ଓଡିଶା

odisha

ETV Bharat / politics

ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ପ୍ରଣବ ପ୍ରକାଶ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ଦେବଗଡ଼ ଜିଲ୍ଲା ରିଆମାଳରେ ବିଜେଡିର ବିଶାଳ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ପ୍ରଣବ ପ୍ରକାଶ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 25, 2024, 8:30 AM IST

ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ

ଦେବଗଡ଼:ଲୋକସଭା ନିର୍ବାଚନ ପାଇଁ ସରଗରମ ରହିଛି ଦେବଗଡ଼ ରାଜନୀତି । ନିର୍ବାଚନ ବୈତରଣୀ ପାର୍ ହେବାକୁ ତିନି ପ୍ରମୁଖଃ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିଏ ଘର ଘର ବୁଲି ଭୋଟ ମାଗୁଛି ତ ଆଉ କେହି ମାଳ ମାଳ ସଭା ସମ୍ମିଳନୀ କରୁଛି । ଏହି କ୍ରମରେ ଦେବଗଡ଼ ବିଧାନସଭା ଏବଂ ସମ୍ବଲପୁର ଲୋକସଭା ଆସନ ହାତେଇବା ପାଇଁ ବିଜେଡି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ରଣକୌଶଳ ଆପଣାଉଛି । ଏହି ପରିପ୍ରେକ୍ଷୀରେ ରିଆମାଳ ବ୍ଲକ ପଳସମା ହାଇସ୍କୁଲ ପଡ଼ିଆରେ ବିଜେଡି ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଭା ଆୟୋଜିତ ହୋଇଯାଇଛି । ଏଥିରେ ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ଦେବଗଡ ବିଧାନସଭା ପ୍ରାର୍ଥିନୀ ଅରୁନ୍ଧତୀ ଦେବୀ ଯୋଗ ଦେଇ ଜନସାଧରଣଙ୍କୁ ଉଦବୋଧନ ଦେଇଛନ୍ତି ।

ପ୍ରଣବ ସଭା ସମ୍ବୋଧିତ କରି ଦେବଗଡ଼ ଜିଲ୍ଲା ଗଠନରେ ସ୍ବର୍ଗତ ବିଜୁବାବୁଙ୍କ ଅବଦାନ କଥା କହିଛନ୍ତି । ସେ କହିଛନ୍ତି, ''ଦେବଗଡ଼ ଜିଲ୍ଲା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଗୋଟିଏ ଉପଖଣ୍ଡ ଏବଂ ଗୋଟିଏ ମାତ୍ର ବିଧାନସଭା ନିର୍ବାଚନ କ୍ଷେତ୍ର ହୋଇଥିବା ବେଳେ ଏହାର ବିକାଶ ଓ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜୁବାବୁ ଏହାକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେଇଥିଲେ । ତାଙ୍କର ପୁଅ ନବୀନ ପଟ୍ଟନାୟକଙ୍କ ମଧ୍ୟ ଏହି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଛି । ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନବୀନ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ସର୍ବଦା ଯତ୍ନଶୀଳ । ଜିଲ୍ଲାର ବିକାଶ ପ୍ରକ୍ରିୟା ଆଗକୁ ନେବାକୁ ସେ ଆମକୁ ତାଙ୍କ ପ୍ରତିନିଧି ଭାବରେ ଚଳିତ ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଦେବଗଡ଼ ଜିଲ୍ଲାରେ ବିଜେଡି ଆସିଲେ ଏଠାରେ ବିକାଶ ଧାରା ପୁଣିଥରେ ଆଗେଇ ଚାଲିବ ଓ ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବ ।'' ତେଣୁ ଜନସାଧାରଣ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରିବାକୁ ନିବେଦନ କରିଥିଲେ ପ୍ରଣବ।

ଏହା ମଧ୍ୟ ପଢନ୍ତୁ: ସାଂସଦ ପ୍ରାର୍ଥୀଙ୍କୁ ନେଇ ପ୍ରଚାର ମଇଦାନରେ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ - ODISHA ASSEMBLY ELECTION 2024

ସେହିପରି ଅରୁନ୍ଧତୀ ଦେବୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ମହିଳା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସହିତ ମହିଳା ସଶକ୍ତକରଣ କରିଛନ୍ତି । ତେଣୁ ଜନତା ଆମକୁ ଆଶୀର୍ବାଦ କରିବେ । ଏଥର ନିର୍ବାଚନରେ ନିଜୟ ଆମେ ବିଜୟୀ ହେବୁ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଇଞ୍ଜିନିୟର ଚିତ୍ତରଞ୍ଜନ ପ୍ରଧାନ , ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ , ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଷମା ବେହେରାଙ୍କ ସମେତ ବହୁସଂଖ୍ୟାରେ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details