ଓଡିଶା

odisha

ETV Bharat / state

୫ ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଡିଜିଟାଲ ଆରେଷ୍ଟ ଧମକ ଦେଇ କରୁଥିଲେ ଲୁଟ - 5 Cyber Criminal Arrested - 5 CYBER CRIMINAL ARRESTED

Cyber Criminal Arrested: କମିଶନରେଟ୍ ପୋଲିସ 5 ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏହି ୫ଜଣ ସାଇବର‌ ଠକଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ସାଇବର ସେଲ ଟିମ୍ । ଅଧିକ ପଢ଼ନ୍ତୁ,

Cyber Criminal Arrested
Cyber Criminal Arrested (ETV Bharat Odisha)

By ETV Bharat Odisha Team

Published : Jun 20, 2024, 6:24 AM IST

ଭୁବନେଶ୍ୱର:ଠକାମିର ଶେଷ ସୀମାରେ‌ ପହଞ୍ଚିଲେଣି ସାଇବର ଠକ । ନିଜକୁ ପୋଲିସ ପରିଚୟ ଦେଇ ଠକୁଛନ୍ତି ସାଇବର ଲୁଟେରା । ଭୁବନେଶ୍ୱର ଜଣେ ସରକାରୀ ଚାକିରିଆକୁ ୩୬ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଏହି ମାମଲାରେ ୫ଜଣ ସାଇବର‌ ଠକଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ସାଇବର ସେଲ ଟିମ୍ । ଯାହାର ସୂଚନା ପୋଲିସ କମିଶନର ସଞ୍ଜିବ ପରିଡ଼ା ଦେଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଲୁଟେରାଙ୍କ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି କମିଶନରେଟ୍ ପୋଲିସ ।

Cyber Criminal Arrested (ETV Bharat Odisha)

ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଗିରଫ ହୋଇଥିବା ଠକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ସେକ ଗୈାଷ ପିରା, ମୁଚୁମାରି ଚିଟି ବାବୁ ଓ ତ୍ରିପୁରାର ଡେଞ୍ଜୋ ବସ ଓ ଜିତେନ କାଇପେଙ୍ଗ ସହ ଜେମସ ଏଲଭିସ ତାରା ସାମିଲ ଅଛନ୍ତି । ତେବେ ସେମାନଙ୍କଠାରୁ ୧୩ ଲକ୍ଷ ୫୩ ହଜାର ଟଙ୍କା ଅନଲାଇନ ବ୍ୟାଙ୍କ ଡିପୋଜିଟ ସହ ୨ଟି ଲ୍ୟାପଟପ୍ ଓ ୫୬ ଏଟିଏମ, ୨୦ ମୋବାଇଲ ଫୋନ, ୩୦ ସିମକାର୍ଡ, ପାସବୁକ, ଚେକବୁକ ଓ ଗୋଟିଏ ତ୍ରିପୁରା ନମ୍ବର ଥିବା କାର ଜବତ ହୋଇଥିବା ଜଣାପଡ଼ିଛି । ଆନ୍ଧ୍ରର ଦୁଇ ଜଣ ଅନଲାଇନ ଆପ ଜରିଆରେ ରିମୋର୍ଟ ମନିଟର କରି ଠକିବା କାମ କରୁଥିଲେ‌ । ଆସାମର ଗିରଫ ଯୁବକ ଟେଲି ଗ୍ରାମ ଗ୍ରୁପ କରି ଲୋକଙ୍କଠୁ କମିସନ‌ ବଦଳରେ ଆକାଉଣ୍ଟ ଖୋଲି ତଥ୍ୟ ନେଉଥିଲେ । ସେପଟେ ତ୍ରିପୁରାର ଗିରଫ ଦୁଇ ଠକ ନକଲି ପୋଲିସ ସାଜି ଲୋକଙ୍କୁ କଲ୍ କରି ଠକୁ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

କିଭଳି କରୁଥିଲେ ଠକାମି :

ଠକମାନେ କଲ କରି ନିଜକୁ ପୋଲିସର ପରିଚୟ ଦେଇ ପୀଡ଼ିତ ମାନଙ୍କ ନାମରେ କୋରିୟର ଆସିଛି କହିବା ସହିତ ପାର୍ସଲରେ ପୀଡ଼ିତର ପରିଚୟ ରହିଥିବା କହୁଥିଲେ । ଆଉ ସେହି କୋରିୟରରେ କିଛି ଆପତ୍ତିଜନକ ସାମଗ୍ରୀ ଥିବା କହି ସେମାନଙ୍କୁ ତଦନ୍ତରେ ସହଯୋଗ କରିବାକୁ କ‌ହୁଥିଲେ । ଲୋକକୁ ଡିଜିଟାଲ ଆରେଷ୍ଟ କହି ମୋବାଇଲ ବା ଲ୍ୟାପଟପରେ ସ୍କାଏପ କଲ କରି ପଚରାଉଚରା କରୁଥିଲେ । ପରେ ଆରେଷ୍ଟ କରିବା ଧମକ ଦେଇ ତଦନ୍ତରେ ସହଯୋଗ ଆଳରେ ଆକାଉଣ୍ଟର ତଥ୍ୟ ଏଟିଏମ୍ ପିନ୍ କାର୍ଡ ଓ କ୍ରେଡିଟ କାର୍ଡ ଆଦିର ତଥ୍ୟ ନେଇ ଟଙ୍କା ଗାଏବ କରି ଦେଉଥିଲେ । ଏହିପରି ଢଙ୍ଗରେ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୩୬ଲକ୍ଷ ଠକିବା ପରେ ପୋଲିସ ତଦନ୍ତ କରି ଏହି ରାକେଟକୁ ଠାବ କରିଛି ।

ଟେଲିଗ୍ରାମ ଜରିଆରେ ନେଟୱର୍କ ଠକେଇ:

ଏଥିପାଇଁ ଲୋକଙ୍କୁ ଆକାଉଣ୍ଟ ଖୋଲି ଆକାଉଣ୍ଟର ତଥ୍ୟ ଦେଲେ କମିସନ ଦେବାର ପ୍ରଲୋଭନ ଦେଉଥିଲେ । ଯାହାପାଇଁ ଟେଲିଗ୍ରାମ ଗ୍ରୁପ କରି ଲୋକଙ୍କଠୁ ବ୍ୟାଙ୍କ ଆକାଉଣ୍ଟ ଓ ରେଜିଷ୍ଟର ସିମ କାର୍ଡର ତଥ୍ୟ ନେଉଥିଲେ ବଦଳରେ କମିସନ ଦେଉଥିଲେ । ଏହାସହ ଠକାମି ପାଇ ବେନାମି ଆକାଉଣ୍ଟ ଅର୍ଥାତ୍ କରେଣ୍ଟ ଆକାଉଣ୍ଟ ଖୋଲି ଲୋକଙ୍କ ନାଁରେ ଖୋଲାଯାଇଥିବା ଆକାଉଣ୍ଟରେ ଠକାମି ଟଙ୍କା ଟ୍ରାନାଜାକ୍ସନ କରୁଥିଲେ । ଯେଉଁଥିରେ ୨କୋଟି ପର୍ଯନ୍ତ କାରବାର କରୁଥିଲେ ।

ଟଙ୍କା ପାଇଁ ଟେକ୍ନିକାଲ ଛାତ୍ର ମଧ୍ୟ ସାମିଲ:

ଏହି ନେଟୱର୍କରେ ଧରାପଡ଼ିଥିବା ମୁଚୁମାରି ଚିଟି ବାବୁ ଜଣେ ଏମଟେକ ଛାତ୍ର । ଯେ ଏହି ଠକେଇ ପାଇଁ ଆପ୍ଲିକେସନ ଅର୍ଥାତ୍ ଅନଲାଇନ ରିମୋଟ ମନିଟରିଂ ଭଳି କାମ କରୁଥିଲେ । ସେହିପରି ଧରାପଡ଼ିଥିବା ଜିତେନ କାଇପେଙ୍ଗ ମଧ୍ୟ ଜଣେ ଇଲେକ୍ଟ୍ରି ଟେଲିକମ୍ୟୁନିକେସନ କରି ଏହି ଠକାମିରେ ସାମିଲ ଥିଲା । ଲୋକଙ୍କଠୁ ସଂଗ୍ରହ କରୁଥିବା ଆକାଉଣ୍ଟର ୟୁଜର ଆଇଡି ଓ ପାସ ଓ୍ବାର୍ଡ ତିଆରି କରି ଲୋକଙ୍କୁ ଠକୁଥିଲା । ପରେ ଠକେଇ ଟଙ୍କାକୁ କ୍ରିପ୍ଟୋ ଜରିଆରେ ବିଦେଶରେ ନିବେଶ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ନିର୍ବାଚନକୁ ଅସ୍ତ୍ର କରି ମାତିଛନ୍ତି ସାଇବର ଠକ, ସଚେତନ କରାଇଲେ ଭୁବନେଶ୍ୱର ଡିସିପି - Aware on cyber fraud

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details