ଓଡିଶା

odisha

ETV Bharat / sports

ଭାରତ-ବାଂଲାଦେଶ ଦ୍ବିତୀୟ ଟି20 ପୂର୍ବରୁ ହଠାତ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର - MAHMUDULLAH RETIREMENT

Mahmudullah Retirement : ଭାରତ ବିପକ୍ଷ ଦ୍ବିତୀୟ ଟି20 ପୂର୍ବରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର । ଦଳ ପାଇଁ ଖେଳିଥିଲେ ସବୁଠାରୁ ଅଧିକ ଟି20 ମ୍ୟାଚ୍‌ । ଅଧିକ ପଢ଼ନ୍ତୁ

IND VS BAN T20
IND VS BAN T20 (IANS)

By ETV Bharat Sports Team

Published : Oct 8, 2024, 7:40 PM IST

ହାଇଦ୍ରାବାଦ : ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଅନ୍ୟତମ ଅଭିଜ୍ଞ ଖେଳାଳି ମହମୁଦୁଲ୍ଲା ମଙ୍ଗଳବାର ଦିନ ଟି20 କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 3 ବର୍ଷ ପୂର୍ବରୁ କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟ୍ ଟେଷ୍ଟ କ୍ରିକେଟରୁ ମହମୁଦୁଲ୍ଲା ଅବସର ନେଇ ସାରିଛନ୍ତି, ବର୍ତ୍ତମାନ ସେ ଟି20ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ।

ପ୍ରେସମିଟ୍‌ରେ ଶୁଣାଇଲେ ଶେଷ ନିଷ୍ପତ୍ତି :-

ବର୍ତ୍ତମାନର ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ସିରିଜ୍ ଟି20 କ୍ରିକେଟ୍‌ରେ ମହମ୍ମଦୁଲ୍ଲାଙ୍କର ଶେଷ ଅନ୍ତର୍ଜାତୀୟ ଟି20 ସିରିଜ୍ ହେବ । ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସିରିଜର ଦ୍ବିତୀୟ ଟି20 ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହି ପୂର୍ବତନ ବାଂଲା ଅଧିନାୟକ ଏହି ସୂଚନା ଦେଇଛନ୍ତି । ମହମ୍ମଦୁଲ୍ଲା ବାଂଲାଦେଶ ପାଇଁ ସର୍ବାଧିକ ଟି20 ମ୍ୟାଚ୍ ଖେଳିଥିବା କ୍ରିକେଟର । ତେବେ ସେ ତାଙ୍କ ପରିବାର ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମହମ୍ମଦୁଲ୍ଲା କହିଛନ୍ତି, "ଭାରତ ଆସିବା ପୂର୍ବରୁ ମୁଁ ମୋର ନିଷ୍ପତ୍ତି ବିଷୟରେ ବୋର୍ଡକୁ ଜଣାଇଥିଲି । ହାଇଦ୍ରାବାଦରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ତୃତୀୟ ଟି20 ମ୍ୟାଚ୍‌ ଏହି ଫର୍ମାଟରେ ମୋର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ।"

ମହମ୍ମଦୁଲ୍ଲାଙ୍କ କ୍ୟାରିୟର :-

ଏହି ବାଂଲାଦେଶୀ ଅଲରାଉଣ୍ଡର 139 ଟି20 ମ୍ୟାଚ୍‌ରେ 2,394 ରନ୍ ଏବଂ 40 ୱିକେଟ୍ ହାସଲ କରିଛନ୍ତି । ସେ ବାଂଲାଦେଶର ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଖେଳିଥିବା ଅଧିନାୟକ, ସେ ମଧ୍ୟ କ୍ରିକେଟର ଏହି ଛୋଟ ଫର୍ମାଟରେ ସର୍ବାଧିକ ସଂଖ୍ୟକ ମ୍ୟାଚରେ ଦେଶକୁ ପ୍ରତିନିଧିତ୍ବ କରିଥିବା ଖେଳାଳି । 2007ରେ କେନିଆ ବିପକ୍ଷରେ ଅନ୍ତର୍ଜାତୀୟ ଟି20ରେ ଡେବ୍ୟୁ କରିଥିବା ମହମୁଦୁଲ୍ଲା 43ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଛନ୍ତି । ବାଂଲାଦେଶ ଏହି 43 ମ୍ୟାଚ୍‌ ମଧ୍ୟରୁ 16ଟିରେ ଜିତିଛି । ସେ 2021 ଟି20 ବିଶ୍ବକପରେ ଦଳର ଅଧିନାୟକ ଥିଲେ । ମହମୁଦୁଲ୍ଲା ଅକ୍ଟୋବର 12ରେ ତାଙ୍କର 17 ବର୍ଷର ଟି20 କ୍ୟାରିୟର ଶେଷ କରିବାକୁ ଯାଉଛନ୍ତି ।

ଏହି ସମୟରେ, ଯଦି ଆମେ ବର୍ତ୍ତମାନର ସିରିଜକୁ ଉପରେ ନଜର ପକାଇବା, ଗ୍ବାଲିଅରରେ ପ୍ରଥମ ମ୍ୟାଚ୍ ଜିତି ଭାରତୀୟ ଦଳ 1-0ରେ ଏହି ସିରିଜରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ 7 ୱିକେଟ୍‌ରେ ପରାସ୍ତ କରିଛି । ଗ୍ବାଲିଅରରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 19.5 ଓଭରରେ 127 ରନ୍‌ରେ ସମସ୍ତ ୱିକେଟ ହରାଇଥିଲା, ଏହାର ଜବାବରେ ବିଶ୍ବ ଚାମ୍ପିୟନ ଭାରତ କେବଳ 11.5 ଓଭରରେ ଟାର୍ଗେଟ ହାସଲ କରିନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details