ହାଇଦ୍ରାବାଦ:ପ୍ରତିବର୍ଷ ପରି ମନୋରଞ୍ଜନ ଦୁନିଆରେ ଅନେକ ବଡ ବଜେଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ, ଯାହା ବିଷୟରେ ଅନେକ ଚର୍ଚ୍ଚା ରହିଥାଏ । ସେହିପରି ବର୍ତ୍ତମାନ ସରିବ 2024 ବର୍ଷ । ପୁଣି ନୂଆ ଆଶା ଉଦ୍ଦୀପନା ସହ ଆସିବ 2025 ବର୍ଷ । ଆଗାମୀ ବର୍ଷରେ ପୁଣି ତାରକାମାନେ ନିଜ ନୂଆ ଫିଲ୍ମ ନେଇ ପରଦାକୁ ଫେରିବେ । ଯାହାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏପରି ସମୟରେ 2024ରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଖାସ୍ ରହିଥିଲା । ଏହି ବର୍ଷ ଅନେକ ଫିଲ୍ମ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ ସଫଳତା ହାସଲ କରିଛି । ଏଥିମଧ୍ୟରେ କିଛି ଏପରି ଚଳଚ୍ଚିତ୍ର ଅଛି, ଯାହା ସ୍ୱଳ୍ପ ବଜେଟ୍ ଥାଇ ମଧ୍ୟ ଦର୍ଶକଙ୍କ ମନ ଜିତିବା ସହ ବ୍ଲକବ୍ଲଷ୍ଟ ପ୍ରମାଣିତ ହୋଇଛି । ଏଥିରେ ବଲିଉଡରୁ ସାଉଥ ଚଳଚ୍ଚିତ୍ର ପର୍ଯ୍ୟନ୍ତ ନାମ ଅନ୍ତର୍ଭୁକ୍ତ । ଯାହା କମ୍ ବଜେଟ୍ ସହ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଜାଣନ୍ତୁ ସେହି ଫିଲ୍ମଗୁଡ଼ିକ ବିଷୟରେ...
ସ୍ୱଳ୍ପ ବଜେଟ୍ ହିଟ୍ ଫିଲ୍ମ:-
1. 'ସ୍ତ୍ରୀ 2'
ସ୍ୱଳ୍ପ ବଜେଟ୍ ଏବଂ ଅଧିକ ଆୟ କରୁଥିବା ଚଳଚ୍ଚିତ୍ର ତାଲିକାରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର କମେଡି 'ସ୍ତ୍ରୀ ୨' ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅମର କୌଶିକ 60 କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ବକ୍ସ ଅଫିସରେ ରିଲିଜ୍ ହେବା ମାତ୍ରେ ଅନେକ ରେକର୍ଡ ଭାଙ୍ଗିବା ସହ ବିପୁଳ ରୋଜଗାର କରିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର କମେଡି ସାରା ବିଶ୍ୱରେ 880 କୋଟି ଟଙ୍କା ବ୍ୟବସାୟ କରିଛି। 'ସ୍ତ୍ରୀ ୨' ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଭାବରେ ପରିଣତ ହୋଇଛି।
2. 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ 'ଲାପତା ଲେଡିଜ୍' ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ନିତାଂସି ଗୋୟଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ, ରବି କିଶନ ଏବଂ ଛାୟା ପ୍ରମୁଖ ଭୂମିକାରେ ଅଛନ୍ତି। ତେବେ ପ୍ରେକ୍ଷାଳୟ ପ୍ରତି ଦର୍ଶକଙ୍କୁ ଆକର୍ଷିତ କରିବାରେ 'ଲାପତା ଲେଡିଜ୍' ନିଶ୍ଚିତ ଭାବରେ ବିଫଳ ହୋଇଥିଲା । କିନ୍ତୁ, ଯେତେବେଳେ ଏହା OTT ରେ ରିଲିଜ ହେଲା, ଏହା ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ନେଟଫ୍ଲିକ୍ସରେ ପ୍ରିମିୟର୍ ହେବା ପରେ ଫିଲ୍ମଟି ଅଧିକ ପ୍ରଶଂସା ଏବଂ ସ୍ୱୀକୃତି ଲାଭ କରିଥିଲା ।| 10 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା । ହେଲେ ର୍ଦୁଭାଗ୍ୟ ବଶତଃ ଓସ୍କାର ରେସରୁ ବାଦ ପଡିଲା । 'ଲାପତା ଲେଡିଜ୍' ସାରା ବିଶ୍ୱରେ 27.66 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ 13.8 ମିଲିୟନ୍ ଭ୍ୟୁ ପାଇଥିଲା, ଯାହା ଏକମାତ୍ର ଅଣ-ଇଂରାଜୀ ଚଳଚ୍ଚିତ୍ର ହୋଇ OTT ରେ ରେକର୍ଡ ଭାଙ୍ଗିଥିଲା ।
3.'ହନୁମାନ'
ତେଜା ସାଜାଙ୍କ ଅଭିନୀତ ପ୍ରଶାନ୍ତ ଭର୍ମାଙ୍କ ନିର୍ଦ୍ଦେଶିତ 'ହନୁ-ମ୍ୟାନ୍' ଏକ ତେଲୁଗୁ ସୁପରହିଟ୍ ଫିଲ୍ମ 'ହନୁମାନ' । 40 କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 350 କୋଟି ଟଙ୍କା ଆୟ କରିବା ସହ ଲୋକପ୍ରିୟତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରରେ ବରଲକ୍ଷ୍ମୀ ସରଥକୁମାର, ଅମୃତା ଆୟର୍ ଏବଂ ବିନୟ ରାୟ ମଧ୍ୟ ଅଭିନୟ କରିଛନ୍ତି।
4. 'ସୈତାନ'
ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ' ସ୍ୱଳ୍ପ ବଜେଟର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । 40 କୋଟି ଟଙ୍କା ବଜେଟରେ ନିର୍ମିତ ଏହା ଏକ ହରରର କଳା ଯାଦୁ ଆଧାରିତ ଚଳଚ୍ଚିତ୍ର । ଯାହା ସାରା ବିଶ୍ୱରେ 211.06 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରରେ ଲୋକମାନେ ଆର. ମାଧବନଙ୍କ ଅଭିନୟ ବହୁତ ପସନ୍ଦ କରିଥିଲେ ଲୋକେ ।
5. 'ମୁଞ୍ଜ୍ୟା'