ଓଡିଶା

odisha

ETV Bharat / politics

‘ମା’ ଗଙ୍ଗା ମୋତେ କୋଳେଇ ନେଇଛି’: ବାରାଣସୀରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ - PM MODI FILES NOMINATION

PM Modi Files Nomination from Varanasi Constituency: ତମାମ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ । ବରିଷ୍ଠ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ ପ୍ରସ୍ତାବକ । ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 14, 2024, 1:27 PM IST

Updated : May 14, 2024, 1:52 PM IST

ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ
ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ (PIC- ETV Bharat Odisha)

ବାରାଣସୀରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ:ବାରାଣସୀରେ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଙ୍ଗାଘାଟରେ ଆଳତି ଓ ପୂଜାର୍ଚ୍ଚନା ପରେ ପ୍ରଧାନମନ୍ତ୍ରୀ ବାରାଣସୀ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସାଙ୍ଗରେ ବରିଷ୍ଠ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରସ୍ତାବକ ଭାବେ ଉପସ୍ଥିତ ଥିଲେ । ବିଜେପିର ତମାମ ଶୀର୍ଷ ନେତାଙ୍କ ସମେତ 12 ରାଜ୍ୟର ମୁଖ୍ୟମନ୍ତ୍ରୀ, ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ‘ଏନଡିଏ’ ମେଣ୍ଟର ସହଯୋଗୀ ଦଳର ମୁଖ୍ୟମାନେ ମଧ୍ୟ ନାମାଙ୍କନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାମାଙ୍କନ ଭରିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମୋଦି କହିଛନ୍ତି,‘‘ ମୁଁ ଅତିମାତ୍ରାରେ ଭାବପ୍ରବଣ ! ଆପଣମାନଙ୍କ ଶ୍ରଦ୍ଧାରେ କିପରି 10 ବର୍ଷ ବିତିଗଲା ମୁଁ ମଧ୍ୟ ଅନୁଭବ କରି ପାରିଲିନାହିଁ । ଆଜି ମା’ ଗଙ୍ଗା ମତେ କୋଳେଇ ନେଇଛି ।’’

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ବାରାଣାସୀର ପ୍ରସିଦ୍ଧ ‘ନମୋ ଘାଟ’ ପରେ ଦଶ୍ବାଶମେଧ ଘାଟରେ ଗଙ୍ଗା ଆଳତୀ କରିଥିଲେ । ଏହା ପରେ ସେ ସେଠାରୁ କାଳଭୈରବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ବାରାଣସୀର ଆରାଧ୍ୟ ଶ୍ରୀ କାଶୀ ବିଶ୍ବନାଥଙ୍କ ଦର୍ଶନ ମଧ୍ୟ କରିଥିଲେ । ପରେ କଡା ସୁରକ୍ଷା ମଧ୍ୟରେ ସେ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ । କାର୍ଯ୍ୟାଳୟରେ ଦୁଇ ବରିଷ୍ଠ କ୍ୟାବିନେଟ ସହଯୋଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଏକାଧିକ କେନ୍ଦ୍ରୀୟ ନେତାଙ୍କ ସମେତ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଶାସିତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଆଜି ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ; ବିଶାଳ ରୋଡ ସୋ’ରେ ସାମିଲ ହେବେ 12 ମୁଖ୍ୟମନ୍ତ୍ରୀ - PM Modi to File Nomination

ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ‘ଏନଡିଏ’ ମେଣ୍ଟର ସହଯୋଗୀ ଦଳର ମୁଖ୍ୟମାନଙ୍କ ମଧ୍ୟରେ ଜୟନ୍ତ ଚୌଧୁରୀ, ଏଲଜେପି (ରାମବିଳାଶ) ମୁଖ୍ୟ ଚିରାଗ ପାଶଓ୍ବାନ, ଆପନା ଦଳ (ଏସ) ମୁଖ୍ୟ ଅନୁପ୍ରିୟା ପଟେଲ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମପ୍ରକାଶ ରାଜଭର ପ୍ରମୁଖ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ନଜର ଆସିଥିଲେ । କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେଖିବାକୁ ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 14, 2024, 1:52 PM IST

ABOUT THE AUTHOR

...view details