ଓଡିଶା

odisha

କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଦାସଙ୍କୁ ଆକ୍ରମଣ ଅଭିଯୋଗ - Attacked On Sagar Das

By ETV Bharat Odisha Team

Published : Apr 28, 2024, 7:01 PM IST

Attacked On Bhawanipatna Congress MLA Candidate Sagar Das: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସଙ୍କୁ ଆକ୍ରମଣ । 2 ଜଣ ବାଇକରେ ଆସି ଆକ୍ରମଣ କରିଥିବା ଅଭିଯୋଗ ।

କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଦାସଙ୍କୁ ଆକ୍ରମଣ ଅଭିଯୋଗ
କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଦାସଙ୍କୁ ଆକ୍ରମଣ ଅଭିଯୋଗ

କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଦାସଙ୍କୁ ଆକ୍ରମଣ ଅଭିଯୋଗ

ଭାବନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସଙ୍କୁ ଆକ୍ରମଣ ଅଭିଯୋଗ । ଆକ୍ରମଣ ଘଟଣାକୁ ନେଇ ସାଗର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ବିଜେଡିର ଗୁଣ୍ଡାମାନେ ଏଭଳି କାର୍ଯ୍ୟକାରୀ ଥିବା ନେଇ ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ ।

ସୂଚନା ଅନୁଯାୟୀ, ଭବାନୀପାଟଣା ନିର୍ବାନନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସ ଭବାନୀପାଟଣା ସହରର ୭ ନମ୍ବର ୱାର୍ଡ ବାହାଦୁର ବଗିଚା ପଡ଼ାରରେ ଥିବା ଯୁବ କଂଗ୍ରେସ କର୍ମୀ ସାହେବ୍ ଦୀପଙ୍କ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ । ଏହି ସମୟରେ ସାଗରଙ୍କ ସହ ୧୮ ନମ୍ବର ୱାର୍ଡ କାଉନସିଲର ସଚିନ ନାଏକ ଉପସ୍ଥିତ ଥିଲେ । ତେବେ ସାଗର ଓ ସଚିନ ବିବାହ ଭୋଜିରେ ଯୋଗ ଦେଇ ନିଜ ଗାଡିରେ ଫେରିବା ସମୟରେ ଦୁଇଜଣ ଯୁବକ ତାଙ୍କ କାରକୁ ଅଟକାଇ ବିନା ଅନୁମତିରେ ଏହି ୱାର୍ଡକୁ କାହିଁକି ପ୍ରବେଶ କରିଛ ବୋଲି ଧମକ ଦେଇଥିଲେ । ଏହାସହ ମାରଣାସ୍ତ୍ର ଦେଖାଇ ଥିବା ନେଇ ସାଗର ଚରଣ ଦାସ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ବଢୁଛି ଅପରାଧ, ନିର୍ବାଚନୀ ହିଂସା ରୋକିବାକୁ ବସ୍ତିରେ ସୁରକ୍ଷା ଦାବି - Security Demand For Slum Areas

ତେବେ ଏନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ଇନ୍ଦ୍ରଜିତ୍ ମହାକୁଡ, ଭବାନୀପାଟଣା ଟାଉନ ଯୁବ କଂଗ୍ରେସ ସଭାପତି ସଚିନ ନାଏକ ଓ ମହମ୍ମଦ ଅଲି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏହି ଘଟଣା ବିଜେଡିର ଚକ୍ରାନ୍ତ ଓ ନିଜ ଗୁଣ୍ଡାମାନଙ୍କୁ ନେଇ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

ସେପଟେ ଟାଉନ ଯୁବ କଂଗ୍ରେସ ସଭାପତିଙ୍କ କହିବା ଅନୁଯାୟୀ, ସାଗର ବିବାହ ଭୋଜିରୁ ଫେରିବା ବେଳେ ଦୁଇଜଣ ଯୁବକ ବାଇକରେ କାରକୁ ଓଭର ଟେକ୍ କରିବା ସହ କାରକୁ ଅଟକାଇ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ କାର କାଚ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ୬ ନମ୍ବର ୱାର୍ଡର ବିଜେଡି କାଉନସିଲର ଭୁବନେ ବାଗଙ୍କ ନିର୍ଦ୍ଦେଶରେ ତାଙ୍କ ଭାଇ ରବି ବାଗ ଓ ପୁତୁରା ଅଜିତ ବାଗଙ୍କୁ ଲଗାଇ ସାଗରଙ୍କୁ ଆକ୍ରମଣ କରିଛନ୍ତି । ଯାହାକୁ ନେଇ ସାଗର ଚରଣ ଦାସ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ଏ ଦିଗରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details