ଓଡିଶା

odisha

ETV Bharat / state

ବିଜେଡି ମିଶ୍ରଣ ପର୍ବ, ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବ୍ରହ୍ମପୁରର ୪ ବିଜେପି କର୍ପୋରେଟର

Berhampur BJP Corporators Join BJD: ବିଜେପିରେ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନକୁ ବିରୋଧ । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର । ଅଧିକ ପଢନ୍ତୁ

BJP Corporators Join BJD
BJP Corporators Join BJD

By ETV Bharat Odisha Team

Published : Feb 26, 2024, 4:34 PM IST

BJD Mishran Parba

ଭୁବନେଶ୍ବର:ନିର୍ବାଚନ ପୂର୍ବରୁ ବିଜେଡିର ମାଷ୍ଟର ଷ୍ଟ୍ରୋକ । ବ୍ରହ୍ମପୁରରେସଶକ୍ତ ହେଲା ବିଜେଡି ସଂଗଠନ । ବିଜେପି ଛାଡିଲେ 4 କର୍ପୋରେଟର । ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ଦ୍ବାରା ପଡ଼ିଲା କି ପ୍ରଭାବ ? ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ୪ ବିଜେପି ନେତା ବିଜେଡିରେ ମିଶିଛନ୍ତି । ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଚାରିଜଣ କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି ।

ବ୍ରହ୍ମପୁର ମହାନଗର ନିଗମ ୨୦ନଂ ୱାର୍ଡ଼ କର୍ପୋରେଟର ରଞ୍ଜିତା ବେହେରା, ୨୧ନଂ ୱାର୍ଡ଼ କର୍ପୋରେଟର ଡି. କରୁଣାକର, ୨୨ନଂ ୱାର୍ଡ଼ କର୍ପୋରେଟର ପ୍ରଦୀପ କୁମାର ଶତପଥୀ ଓ ୨୭ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହୋଇଥିବା ୪ ବିଜେପି କର୍ପୋରେଟରଙ୍କୁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡଃ ସସ୍ମିତ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ବିଜେପି କର୍ପୋରେଟରଙ୍କ ଯୋଗଦାନ ଫଳରେ ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଉଭୟ ବିଜେଡି ନେତା କହିଛନ୍ତି । ଅନ୍ୟପଟେ ଏହା ବିଜେପି ପାଇଁ ଏକ ପ୍ରକାର ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

ବିଜେଡିରେ ସାମିଲ ହୋଇଥିବା ବିଜେପିର ୪ କର୍ପୋରେଟର ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଦୀର୍ଘବର୍ଷ ହେଲା ଆମେ ବିଜେପି ଦଳ ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲୁ । ହେଲେ ଦଳ ଆମକୁ ଅଣଦେଖା କରିଥିଲା । ଗରିବ ଯୁବକ ଓ ଯୁବତୀଙ୍କ ଠାରୁ ଚାକିରି ନାଁରେ ଠକେଇ କରିଥିବା ଜନ ବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି । ଏହାକୁ ଆମେ ବିରୋଧ କରିଥିଲୁ । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଖୋଲା ଚିଠି ଲେଖିଥିଲୁ । ଶେଷରେ ବିଜେପି ଦଳରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଲୁ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ନୂଆ ଓଡ଼ିଶା ଗଠନ ଦିଗରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ ।"

ବିଜେଡିରେ ସାମିଲ କର୍ପୋରେଟରମାନଙ୍କ ପ୍ରତିକ୍ରିୟା, ' ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।' ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବରୁ ଦଳରେ ଯୋଗ ଦେଇଥିବା ସ୍ୱାଧୀନ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ନୃସିଂହ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details