ଢେଙ୍କାନାଳ:ରାଜ୍ୟରେ ସବୁ ଜିଲ୍ଲାରେ ଅହେତୁକ ତାପମାତ୍ରା ବୃଦ୍ଧି ଘଟିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରକୁ ପାରଦ ରହୁଛି । ଯାହା ଫଳରେ ରାସ୍ତା ଘାଟ ଶୂନସାନ ହୋଇ ପଡିଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନରେ ଅଣନିଶ୍ବାସୀ ହୋଇପଡୁଛି ଜନଜୀବନ । ସକାଳ ୮ ଟାରୁ ତାତି ଆରମ୍ଭ ହେବା ସହ ଅପରାହ୍ନ 5ଟା ପର୍ଯ୍ୟନ୍ତ ନିସ୍ତାର ମିଳୁନାହିଁ ।
ଆଜି ଅଂଶୁଘାତରେ ୨୦ରୁ ଊର୍ଦ୍ଧ୍ବ କଲେଜ ଛାତ୍ରୀ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀ ମାନେ ସମସ୍ତେ ବିଦ୍ୟାର୍ଥୀ ନାମକ ଏକ ଘରୋଇ ଆବାସିକ ଯୁକ୍ତ ଦୁଇ କଲେଜର ବୋଲି ଜଣାପଡିଛି । ଆଜି ବଳଦିଆ ବନ୍ଧ ସ୍ଥିତ ଏହି ଆବାସିକ କଲେଜରେ ପାଠ ପଢା ଚାଲିଥିବା ବେକେ ହଠାତ ଛାତ୍ରୀମାନେ ସଂଜ୍ଞାହୀନ ହୋଇ ଟଳି ପଡ଼ିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଛାତ୍ରୀ ମାନଙ୍କୁ କଲେଜ ପକ୍ଷରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଛାତ୍ରୀ ମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏମାନଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ ...ଅଂଶୁଘାତରେ ରାଜ୍ୟରେ ପ୍ରଥମ ମୃତ୍ୟୁ, ୭୧ ଜଣ ଆକ୍ରାନ୍ତ - One Sunstroke Death