ଓଡିଶା

odisha

ETV Bharat / international

କଚ୍ଚାତିବୁ ଦ୍ବୀପକୁ ଭାରତକୁ ଫେରାଇବ କି ଶ୍ରୀଲଙ୍କା, ମନ୍ତ୍ରୀ ଦେଲେ ଜବାବ - Katchatheevu Row - KATCHATHEEVU ROW

Katchatheevu Row: କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛି ଶ୍ରୀଲଙ୍କା । ଭାରତର ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଲଙ୍କା ମତ୍ସ୍ୟ ବିଭାଗ ମନ୍ତ୍ରୀ । ଅଧିକ ପଢନ୍ତୁ

Katchatheevu Row
Katchatheevu Row

By ETV Bharat Odisha Team

Published : Apr 5, 2024, 11:45 AM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି କଚ୍ଚାତିବୁ । ଆରୋପ ପ୍ରତ୍ୟାରୋପ ମଧ୍ୟରେ ସରଗରମ ନିର୍ବାଚନୀ ମାହୋଲ । ଏହାରି ମଧ୍ୟରେ ମୁହଁ ଖୋଲିଛି ଶ୍ରୀଲଙ୍କା । ମତ୍ସ୍ୟ ବିଭାଗ ମନ୍ତ୍ରୀ ଡଗଲସ ଦେବାନନ୍ଦ କହିଛନ୍ତି, ଶ୍ରୀଲଙ୍କାରୁ କଚ୍ଚାତିବୁ ଦ୍ୱୀପକୁ ଫେରାଇ ଆଣିବା ନେଇ ଭାରତ ଦେଉଥିବା ବୟାନର କୌଣସି ଆଧାର ନାହିଁ । ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଏବଂ ଡିଏମକେକୁ ଟାର୍ଗେଟ କରିବାର ଅଳ୍ପ ଦିନ ମଧ୍ୟରେ ଶ୍ରୀଲଙ୍କାକ ତାମିଲ ନେତା ଏହି ମନ୍ତବ୍ୟ ଦେଇଛନ୍ତି । 1974 ମସିହାରେ କଚ୍ଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିଲା । ତେବେ ସେହି ସମୟରେ ରାଷ୍ଟ୍ରୀୟ ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ନେଇ ମୋଦି ଅଭିଯୋଗ କରିଥିଲେ ।

ଦେବାନନ୍ଦ କହିଛନ୍ତି, "ମୋତେ ଲାଗୁଛି ଭାରତ ନିଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଜାଗା ହାସଲ କରିବା ପାଇଁ କାର୍ଯ୍ୟ କରୁଛି । ଶ୍ରୀଲଙ୍କା ମତ୍ସ୍ୟଜୀବୀମାନେ ସେହି ଅଞ୍ଚଳକୁ ପ୍ରବେଶ କରିପାରିବେ ନାହିଁ ସେ ଦିଗରେ କାର୍ଯ୍ୟ କରୁଛି ଭାରତ । ଶ୍ରୀଲଙ୍କା ଯେଉଁଭଳି ଏହି ଦ୍ବୀପ ଉପରେ କୌଣସି ଅଧିକାର ଦେଖାଇବ ସେହି ସେହି ଯୋଜନା ଚଲାଇଛି । ଶ୍ରୀଲଙ୍କାରୁ କଚ୍ଚାତିବୁ ଦ୍ୱୀପକୁ ଫେରାଇ ଆଣିବା ନେଇ ଭାରତ ଦେଉଥିବା ବୟାନର କୌଣସି ଆଧାର ନାହିଁ ।"

କଣ କହିଲା ଶ୍ରୀଲଙ୍କା ? :ଶ୍ରୀଲଙ୍କା ମନ୍ତ୍ରୀ ଡଗଲସ ଦେବାନନ୍ଦ କହିଛନ୍ତି, "1974 ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶର (ଭାରତ ଓ ଶ୍ରୀଲଙ୍କା) ମତ୍ସଜୀବୀମାନେ ଏହି ଦ୍ବୀପରେ ମାଛ ଧରିପାରିବେ । କିନ୍ତୁ 1976 ମସିହାରେ ଏହାର ସଂଶୋଧନ କରାଯାଇଥିଲା । ଓ୍ବେଷ୍ଟ ବ୍ୟାଙ୍କ ନାମକ ଏକ ସ୍ଥାନ ରହିଛି ବୋଲି ଦାବି କରାଯାଉଛି । ଯାହା କନ୍ୟାକୁମାରୀ ତଳକୁ ରହିଛି । ବିସୃତ ସାମୁଦ୍ରିକ କ୍ଷେତ୍ର ଅଟେ । ଏହା କଚ୍ଚାତିବୁରୁ 80 ଗୁଣା ବଡ଼ । 1976 ସମୟରେ ଭାରତ ଚୁକ୍ତି କରି ଏହାକୁ ନିଜର କରିଥିଲା । "

ଏହା ମଧ୍ୟ ପଢନ୍ତୁ: ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi Target Congress

କେତେ ଭାରତୀୟ ଗିରଫ ହୋଇଛନ୍ତି? :ଶ୍ରୀଲଙ୍କାର ସ୍ଥାନୀୟ ମତ୍ସଜୀବୀମାନେ ଭାରତର ମତ୍ସଜୀବୀମାନଙ୍କୁ ମାଛ ଧରିବା ପାଇଁ ବାରଣ କରୁଛନ୍ତି । ଏହାକୁ ନେଇ ବିରୋଧ ଦେଖାଦେଉଛି । ଭାରତୀୟମାନେ ମାଛ ଧରିବା ଶ୍ରୀଲଙ୍କା ମତ୍ସଜୀବୀବୀମାନଙ୍କ ସ୍ବାର୍ଥ ବିରୋଧୀ ବୋଲି ଶ୍ରୀଲଙ୍କା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ନୌସେନା ଦ୍ୱାରା ଅତି କମରେ 178 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହ 23ଟି ଟ୍ରଲରକୁ ଜବତ କରାଯାଇଛି ।

ଭାରତର ପ୍ରତିକ୍ରିୟା:ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କଚ୍ଚାତିବୁ ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିବା ବେଳେ ଏସ ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ମଧ୍ୟ କହିଛନ୍ତି । ସେ କହିଛନ୍ତି, "ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ କଚ୍ଚାତିବୁକୁ ନେଇ ଯେଉଁ ପ୍ରସଙ୍ଗ ଉଠୁଛି ତାହାର ଉତ୍ତର ଦିଲ୍ଲୀ ଏବଂ ଗୁଜୁରାଟରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ।" ଜୟସଓ୍ବାଲ ଦିଲ୍ଲୀରେ କହିଛନ୍ତି, ମୁଁ କହିବି ଯେ ଆପଣ ତାଙ୍କ ସାମ୍ବାଦିକ ସମ୍ମିଳନୀକୁ ଦୟାକରି ଦେଖନ୍ତୁ । ସଠିକ ଉତ୍ତର ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀଲଙ୍କା ନିକଟକୁ କିଭଳି ଗଲା କଚ୍ଚାତିବୁ ଦ୍ବୀପ, ସ୍ପଷ୍ଟିକରଣ ରଖିଲେ ଜୟଶଙ୍କର - Katchatheevu Issue

କ’ଣ ଏହି କଚ୍ଚାତିବୁ ପ୍ରସଙ୍ଗ:-କଚ୍ଚାତିବୁ ହେଉଛି ଭାରତ ମହାସାଗରେ ତାମିଲନାଡୁ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଏକ କ୍ଷୁଦ୍ର ଦ୍ବୀପ । ଯାହାକି ପୂର୍ବରୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା । ମାତ୍ର ଏହା ଏବେ ଶ୍ରୀଲଙ୍କା ନିୟନ୍ତ୍ରଣରେ ରହିଛି । ସୂଚନା ଅଧିକାର ଅଧିନିୟମ ବଳରେ ମିଳିଥିବା ତଥ୍ୟ ଅନୁସାରେ, 1974 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଦେଇଥିଲେ । ତେବେ ନିର୍ବାଚନର ଠିକ ପୂର୍ବରୁ ତାମିଲନାଡୁ ବିଜେପି ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲାଇଙ୍କ ଦ୍ବାରା ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ସିଧା ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ସହ ଯୋଡି କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି । ଏହା ପୂର୍ବରୁ ମଧ୍ୟ କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା ବିବାଦ ଓ ଅକ୍ସାଇ ଚୀନର ବିବାଦୀୟ ଅଞ୍ଚଳ ପାଇଁ ବିଜେପି ବାରମ୍ବାର କଂଗ୍ରେସ ଶାସନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନିଷ୍ପତ୍ତିକୁ ଦାୟୀ କରି ଆସିଛି ।

ABOUT THE AUTHOR

...view details