ଭୁବନେଶ୍ବର:ଗତ ତିନି ବର୍ଷରେ ରାଜ୍ୟର ବିଭିନ୍ନ ଜେଲରେ ଯାଇଛି ୧୭୮ ଜଣ ଅନ୍ତେବାସୀଙ୍କ ଜୀବନ । ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା ତଦନ୍ତ କରାଯାଇଛି । ରାଜ୍ୟରେ ଥିବା ୮୫ଟି କାରାଗାର ମଧ୍ୟରୁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ଓ ନାରୀବନ୍ଦୀ ନିକେତନ, ସମ୍ବଲପୁର ବ୍ୟତୀତ ଅନ୍ୟ କାରାଗାରଗୁଡିକରେ କଏଦୀ ରହୁଥିବା ଶୟନ କକ୍ଷରେ ସିସିଟିଭି ସଂଯୁକ୍ତ କରାଯାଇଅଛି । ଏହି ବ୍ୟବସ୍ଥା ୨୦୦୮ ମସିହାରୁ ପ୍ରଚଳନ ହୋଇଛି । କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖ୍ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି ବୋଲି ଗତକାଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
- ପ୍ରଶ୍ନ କରିଥିଲେ ବିଧାୟକ ଭାସ୍କର ମଢେଇ:-
ବିଜେପି ବିଧାୟକ ଭାସ୍କର ମଢେଇ ଗୃହ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କୁ ଜେଲମୃତ୍ୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ପାଇଁ ପ୍ରଶ୍ନ କରିଥିଲେ।
ଦୀର୍ଘ ସମୟରେ ଜେଲ ମାନୁଆଲ ନୂତନ ସଂସ୍କରଣ ତିଆରୀ ନହେବାର କାରଣ କ’ଣ ? ଗତ ୩ ବର୍ଷ ଜେଲ ମଧ୍ୟରେ କେତେଜଣ ବନ୍ଦୀଙ୍କ ମୃତ୍ୟୁ ହୋଇଛି ? କୌଣସି ଘଟଣାର ତଦନ୍ତ ହୋଇଛି କି ? ବୋଲି ଭାସ୍କର ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଥିବା କାରାଗାରଗୁଡିକର ସୁପରିଚାଳନା ପାଇଁ ପୂର୍ବ ପ୍ରଚଳିତ ଜେଲ୍ ମାନୁଆଲର ସଂଶୋଧନ କରାଯାଇ ଜେଲ ମାନୁଆଲର ନୂତନ ସଂସ୍କରଣ "ଓଡ଼ିଶା ମହେଲ୍ କେଲ୍ ମାନୁଆଲ୍, ତା ୨୯.୧୯ ୨୦୨୦ ରିଖ ଠାରୁ ଓଡ଼ିଶାର ସମସ୍ତ କାରାଗାରଗୁଡିକରେ କାର୍ଯ୍ୟକାରୀ ହୋଇ ଆସୁଅଛି । ଗତ ତିନି ବର୍ଷରେ ଓଡ଼ିଶାର କାରାଗାରମାନଙ୍କରେ ମୋଟ ୧୬୮ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ମୃତ୍ୟୁ ଘଟଣାର ତଦନ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଛି । ସଂସ୍କାର ପାଇଁ ସରକାର ନିମ୍ନଲିଖୁତ ପଦକ୍ଷେପାମାନ ନେଇଛନ୍ତି କାରାଗାରମାନଙ୍କରେ ।