ଭୁବନେଶ୍ବର:ଆଜି ହେଉଛି ୭୮ତମ ସ୍ବାଧୀନତା ଦିବସ । ଏହାକୁ ଦେଶର ପ୍ରତ୍ୟେକ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରେ ରାଜ୍ୟ ବିଜେପି ଏବଂ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଧୁମଧାମରେ ପାଳନ ହୋଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲ ପତାକା ଉତ୍ତୋଳନ କରିଥିବାବେଳେ ବିନା ପିସିସିରେ କଂଗ୍ରେସ କାର୍ଯ୍ୟଳୟରେ ପତାକା ଉତ୍ତୋଳନ କରିଥିଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
'କଂଗ୍ରେସ ପାଇଁ ସମସ୍ତେ ଏକାଠି ହେବା':
ଏହି ଅବସରରେ ରାମଚନ୍ଦ୍ର କାଡାମ କହିଛନ୍ତି," ମୁଁ ଜଣେ ଆଦିବାସୀ ପରିବାରରୁ ଆସିଛି ।ଏହି ମହାନ ଦିବସରେ ମୁଁ ପିସିସି ସଭାପତି ନହୋଇଥିଲେ ମଧ୍ୟ ବରିଷ୍ଠ ନେତାମାନଙ୍କ ଗହଣରେ ମୋତେ କଂଗ୍ରେସ ଭବନରେ ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ଦେଇଛନ୍ତି । ସେଥିପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଏ ଦେଶ ପାଇଁ ବଳିଦାନ ଦେଇଛନ୍ତି ବହୁ ସ୍ୱାଧୀନତା ସଂଗ୍ରାମୀ । ଆଜି ଏ ପବିତ୍ର ଦିନରେ ସେମାନଙ୍କ ସ୍ମୃତିଚାରଣ କରିବା । କଂଗ୍ରେସକୁ ମଜବୁତ କରିବା ପାଇଁ ଏକଜୁଟ ହେବା । କଂଗ୍ରେସ ଦେଶରେ ବହୁ ବିକାଶ କାର୍ଯ୍ୟକ୍ରମ କରିଛି । ଓଡ଼ିଶାରେ କଂଗ୍ରେସ ଶାସନ ସମୟରେ ବୃହତ ଶିଳ୍ପ କାରଖାନା ହୋଇଥିଲା । କଂଗ୍ରେସ ପାଇଁ ସମସ୍ତେ ଏକାଠି ହେବାର ବେଳ ଆସିଛି । "
ବରିଷ୍ଠ ନେତାଙ୍କ ନାହିଁ ଦେଖା:
ଏହି ଅବସରେ କଂଗ୍ରେସ ଭବନରେ ଥିବା ମହାମନିସୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେବା ଦଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଶରତ ରାଉତ, ଅନନ୍ତ ସେଠୀ ,ମହମ୍ମଦ ମୋକିମ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ହେଲେ ଦେଖିବାକୁ ମିଳିନଥିଲା ବରିଷ୍ଠ କଂବ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଭଳି ଟପ୍ ଲିଡର ମାନଙ୍କୁ ।
ବିନା ପିସିସି ସଭାପତିରେ ପତାକା ଉତ୍ତୋଳନ: