ଓଡିଶା

odisha

ETV Bharat / state

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଏଥର ପର୍ଯ୍ୟଟକ ପାଇବେ ଏହି ନୂଆ ସୁବିଧା - Bhitarkanika national park opens - BHITARKANIKA NATIONAL PARK OPENS

Bhitarkanika national park opens: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । ଏଥର ଏକାଧିକ ନୂଆ ବ୍ୟବସ୍ଥା କରିଛି ବନ । କେମିତି ନେବେ ସ୍କାଏଓ୍ୱାକର ମଜା, ଅଧିକ ପଢନ୍ତୁ

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଏଥର ପର୍ଯ୍ୟଟକ ପାଇବେ ଏହି ନୂଆ ସୁବିଧା
ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଏଥର ପର୍ଯ୍ୟଟକ ପାଇବେ ଏହି ନୂଆ ସୁବିଧା (ETV Bharat Odisha)

By ETV Bharat Odisha Team

Published : Aug 1, 2024, 10:35 AM IST

Updated : Aug 1, 2024, 11:14 AM IST

କେନ୍ଦ୍ରାପଡା:ଦୀର୍ଘ ୩ ମାସ ବନ୍ଦ ରହିବା ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଏଥର ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା ଗ୍ରହଣ କରିଛି ବନ ବିଭାଗ । ଏହା ମଧ୍ୟରେ ସର୍ବାଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି ଦୀର୍ଘ ଅଧା କି.ମିରୁ ଅଧିକ ଲମ୍ବା ସ୍କାଏ-ଓ୍ୱାକ । କୁମ୍ଭୀର ପ୍ରଜନନ ପାଇଁ ମେ’ ମାସ ପହିଲାରୁ ଜୁଲାଇ ମାସ ୩୧ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ, ବୁଦ୍ଧିଜୀବି ଏବଂ ପରିବେଶବିତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି ।

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଏଥର ପର୍ଯ୍ୟଟକ ପାଇବେ ଏହି ନୂଆ ସୁବିଧା (ETV Bharat Odisha)

ଏଥର ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା:-

ତେବେ ଚଳିତବର୍ଷ ଭିତରକନିକାରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଇଛି ସ୍କାଏ-ଓ୍ଵାକ୍ । ଏହାର ଲମ୍ବ ରହିଛି ପ୍ରାୟ 6ଶହ ମିଟର ବା ଅଧା କି.ମିରୁ ଅଧିକ । ଭପୃଷ୍ଠରୁ କିଛି ମିଟର ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି କରିଡର ମାଧ୍ୟମରେ ଜଙ୍ଗଲ ଉପରେ ଚାଲିଚାଲି ହେନ୍ତାଳ ବଣ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଉପଭୋଗ କରିପାରିବେ । ଏଥିପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଥରକେ 20ରୁ ଅଧିକ ପର୍ଯ୍ୟଟକ ନଛାଡିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ବନ ଅଧିକାରୀ ମାନସ କୁମାର ଦାସ ।

ଆହୁରି ମଧ୍ୟ ଷ୍ଟଡିଟୁର ଓ ହେନ୍ତାଳ ମାନଗ୍ରୋଭ ଇକୋ-ସିଷ୍ଟମ ସମ୍ପର୍କରେ ରିସର୍ଚ୍ଚ କରିବାକୁ ଆସୁଥିବା ବିଦ୍ୟାର୍ଥୀ ଓ ଗବେଷକଙ୍କୁ ବନ ବିଭାଗ ସହଯୋଗ କରିବ । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରୁଥିବା ବୋଟ ଚାଳକ, ହୋଟେଲ ବ୍ୟବସାୟୀ, ଟ୍ରାଭେଲ୍ ଏଜେନ୍ସି, କ୍ଷୁଦ୍ର ବ୍ୟବସାୟୀ ଓ ଟୁରିଷ୍ଟ ଗାଇଡ଼ମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ପ୍ରକୃତିପ୍ରେମୀଙ୍କ ଭୂସ୍ୱର୍ଗ ଭିତରକନିକା :-

ଉପକୂଳ ଓଡିଶାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ହେଉଛି ସରୀସୃପଙ୍କ ପାଇଁ ଏକ ଭୂସ୍ୱର୍ଗ । ଭାରତ ତଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ସୃଷ୍ଟି କରିଛି ଏହି ଜାତୀୟ ଉଦ୍ୟାନ । ଏହା ଏବେ ଜୈବ୍ୟମଣ୍ଡଳର ମାନ୍ୟତା ମଧ୍ୟ ପାଇଛି । ବିଶ୍ୱର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲ ହେଉଛି ଭିତରକନିକା । ବଉଳା କୁମ୍ଭୀର ପାଇଁ ଜାତୀୟ ଉଦ୍ୟାନ ସାରା ବିଶ୍ୱର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବିଶ୍ୱବ୍ୟାପୀ ଲକ୍ଷାଧିକ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସିଥାନ୍ତି । ଏଥର ମଧ୍ୟ ଭିତରକନିକାରେ ରେକର୍ଡସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ହେବା ନେଇ ଆକଳନ କରାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Aug 1, 2024, 11:14 AM IST

ABOUT THE AUTHOR

...view details