ଓଡିଶା

odisha

ETV Bharat / state

ଭରତପୁର ଥାନା ମାମଲା; ୪ ପୋଲିସ ଅଧିକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପାଇଁ ମନାକଲେ ହାଇକୋର୍ଟ

ଭରତପୁର ଥାନାରେ ଆର୍ମି ମେଜର ଏବଂ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା । ଆଇଆଇସିଙ୍କୁ ଛାଡି ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ପ୍ରସଙ୍ଗ । ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ ।

By ETV Bharat Odisha Team

Published : 4 hours ago

Bharatpur Assault Case
Bharatpur Assault Case (ETV Bharat Odisha)

କଟକ: ଭରତପୁର ଥାନାରେ ଆର୍ମି ମେଜର ଓ ପୋଲିସ ବିବାଦ ଘଟଣା । ୪ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୫ ପୋଲିସ ଅଧିକାରୀ । ଆଜି ଏହି ମାମଲାର ଶୁଣାଣି ହୋଇଥିଲା । ମାତ୍ର ନିଲମ୍ବିତ ଆଇଆଇସିଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କର ଅନ୍ତରୀଣ ସୁରକ୍ଷା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ସୁରକ୍ଷା ପାଇଁ ମନା କରିଦେଇଛନ୍ତି । ସେହିପରି ଏହି ମାମଲାର ତଦନ୍ତର ସ୍ଥିତି ଏବଂ କେସ ଦାଏରୀ ପ୍ରଦାନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କ୍ରାଇମବ୍ରାଞ୍ଚ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଭରତପୁର ଥାନାର ୫ ପୋଲିସ ଅଧିକାରୀ । ଅବକାଶ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ୪ ପୋଲିସ ଅଧିକାରୀ ହେଉଛନ୍ତି ବୈଶାଳିନୀ ପଣ୍ଡା, ବଳରାମ ହଂସଦା, ସଗରିକା ରଥ ଓ ଶୈଳମୟୀ ସାହୁ।


ଥମିବାର ନାଁ ଧରୁ ନାହିଁ ଭରତପୁର ଥାନା ରେ ହୋଇଥିବା ସେନା ଅଧିକାରୀ ଓ ପୋଲିସ ବିବାଦ । ଏନେଇ ଓଡିଶା ହାଇକୋର୍ଟରେ ରୁଜୁ ହୋଇଥିଲା ଆଉ ଏକ ମାମଲା । ନିଲମ୍ବିତ SI ଙ୍କ ମା’ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପିଡିତା ଜଣକ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ଆବେଦନରେ ଉଲ୍ଲେଖ ହୋଇଥିଲା । ପିଡିତା (ସେନା ଅଧିକାରୀଙ୍କ ବାନ୍ଧବୀ) ଗଣମାଧ୍ୟମକୁ କିପରି ସାକ୍ଷାତକାର ଦେଉଛନ୍ତି । ହାଇକୋର୍ଟ ଏନେଇ କୌଣସି ବ୍ୟକ୍ତିଙ୍କ ନାମ ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୀଡିତା କୋର୍ଟଙ୍କ ନିର୍ଦେଶକୁ ଖିଲାପି କରିଥିବା ନେଇ ନିଜ ଆବେଦନରେ ଦର୍ଶାଇଥିଲେ ନିଲମ୍ବିତ SI ଙ୍କ ମା’ । ଯାହା ଫଳରେ ତାଙ୍କ ଝିଅ ବଦନାମ ହେଉଛି । କୋର୍ଟରେ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ତାଙ୍କୁ ଦୋଷୀ ଭଳି ବ୍ୟବହାର କରାଯାଉଥିବା ଆବେଦନରେ ଦର୍ଶାଯାଇଛି । ଜଣେ ପୋଲିସ ଅଧିକରିଣୀ ହୋଇ ମଧ୍ୟ ସେ ଲାଜରେ ବାହାରକୁ ବାହାରି ପାରୁ ନାହାଁନ୍ତି । ତେଣୁ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରାଯାଉଛି ।


ଏହା ବି ପଢନ୍ତୁ- ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case

ଏହା ବି ପଢନ୍ତୁ- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi


ଭରତପୁର ଥାନାରେ ଘଟିଥିବା ବିବାଦ ପ୍ରସଙ୍ଗ ରେ କଣ ରାୟ ଦେଇଥିଲେ ହାଇକୋର୍ଟ !

ଭରତପୁର ଥାନାରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରା ଘଟଣାରେ ଓଡିଶା ହାଇକୋର୍ଟ ନିମ୍ନ ଅଦାଲତର କାର୍ଯ୍ୟକୁ କଡା ସମାଲୋଚନା କରିଛନ୍ତି । ସେହିପରି ପୋଲିସ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ଭର୍ତ୍ସନା କରିଛନ୍ତି କୋର୍ଟ । ଗତ ସେପ୍ଟେମ୍ବର ୧୬ ତାରିଖରେ ମେଜରଙ୍କ ବାନ୍ଧବୀଙ୍କୁ ନିମ୍ନ ଅଦାଲତ (ଭୁବନେଶ୍ୱର ସ୍ଥିତ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ) ଯେଉଁ ଜାମିନ ପ୍ରଦାନ କରିଥିଲେ ତାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହ ତାଗିଦ ମଧ୍ୟ କରିଛନ୍ତି।ଏପରିକି ହାଇକୋର୍ଟ କହିଛନ୍ତି କି ମାଜିଷ୍ଟ୍ରେଟ ନିଜ ନ୍ୟାୟିକ ବୁଦ୍ଧି ପ୍ରୟୋଗ ନ କରି ସାଧାରଣ ଢଙ୍ଗରେ କାର୍ଯ୍ୟ କରିଛନ୍ତି ।

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; କ୍ରାଇମ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ, ନିଲମ୍ବିତ IICଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ - Suspended IIC Polygraph Test

ଏହା ବି ପଢନ୍ତୁ- ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା, ଗେଟ୍ ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା - army major fiance assault case


କୋର୍ଟ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି, ଅଭିଯୁକ୍ତ ଙ୍କ ଜାମିନ ଆବେଦନ ଉପରେ ବିଚାର କରିବା ସମୟରେ ନିମ୍ନ ଅଦାଲତ ଆଇନକୁ ତର୍ଜମା କରିବା ଉଚିତ । ଏହି ଭଳି ଛପା ଫର୍ମାଟ ଆଦେଶ ଅନୁସରଣ ନ କରିବା ପାଇଁ ସମସ୍ତ ମାଜିଷ୍ଟ୍ରେଟଙ୍କୁ ଅବଗତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କୁ ହାଇକୋର୍ଟ କହିଛନ୍ତି।ବିଏନ ଏନ ଏସ ର ଧାରା ୩୫ରେ ଥିବା ବ୍ୟବସ୍ଥା ଅନୁସରଣ କରିବା କ୍ଷେତ୍ରରେ ଗିରଫ କରିଥିବା ପୋଲିସ ଅଧିକାରୀ ବିଫଳ ହୋଇଥିଲେ ବୋଲି ହାଇକୋର୍ଟ ଅର୍ଡ ରେ ସ୍ପଷ୍ଟ କରିଛନ୍ତି । ଯାହାକି ସୁପ୍ରିମକୋର୍ଟଙ୍କ ନିୟମାବଳୀ ର ଉଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି । କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।



ଏହି ମାମଲାର ଶୁଣାଣି କରି କୋର୍ଟ ଆବେଦନକାରୀ ତଥା ବାନ୍ଧବୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ୩୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିବାକୁ ନିନ୍ମ ଅଦାଲତକୁ କୋର୍ଟ କହିଛନ୍ତି । ସେହିପରି ଅନ୍ୟାନ୍ୟ ସର୍ତ୍ତ ନିନ୍ମଅଦାଲତ ମଧ୍ୟ ନିର୍ଦ୍ଧାରଣ କରିବେ ବୋଲି କୋର୍ଟ ସ୍ପଷ୍ଟ ଭାବରେ ଅର୍ଡରରେ ଉଲ୍ଲେଖ କରିଛନ୍ତି । ସେହିପରି ଆବେଦନକାରୀଙ୍କ ସମସ୍ତ ଚିକିତ୍ସା ଅର୍ଥ ରାଜ୍ୟ ସରକାର ଭରଣ କରିବେ ବୋଲି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।



ଏହା ବି ପଢନ୍ତୁ- ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry


ମାମଲାର ଶୁଣାଣି ସମୟରେ ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଦର୍ଶାଇଥଲେ ଯେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ପୋଲିସ ମହାନିର୍ଦ୍ଦେଶକ ଏହିଭଳି କାର୍ଯ୍ୟ କରିଥିବା ପୋଲିସ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । ଅଭିଯୋଗ ଆସିବା ପରେ ୫ ପୋଲିସ ଅଧିକାରୀ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଥାନାଧିକାରୀ ଙ୍କ ବିରୋଧରେ ତଦନ୍ତ ପାଇଁ ପାଇଁ ଜଣେ ତଦନ୍ତକାରୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଆଡଭୋକେଟ ଜେନେରାଲ କୋର୍ଟଙ୍କୁ କହିଥିଲେ ।

ABOUT THE AUTHOR

...view details