ଓଡିଶା

odisha

By ETV Bharat Odisha Team

Published : Mar 6, 2024, 7:50 PM IST

ETV Bharat / state

NAC ମାନ୍ୟତା ଦାବିରେ 12 ଘଣ୍ଟିଆ ହିନ୍ଦୋଳ ବନ୍ଦ ଡ଼ାକରା ଦେଇଛି ଆମ୍ବେଦକର ସେବା ସଂଗଠନ

12 Hours Hindol bandh over NAC status demand: ରାସୋଳକୁ ଏନଏସି ମାନ୍ୟତା ଦାବିରେ ଆମ୍ବେଦକର ସେବା ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ହିନ୍ଦୋଳ ବନ୍ଦ ରହିଛି। ଏହି ବନ୍ଦ ଡ଼ାକରାରେ ସ୍ଥାନୀୟ ଅଞ୍ଚଳବାସୀ ସମର୍ଥନ କରୁଥିବା ବେଳେ ଏହାର ପ୍ରଭାବ ହିନ୍ଦୋଳର ସାରା ଉପଖଣ୍ଡ ପ୍ରଭାବିତ କରିଛି । ଅଧିକ ପଢ଼ନ୍ତୁ,

NAC ମାନ୍ୟତା ଦାବିରେ 12 ଘଣ୍ଟିଆ ହିନ୍ଦୋଳ ବନ୍ଦ ଡ଼ାକରା
NAC ମାନ୍ୟତା ଦାବିରେ 12 ଘଣ୍ଟିଆ ହିନ୍ଦୋଳ ବନ୍ଦ ଡ଼ାକରା

NAC ମାନ୍ୟତା ଦାବିରେ 12 ଘଣ୍ଟିଆ ହିନ୍ଦୋଳ ବନ୍ଦ ଡ଼ାକରା

ଢେଙ୍କାନାଳ: ରାଜ୍ୟ ସରକାରଙ୍କର ଏନଏସି ଘୋଷଣାକୁ ଏକ ସପ୍ତାହରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା ବିବାଦ ଥମିବାର ନାଁ ନେଉନାହିଁ । ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ରାସୋଳକୁ ଏନଏସି ମାନ୍ୟତା ଦାବିରେ ଆମ୍ବେଦକର ସେବା ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ହିନ୍ଦୋଳ ବନ୍ଦ ରହିଛି। ଏହି ବନ୍ଦ ଡ଼ାକରାରେ ସ୍ଥାନୀୟ ଅଞ୍ଚଳବାସୀ ସମର୍ଥନ କରୁଥିବା ବେଳେ ଏହାର ପ୍ରଭାବ ହିନ୍ଦୋଳର ସାରା ଉପଖଣ୍ଡ ପ୍ରଭାବିତ କରିଛି । ତାଛଡା ଆଉ ପାଞ୍ଚ ଦଫା ଦାବିରେ ମଧ୍ୟ ଏହି ବନ୍ଦ ଡାକରା ଦିଆଯାଇଛି ।

ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ, ରାସୋଳ, ଖଜୁରିଆକଟା ଓ ହାତୁରା ଆଦି ବଜାରରେ ସମସ୍ତ ଦୋକାନ ବଜାର ସ୍କୁଲ କଲେକ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ତଥା ବ୍ୟବସାୟ ସ୍ଥଳକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଥିବା ପରିଲକ୍ଷିତ ହୋଇଛି । ସ୍ଥାନୀୟ ଲୋକ ଆନ୍ଦୋଙ୍କାରୀଙ୍କ ସହ ସାମିଲ ହୋଇ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ପୁରୁଣା କଟକ ସମ୍ବଲପୁର ମୁଖ୍ୟ ରାସ୍ତାର ରାସୋଳ ଓ ହାତୁରା ବଜାରରେ , ସେପଟେ ଗୁଡ଼ିଆ କାଟେଣି -ହିନ୍ଦୋଳ ମୁଖ୍ୟ ରାସ୍ତାର ଖଜୁରିଆକଟା ଠାରେ ଆନ୍ଦୋଳନକାରୀ ମନେ ଗାଡି ମଟର ଚଳାଚଳକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରିଛନ୍ତି। ଫଳରେ କଟକ ସମ୍ବଲପୁର ଓ ହିନ୍ଦୋଳ ସଦର ମହକୁମାକୁ ଗାଡି ଚଳାଚଳ ସମୂର୍ଣ୍ଣ ବାଧାପ୍ରାପ୍ତ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ.....ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ କହିଲା ବିଜେପି

ହିନ୍ଦୋଳ ବନ୍ଦ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ହିନ୍ଦୋଳ ଉନ୍ନୟନ କମିଟି, ରାସୋଳ ବିକାଶ ପରିଷଦ, ଖଜୁରୁଆ କଟା ଆଞ୍ଚଳିକ ବିକାଶ କମିଟି ଓ ଆମ୍ବେଦକର ସେବା ସଂଗଠନ ଆଦି ସାମିଲ ହୋଇଛନ୍ତି। ରାସୋଳକୁ ଏନଏସି ମାନ୍ୟତା, ବଡ଼ଜୋରା ପ୍ରକଳ୍ପ କାର୍ଯ୍ୟକାରୀ, କଳ କାରଖାନାରେ ସ୍ଥାନୀୟ ନିଯୁକ୍ତି ଓ ଆମ୍ବେଦକର ପାଠାଗାର ଆଦି ଦାବିରେ ଏହି ୧୨ଘଣ୍ଟିଆ ବନ୍ଦ କରିଥିବା ଆନ୍ଦୋଳନ କାରୀ ମାନେ ପ୍ରକାଶ କରିଛନ୍ତି। ଏହି ବନ୍ଦ ଫଳରେ ହିନ୍ଦୋଳ ଉପାଖଣ୍ଡରେ ସାଧାରଣ ଜଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବିଭିନ୍ନ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା ଜାରି ରହିଛି। ତେବେ କେବଳ ଢେଙ୍କାନାଳ ନୁହେଁ ରାଜ୍ୟର ଅନେକ ଆଞ୍ଚଳରେ ଏହିଭଳି ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟରେ ବଲାଙ୍ଗିରରେ ବିଜେପିର ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଗତକାଲି ଏହି ଘୋଷଣାକୁ ପ୍ରତିବାଦ କରିବା ସହିତ କଢ଼ା ସମାଲୋଚନା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଏହା ଏକ ରାଜନୈତିକ ଷ୍ଟଣ୍ଟ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details