ଓଡିଶା

odisha

ETV Bharat / state

ଭରତପୁର ଥାନା ଭିତରେ କଣ ଘଟିଥିଲା ? ତଦନ୍ତ କମିସନଙ୍କ ହାତରେ ଲାଗିଲା ଭିଡିଓ - BHARATPUR POLICE CASE

ମେଜର ଓ ବାନ୍ଧବୀଙ୍କ ସହ ଭରତପୁର ଥାନା ଭିତରେ କଣ ଘଟିଥିଲା । ତଦନ୍ତ କମିସନଙ୍କ ପାଖରେ ଭିଡିଓ ଫୁଟେଜ ଦାଖଲ କଲା କ୍ରାଇମବ୍ରାଞ୍ଚ ।

ଭରତପୁର ଥାନା
ଭରତପୁର ଥାନା (ETV Bharat Odisha)

By ETV Bharat Odisha Team

Published : Dec 18, 2024, 9:43 PM IST

ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କୁ ହାଜତ ନିର୍ଯାତନା ଘଟଣା । ଭରତପୁର ଥାନାରେ ସେଦିନ ରାତିରେ କଣ ଘଟିଥିଲା । ତଦନ୍ତ କମିଶନଙ୍କ ପାଖରେ ଭିଡିଓ ଫୁଟେଜ ଦାଖଲ କଲା କ୍ରାଇମବ୍ରାଞ୍ଚ । ଯାହାକୁ ଯାଞ୍ଚ କରି ସଠିକ ବୋଲି ଦର୍ଶାଇଛି ଷ୍ଟେଟ ଫରେନସିକ ଲ୍ୟାବ୍ । ଆସନ୍ତା 22ରେ ହେବ ପରବର୍ତ୍ତୀ ଶୁଣାଣି ।

କମିଶନଙ୍କ ନିକଟରେ ଭିଡିଓ ଫୁଟେଜ ଦାଖଲ:

ଭରତପୁର ଥାନା ବିବାଦ (ETV Bharat Odisha)

ଗତ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇନଥିବା ଦସ୍ତାବିଜ ପାଇଁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ଅର୍ଥାତ ଆଜି ଶୁଣାଣି ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଦସ୍ତାବିଜ ଦାଖଲ କରାଯାଇଛି । ଯେଉଁଥିରେ ଭରତପୁର ଥାନାର ସେଦିନର ଘଟଣାବଳି ଯାହା ଭିଡିଓ ଫୁଟେଜ କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସଂଗ୍ରହ କରିଥିଲା ତାହା ଦାଖଲ କରାଯାଇଛି । ଏହି ଭିଡ଼ିଓରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଦ୍ବାରା ନିଆଯାଇଥିବା ଭିଡିଓ ସହ ଥାନା କର୍ମଚାରୀଙ୍କ ଦ୍ବାରା ମଧ୍ୟ ରେକଡିଂ କରାଯାଇଥିବା ଭିଡିଓ ଫୁଟେଜ ମଧ୍ୟ ରହିଛି । ସବୁ ଭିଡିଓର ଫରେନସିକ ଯାଞ୍ଚ ପରେ ଷ୍ଟେଟ ସାଇଣ୍ଟିଫିକ ଲ୍ୟାବ ଦ୍ବାରା ସତ୍ୟାସତ୍ୟ ଯାଞ୍ଚ ପରେ ସଠିକ ଭିଡିଓକୁ ତଦନ୍ତ କମିସନ ଚିତ୍ତରଞ୍ଜନ ଦାସଙ୍କ ନିକଟରେ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

ମଗା ଯାଇଥିଲା ସାକ୍ଷୀ ତାଲିକା:

ଭରତପୁର ଥାନା ବିବାଦ (ETV Bharat Odisha)
ଏନେଇ କମିସନଙ୍କ ସଚିବ ଜଷ୍ଟିସ ଶୁଭେନ୍ଦ୍ର ମହାନ୍ତି ସୂଚନା ଦେଇ କହିଛନ୍ତି, ‘କ୍ରାଇମବ୍ରାଞ୍ଚକୁ କୁହାଯାଇଥିଲା କିଛି ତଥ୍ୟ ଦେବା ପାଇଁ । ଯେଉଁ ସବୁ ଭିଡିଓ ରେକର୍ଡ଼ ଦେବା ପାଇଁ ତାହା ଦାଖଲ କରିଛନ୍ତି । ସେହି ଭିଡିଓ ଟ୍ରାଏଲ ହେବ । ସାକ୍ଷୀଙ୍କ ଜେରା ସମୟରେ ତାହାକୁ କମିଶନଙ୍କ ବୋର୍ଡ ରୁମରେ ମଧ୍ୟ ପ୍ରଦର୍ଶନ କରାଯିବ । ଉଭୟ ପକ୍ଷ ମଧ୍ୟ ସେସବୁ ଭିଡିଓ ମଧ୍ୟ ଦେଖିବେ । ଅନ୍ୟ ପକ୍ଷ ମଧ୍ୟ ଦେଖିବେ । ପରେ ସେ ଭିଡିଓକୁ ମଧ୍ୟ ସିଲ୍ କରାଯାଇ ରଖାଯିବ । ଏହା ସହିତ ଉଭୟ ପକ୍ଷଙ୍କୁ ସାକ୍ଷୀ ତାଲିକା ଦେବା ପାଇଁ କୁହାଯାଇଥିଲା । ପୋଲିସ ପକ୍ଷଙ୍କ ପକ୍ଷରୁ ମେଜର ଓ ତାଙ୍କ ବାନ୍ଧବୀଙ୍କ ଜେରା ପାଇଁ ସେମାନେ କମିଶନଙ୍କୁ ଜଣାଇଛନ୍ତି । ଅନ୍ୟପଟେ ଆସନ୍ତା ୨୨ରେ ସେମାନେ ପୋଲିସ ପକ୍ଷର କାହାର‌ ସାକ୍ଷ୍ୟ ଗ୍ରହଣ କରିବେ ସେନେଇ ମେଜର ଓ ବାନ୍ଧବୀଙ୍କ ପକ୍ଷ ଲେଖିକି ଦେଲେ କମିଶନ ସେମାନଙ୍କୁ ଡକାଇବେ ।



ମେଜର ଓ ବାନ୍ଧବୀ ହେବେ ଜେରା:

ଭରତପୁର ଥାନା ବିବାଦ (ETV Bharat Odisha)

ଆସନ୍ତା ୨୨ରେ ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଜେରା କରିବେ ପୋଲିସ ପକ୍ଷ ଓକିଲ । ୨୨ତାରିଖ ଓ ୨୩ତାରିଖ ଓ ୨୪ତାରିଖ ଯାଏ ହେବ । ଏନେଇ ଗୋଟି ଗୋଟି କରି ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ସେ କହିବେ ଓ ପୋଲିସ ପକ୍ଷ ଓକିଲ ଚାହିଁଲେ ସେମାନଙ୍କୁ ମଧ୍ୟ କ୍ରସ ଭେରିଫିକେସନ କରିବେ । ପୋଲିସ ପକ୍ଷ ଓକିଲ ମଧ୍ୟ ସେ ସମ୍ପର୍କରେ ପଚରାଉଚରା କରିବେ‌ । କାରଣ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ଥାନାଧିକାରୀ ତାଙ୍କୁ ଯୌନ ନିର୍ଯାତନାର ସାଙ୍ଘାତିକ ଅଭିଯୋଗ ମଧ୍ୟ ସେ ଆଣିଥିଲେ । ତେବେ ସେ ସଂକ୍ରାନ୍ତରେ ମଧ୍ୟ ପୋଲିସ ପକ୍ଷ ଓକିଲ ସେଦିନ ବାନ୍ଧବୀ ଓ ତାଙ୍କ ବନ୍ଧୁ ମେଜରଙ୍କୁ ମଧ୍ୟ ପଚରା ଉଚରା କରାଯିବ ।

କମିଶନଙ୍କ ଉପସ୍ଥିତିରେ ହେବ ଜେରା:

ଭରତପୁର ଥାନା ବିବାଦ (ETV Bharat Odisha)

ଏନେଇ କମିସନଙ୍କ ପକ୍ଷରୁ ସେମାନଙ୍କୁ ସମନ ହୋଇଛି । ପ୍ରଥମେ ମେଜର ଓ ପରେ ବାନ୍ଧବୀଙ୍କୁ ଜେରା କରାଯିବ । କମିଶନଙ୍କ ଶୁଣାଣିରେ ହାଜର ହେବେ ଉଭୟ । କମିଶନଙ୍କ ଉପସ୍ଥିତିରେ ଜେରା କରାଯିବ। ପୋଲିସ ପକ୍ଷ ଓକିଲ ମଧ୍ୟ ସେମାନଙ୍କୁ କ୍ରମ ଭେରିଫିକେସନ ବା ଜେରା କରିବେ । ଏପରିକି ଯେଉଁ ସବୁ ଭିଡିଓ ଫୁଟେଜ ଥିବା ତାର ଆଧାରରେ ମଧ୍ୟ ଜେରା ବେଳେ ପଚରାଉଚରା କରାଯିବ । ଆବଶ୍ୟକ ପଡ଼ିଲେ ପୋଲିସ ପକ୍ଷ ଓକିଲ ମଧ୍ୟ ସେହି ସମୟରେ ସେମାନଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରି ପାରିବେ । ଏହା ସହିତ ମେଜରଙ୍କ ଓକିଲ ପକ୍ଷରୁ ଯଦି ପୋଲିସ ପକ୍ଷର କାହାକୁ ଜେରା କରିବାକୁ ଚାହୁଁଛନ୍ତି ତେବେ ସେମାନେ ସେହି ଦିନ କମିଶନଙ୍କୁ ଲିଖିତ ଜଣାଇବେ । ସେନେଇ ପୋଲିସ ପକ୍ଷଙ୍କୁ ପରବର୍ତ୍ତୀ ତାରିଖରେ ସାକ୍ଷ୍ୟ ଗ୍ରହଣ ବା ଜେରା ପାଇଁ ଡାକିବାକୁ ସ୍ଥିର କରିବେ କମିଶନ ।

ଭରତପୁର ଥାନା କାଣ୍ଡ ସମ୍ପର୍କିତ ଖବର ପଢନ୍ତୁ:

ଭରତପୁର ଥାନା ବିବାଦର ଶୁଣାଣି, ତଥ୍ୟ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ

ଆର୍ମି ମେଜର ନିର୍ଯାତନା ଘଟଣା: ଭରତପୁର ଥାନାରେ ତଦନ୍ତ କମିଶନଙ୍କ ସ୍ପଟ୍ ଭିଜିଟ

ଭରତପୁର ଥାନା ବିବାଦ ମାମଲା: ନ୍ୟାୟିକ କମିଶନଙ୍କ ପ୍ରଥମ ଶୁଣାଣି ଶେଷ, ୧୯ରେ ସ୍ପଟ୍ ଭିଜିଟ

ଭରତପୁର ଥାନା ମାମଲା; ୪ ପୋଲିସ ଅଧିକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପାଇଁ ମନାକଲେ ହାଇକୋର୍ଟ

ପ୍ରଥମଥର ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ - Bharatpur Army Officer Assault case

ଆର୍ମି ମେଜର ନିର୍ଯାତନା ମାମଲା: ରାଜରାସ୍ତାରେ ପୂର୍ବତନ ସେନା, IIC ସମେତ 5 ପୋଲିସ ସସପେଣ୍ଡ - 5 officers suspended



ଭିଡିଓ ଫୁଟେଜ ହେବ ମୁଖ୍ୟ ପ୍ରମାଣ:

ତେବେ ଥାନା ଭିତରେ ସିସିଟିଭି ନ ଥିବା କାରଣରୁ ଘଟଣାର ଏକ ପ୍ରକାର ପୋଲିସ ପାଇଁ ଅଡୁଆ ପରିସ୍ଥିତି ହୋଇଥିଲା । ଥାନା ଭିତରେ ପୋଲିସ କିପରି ନିର୍ଯାତନା ଦେଇଥିଲା ଓ ମେଜର ଓ ବାନ୍ଧବୀଙ୍କ ସହ ବାସ୍ତବିକ ସେ ଦିନ କଣ ଘଟିଥିଲା । ସେସବୁର ପ୍ରମାଣ ସିସିଟିଭି ବଦଳରେ ଏକମାତ୍ର ମୋବାଇଲ ଭିଡିଓରେ ରହିଛି । ଯାହାକି ମେଜରଙ୍କ ବାନ୍ଧବୀଙ୍କ ଦ୍ବାରା ନିଆଯାଇଥିଲା ଓ ଡ୍ୟୁଟିରେ ଥିବା ପୋଲିସ କର୍ମଚାରି ନିଜ ସୁରକ୍ଷା ପାଇଁ ନିଜ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ଯାହା କି ସେହି ସମୟରେ କିଛି ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା ।

22ରେ ପରବର୍ତ୍ତୀ ଶୁଣାଣି:

ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା । ମୋବାଇଲ ଭିଡିଓ ଯାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସଂଗ୍ରହ କରିଥିଲା ତାହା ଏହି ଘଟଣାର ଏକ ପ୍ରକାର ପ୍ରତ୍ୟକ୍ଷ ପ୍ରମାଣ । ସେସବୁ ଭିଡିଓକୁ ଫରେନସିକ ଲ୍ୟାବ ଯାଞ୍ଚ ପରେ ତାକୁ ଆସନ୍ତା ୨୧ ତାରିଖ ଦିନ ଉଭୟ ପକ୍ଷଙ୍କ ଉପସ୍ଥିତିରେ ତର୍ଜମା କରାଯିବ । ୨୨ ତାରିଖ ଶୁଣାଣି ଦିନ ବୋର୍ଡ ରୁମରେ ପ୍ରଦର୍ଶନ କରାଯିବ । ତେବେ ପରବର୍ତ୍ତୀ ଶୁଣାଣି ୨୨ ତାରିଖରେ ହେବ । ସେହି ଦିନ ଶୁଣାଣି ପରେ ଶୀତଦିନ ଛୁଟି ରହିବ । ପରେ ଜାନୁଆରି ୬ ତାରିଖରୁ ପୁନଶ୍ଚ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଉଭୟ ପକ୍ଷ ଚାହିଁଲେ ସେମାନେ ଯଦି ଲେଖିକି ଦେଲେ ପୁନଶ୍ଚ ସାକ୍ଷ୍ୟ ଗ୍ରହଣ ପାଇ ଆଉ କାହାକୁ ସେହି ଅନୁସାରେ ଡକାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details