ହାଇଦ୍ରାବାଦ :IPL 2025 ପାଇଁ ପ୍ରସ୍ତୁତି ଏବଂ ଆଲୋଚନା ଜୋରସୋରରେ ଚାଲିଛି । କାରଣ ଏଥର ମେଗା ନିଲାମ ହେବାକୁ ଯାଉଛି ଏବଂ ଅଧିକାଂଶ ଦଳ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେବାକୁ ଯାଉଛି । ଆଇପିଏଲ୍ 2025 ପାଇଁ ବିସିସିଆଇ ମଧ୍ୟ ନୂଆ ନିୟମ ଘୋଷଣା କରିଛି, ଯେଉଁଥିରେ ଆଇପିଏଲ୍ ଦରମା ଏବଂ ବିଦେଶୀ ଖେଳାଳିଙ୍କ ପାଇଁ ଟେଣ୍ଡର ଉପରେ ନୂଆ ନିୟମ ରହିଛି ।
'RCB ଯାଆନ୍ତୁ ରୋହିତ' :-
ଏହାରି ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ, ମେଗା ଅକ୍ସନରେ ରୋହିତ ଶର୍ମାଙ୍କୁ କୌଣସି ବି ପରିସ୍ଥିତିରେ ନିଜ ଦଳରେ ସାମିଲ କରିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାମର୍ଶ ଦେଇଛନ୍ତି । କୈଫଙ୍କ କହିବା କଥା, ଯଦି ତାଙ୍କର ବର୍ତ୍ତମାନର ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତଙ୍କୁ ମୁକ୍ତ କରେ, ତେବେ ରୋହିତ ମଧ୍ୟ ଏହା ବିଷୟରେ ଚିନ୍ତା କରିବା ଉଚିତ୍ ।
ଆପଣଙ୍କୁ କହି ରଖୁଛୁ, 2024 ଆଇପିଏଲ୍ ସଂସ୍କରଣ ପୂର୍ବରୁ ରୋହିତ ଶର୍ମାଙ୍କୁ ତାଙ୍କ ଦଳ ମୁମ୍ବାଇ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ବ ଦେଇଥିଲା । ଏହା ପୂର୍ବରୁ ଆଇପିଏଲର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରେ ରୋହିତଙ୍କୁ ଗଣତି କରାଯାଉଥିଲା । ଯେତେବେଳେ MI ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କଲା, ସେତେବେଳେ ପାଣ୍ଡ୍ୟା ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଥିଲେ । ମହମ୍ମଦ କୈଫ, ରୋହିତଙ୍କୁ ଆଇପିଏଲର ପରବର୍ତ୍ତୀ ସିଜନରେ ଅଧିନାୟକ ଭାବରେ ଖେଳିବାକୁ ପରାମର୍ଶ ଦେଇଛନ୍ତି ।