ଭୁବନେଶ୍ବର: ଦେଶରେ ସରିଛି ସାଧାରଣ ନିର୍ବାଚନ । ଓଡ଼ିଶାରେ ମଧ୍ୟ ୪ଟି ପର୍ଯ୍ୟାୟରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ଏହାପରେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି ବିଭିନ୍ନ ସଂସ୍ଥା ଦ୍ବାରା ପ୍ରକାଶିତ ଏକ୍ଜିଟ୍ ପୋଲ୍ । ବିଭିନ୍ନ ଜାତୀୟସ୍ତରୀୟ ଘରୋଇ ସଂସ୍ଥା କରିଥିବା ସର୍ଭେ ଅନୁସାରେ ଲୋକସଭାରେ ବିଜେଡିକୁ ଚେକ୍ ଦେଇ ଆଗକୁ ଚାଲିଯାଇଛି ବିଜେପି । ପ୍ରାୟ ସବୁ ଆକଳନ ଅନୁସାରେ ଓଡ଼ିଶାରେ ବିଜେଡି ଅପେକ୍ଷା ବିଜେପିକୁ ଅଧିକା ଲୋକସଭା ଆସନ ମିଳିବାକୁ ଯାଉଛି । ଯାହାକୁ ଅସ୍ବୀକାର କରିଛି ବିଜେଡି ।
BJD on EXIT POLLS (ETV Bharat Odisha) EXIT POLL (ETV Bharat Odisha) EXIT POLL (ETV Bharat Odisha) ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "୨୦୧୪ ହେଉ କି ୨୦୧୯, ଓଡିଶା ସନ୍ଦର୍ଭରେ EXIT ପୋଲ୍ ସବୁବେଳେ ଭୁଲ ପ୍ରମାଣିତ ହୋଇଛି । ୨୦୨୪ରେ ମଧ୍ୟ ଏହି EXIT ପୋଲ ଭୁଲ ପ୍ରମାଣିତ ହେବ । ଦଳର ସର୍ଭେ ଓ ଆକଳନ ଏବଂ ତୃଣମୂଳରେ ଆମକୁ ଫିଡ୍ବ୍ୟାକ୍ ମିଳୁଛି । ୨୧ ଲୋକସଭା କ୍ଷେତ୍ର ମଧ୍ୟରୁ ବିଜୁ ଜନତା ଦଳ ସର୍ବନିମ୍ନ ୧୨ଟି ଆସନ ଜିତୁଛି । ଆମେ ଆହୁରି ଅଧିକ ଜିତିପାରୁ । ବିଧାନସଭାରେ ତିନି ଚତୁର୍ଥାଂଶ ଆସନ ସହ ସରକାର ଗଠନ କରୁଛୁ । ୧୪୭ ବିଧାନସଭା ଆସନରୁ ତିନି ଚତୁର୍ଥାଂଶ ଅର୍ଥାତ ୧୧୦ ଆସନ ଦଳ ଦଖଲ କରିବ । ୧୧୦-୧୧୫ ଉପରକୁ ମଧ୍ୟ ଏହି ସଂଖ୍ୟା ଯାଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସୁଦୃଢ ଏବଂ ସ୍ଥିର ସରକାର ହେବାକୁ ଯାଉଛି । ଆମେ ଉତ୍ସାହିତ ଅଛୁ ।"
EXIT POLL (ETV Bharat Odisha) EXIT POLL (ETV Bharat Odisha) ଏହା ମଧ୍ୟ ପଢ଼ନ୍ତୁ...ସରିଲା ୨୪ ମହାଲଢେଇ; ଜନାଦେଶ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର - Odisha 2014 and 2019 Result
ପ୍ରକାଶ ଥାଉ, ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ପୋଲ-ୱାଚ୍ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା 'ବୁଥ ବାହୁଡା ଜନମତ' ସର୍ଭେରେ ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଶାସକ ବିଜେଡିକୁ ଢେର ପଛରେ ପକାଇବ । 'ଇଣ୍ଡିଆ ଟିଭି'ର ଆକଳନ ଅନୁସାରେ ରାଜ୍ୟରେ ବିଜେପି ୧୫ରୁ ୧୭ ଆସନ ଜିତିପାରେ । ସେହିପରି ଶାସକ ବିଜେଡି ମାତ୍ର ୪ରୁ ୬ ଆସନରେ ସୀମିତ ରହିବ । କଂଗ୍ରେସ ଗୋଟିଏ ମାତ୍ର ଆସନରେ ଖାତା ଖୋଲିପାରେ । ସେହିପରି ଅନ୍ୟ ଏକ ଜାତୀୟ ସଂସ୍ଥା 'ଜନ କି ବାତ' ଅନୁସାରେ, ବିଜେପି ୧୫ରୁ ୧୮ ଆସନ ହାତେଇବ । ସେହିପରି ବିଜେଡି ମାତ୍ର ୩ରୁ ୭ ଆସନରେ ରହିବ । କଂଗ୍ରେସ ଏଥର ରାଜ୍ୟରେ ଖାତା ଖୋଲିନପାରେ ବୋଲି ଆକଳନ କରିଛି 'ଜନ କି ବାତ' । ଜାତୀୟ ପୋଲ-ୱାଚ୍ ବଡି 'ଚାଣକ୍ୟ'ର ପୂର୍ବାକଳନ ଅନୁସାରେ ରାଜ୍ୟରେ ୨୧ ଆସନରୁ ବିଜେପି ସର୍ବାଧିକ ୧୬, ବିଜେଡି ୪ ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇପାରେ । 'ଏନଡିଟିଭି'ର ପୂର୍ବାକଳନ ବିଜେପିକୁ ୧୫, ବିଜେଡିକୁ ୩ରୁ ୮ ଓ କଂଗ୍ରେସ ରାଜ୍ୟରେ ଖାତା ଖୋଲିନପାରେ । ସେହିଭଳି ଇଣ୍ଡିଆ ନ୍ୟୁଜ ଅନୁସାରେ ବିଜେପି ୧୩, ବିଜେଡି ୮ ଓ କଂଗ୍ରେସ ଖାତା ଖୋଲିନପାରେ ।
EXIT POLL (ETV Bharat Odisha) ଇଟିଭି ଭାରତ, ଭୁବନେଶ୍ବର