିଛୁ । ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ ।"
ମନୁଷ୍ୟ ପ୍ରତି କେତେ ବିପଦ: ଏହି ବାର୍ଡ ଫ୍ଲୁ ବିଶେଷ ଭାବରେ ଗୋଟିଏ କୁକୁଡ଼ା ଠାରୁ ଅନ୍ୟ କୁକୁଡ଼ାକୁ ବ୍ୟାପିଥାଏ । କିନ୍ତୁ ଏହା ବହୁତ୍ ଡେରିରେ ମଣିଷକୁ ବ୍ୟାପିଥାଏ । ଯାହା ମଣିଷକୁ ସଂକ୍ରମଣ ହେଲେ ପ୍ରଥମେ ଜ୍ଵର ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
କୁକୁଡ଼ାରୁ ଫାର୍ମରେ କାମ କରୁଥିବା ଲୋକଙ୍କୁ ସତର୍କ:
ଏପଟେ ଓୟୁଏଟିର କୁକୁଡ଼ା ପ୍ରଜନନ ବିଭାଗର ମୁଖ୍ୟ ସୁଶାନ୍ତ କୁମାର ଦାସ କହିଛନ୍ତି, "ବାର୍ଡ ଫ୍ଲୁ ଗୋଟିଏ ସିଜିନାଲ ରୋଗ । ଏହା ଏକ ଭୂତାଣୁ ଜନିତ ଅଟେ । ଏହା H5N1 ଜନିତ ଭୂତାଣୁ । ଏହାଶୀଘ୍ର ବ୍ୟାପିଥାଏ । ଯାହା କୁକୁଡ଼ା ଠାରୁ କୁକୁଡ଼ାକୁ ବ୍ୟାପିଥାଏ । କିନ୍ତୁ କୁକୁଡ଼ା ଠାରୁ ମଣିଷ ମଧ୍ୟରେ ଟିକେ ଡେରିରେ ବ୍ୟାପିଥାଏ । ଯେଉଁମାନେ ଫାର୍ମରେ ଅଛନ୍ତି ସେମାନେ ସତର୍କ ରହିବାକୁ ପଡିବ । ଯେଉଁମାନେ କୁକୁଡ଼ା ଖାଉଛନ୍ତି ସେମାନଙ୍କର କୌଣସି ଅସୁବିଧା ନାହିଁ । ଆମର ଯେଉଁ ରୋଷେଇ ପ୍ରଣାଳୀ ବାର୍ଡ ଫ୍ଲୁ ଦ୍ଵାରା କୌଣସି କିଛି ଅସୁବିଧା ହେବ ନାହିଁ । ମଲା କୁକୁଡ଼ା ନ ଖାଇବା ଭଲ । ଯେଉଁ ଭଳି ଭାବରେ ଚିକେନ ଖାଇବାକୁ ଚାହୁଁଛନ୍ତି ଖାଇପାରିବେ । ଯେଉଁମାନେ କୁକୁଡ଼ା ଘରେ କାମ କରୁଛନ୍ତି ସେମାନେ ଅଧିକ ସତର୍କ ରହିବାକୁ ପଡିବ । ତାଙ୍କର ଯଦି ଜ୍ଵର, ଛିଙ୍କ କି କାଶ ହେଉଛି ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବହୁତ୍ କମ୍ ସମ୍ଭାବନା ରହିବ ଯେ ସେମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ।"
ବାର୍ଡ ଫ୍ଲୁକୁ ଜାଣିବେ କିପରି:
କୁକୁଡ଼ାକୁ ବାର୍ଡ ଫ୍ଲୁ ହେଲେ ବିଶେଷ ଭାବରେ କୁକୁଡ଼ାମାନେ ରୋଗରେ ପଡିଥାନ୍ତି । କୁକୁଡ଼ାର ଆଖି, କାନ, ନାକରୁ ପାଣି ବାହାରିଥାଏ । କୁକୁଡ଼ାର ପର ଗୁଡ଼ିକ ଫୁଲିଲା ଭଳିଆ ଲାଗିଥାଏ । କୁକୁଡ଼ାକୁ ଚାଲି ପାରିବ ନାହିଁ । ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ପଡ଼ି ରହିବ । ତେଣୁ ଜଣାପଡ଼ିବ ଯେ କୁକୁଡ଼ାକୁ ବାର୍ଡ ଫ୍ଲୁ ହୋଇଛି । ଯଦି କୌଣସି ଏକ ସ୍ଥାନରେ ବାର୍ଡ ଫ୍ଲୁ ହୋଇଛି ସେଠାରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି । କୁକୁଡ଼ାକୁ କୁକୁଡ଼ା ମଧ୍ୟରେ ବାର୍ଡ ଫ୍ଲୁ ଅଧିକ ମାତ୍ରାରେ ସଂକ୍ରମଣ ବ୍ୟାପିଥାଏ" ।
ଘରେ ଥିବା କୁକୁଡ଼ା ପ୍ରତି ନାହିଁ ଭୟ:
କୁକୁଡ଼ା ପ୍ରଜନନ ବିଭାଗୀୟ ମୁଖ୍ୟ ସୁଶାନ୍ତ ଦାସଙ୍କ କହିବା ଅନୁସାରେ, ଯଦି ଘରେ କୁକୁଡ଼ା ରଖିଛନ୍ତି ସେଥିରୁ କିଛି ମରିଗଲେ ତେବେ ସେଥିରେ କୌଣସି କିଛି ଅସୁବିଧା ନାହିଁ । ତାହା ବାର୍ଡ ଫ୍ଲୁ ନୁହେଁ । ଏନେଇ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ
ଏହା ମଧ୍ୟ ପଢ଼ନ୍ତୁ...ବାର୍ଡ ଫ୍ଲୁ ସଂକ୍ରମଣ ଭୟ; ପିପିଲିରେ କଲିଂ ଆରମ୍ଭ, ମଲେଣି 5000 କୁକୁଡା, ଏବେ କୁକୁଡା ଖାଅନି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ - Mass culling of chickens
ଇଟିଭି ଭାରତ, ଭୁବନେଶ୍ବର