ଓଡିଶା

odisha

ETV Bharat / state

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ଗୋପପୁରକୁ ଛୁଟିଛି ଦର୍ଶକଙ୍କ ସୁଅ - BARGARH DHANU YATRA 2025

୫ ଦିନରେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ଉତ୍ସବମୁଖର ଗୋପପୁର, କଂସ ପ୍ରେରିତ ରାକ୍ଷସକୁ ବଧ କରୁଛନ୍ତି କୃଷ୍ଣ ବଳରାମ ।

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ଗୋପପୁରକୁ ଛୁଟିଛି ଦର୍ଶକଙ୍କ ସୁଅ
ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ଗୋପପୁରକୁ ଛୁଟିଛି ଦର୍ଶକଙ୍କ ସୁଅ (Etv Bharat)

By ETV Bharat Odisha Team

Published : Jan 7, 2025, 10:48 PM IST

ବରଗଡ: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣ ଭଗବାନଙ୍କ ବାଲ୍ୟଲୀଳା ଦେଖିବାକୁ ଭକ୍ତଙ୍କ ସୁଅ ଛୁଟିଛି ଗୋପପୁରକୁ । ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇ ଗୋପପୁରବାସୀ ଉତ୍ସାହିତ ହୋଇପଡିଛନ୍ତି ।

ଶ୍ରୀକୃଷ୍ଣଙ୍କ ଲୀଳାରେ ଉତ୍ସବମୁଖର ଗୋପପୁର

୫ ଦିନରେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଧନୁଯାତ୍ରାରେ ଗୋପପୁରର ପରିବେଶ ବେଶ ନିଆରା l ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଛି ପୁରା ଗୋପପୁର । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି ଅଙ୍କାଯାଇଛି, କୃଷ୍ଣ-ବଳରାମଙ୍କ ପାଦଧୋଇ ପୂଜାର୍ଚ୍ଚନା କରାଯାଇଛି ।

Bargarh Dhanu Yatra 2025 (ETV Bharat Odisha)

କଂସଙ୍କ ପ୍ରେରିତ ରାକ୍ଷସ- ରାକ୍ଷସୀଙ୍କୁ ନିହତ କରୁଛନ୍ତି କୃଷ୍ଣ- ବଳରାମ


ଶ୍ରୀକୃଷ୍ଣଙ୍କ ଲୀଳାରେ ଗୋପପୁର ଉତ୍ସବମୁଖର ହୋଇଥିବା ବେଳେ, କୃଷ୍ଣଙ୍କ ସହ ତାଙ୍କ ଶଖା ମଧୁମଙ୍ଗଳ ଓ ବାଳକ ପୁଅମାନେ ଗୀତନାଚ କରି ଗାଁ ପରିଭ୍ରମଣ କରିଛନ୍ତି । ସେପଟେ ପ୍ରଭୁ ଶ୍ରୀକୃଷ୍ଣ କେତେବେଳେ ଗୋପାଳ ବାଳକଙ୍କ ସହ ଖେଳକୁଦ କରୁଛନ୍ତି ତ ଆଉ କେତେବେଳେ ଲୁଚି ଲୁଚି ମାଟି ଖାଉଛନ୍ତି । ଏପଟେ କଂସଙ୍କ ପ୍ରେରିତ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ବଳରାମକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ କୃଷ୍ଣ ବଳରାମ ସମସ୍ତଙ୍କୁ ନିହତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ...

ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ

ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଆଜି ବନ୍ଦୀଶାଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ

ବରଗଡ଼ରେ ଚାଲିବ କଂସ ରାଜୁତି, ଆଜିଠୁ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ 1 କୋଟିର ଅନୁଦାନ: ପ୍ରତ୍ୟେକ କଳାକାରଙ୍କୁ ମିଳିବ ୧୦ ହଜାର

ଦ୍ୱାପର ଯୁଗର ସ୍ୱାଦ ଦେଉଛି ଅମ୍ବାପାଲି ଗାଁ

ଧନୁଯାତ୍ରା ସମୟରେ ଗୋପପୁର କୁହାଯାଉଥିବା ଏହି ଅମ୍ବାପାଲି ଗାଁ ସତେ ଯେପରି ଦ୍ୱାପର ଯୁଗକୁ ନେଇଯାଇଥାଏ । ଆଉ ଏହି ସମୟରେ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ଦର୍ଶକମାନେ ଦୂରଦୁରାନ୍ତରୁ ଆସି ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ଦେଖି ବେଶ୍ ଉପଭୋଗ କରିଛନ୍ତି ।

ବରଗଡ, ଇଟିଭି ଭାରତ

ABOUT THE AUTHOR

...view details