ହାଇଦ୍ରାବାଦ:ରକିଂ ଷ୍ଟାରର୍ ୟଶ୍ ତାଙ୍କର ପରବର୍ତ୍ତୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟକ୍ସିକ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୟଶ ତାଙ୍କର କେଜିଏଫ୍ ଫ୍ରାଞ୍ଚାଇଜ୍ ସହ ସାରା ବିଶ୍ୱରେ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି । ସେବେଠାରୁ ୟଶଙ୍କ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଟକ୍ସିକ୍' ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଆଜି ଜାନୁୟାରୀ 6 ରେ ୟଶ ଟକ୍ସିକ୍ ଫିଲ୍ମରୁ ତାଙ୍କ ପ୍ରଶଂସକଙ୍କୁ ଏକ ନୂତନ ଅପଡେଟ ଦେଇଛନ୍ତି । ଏଥି ସହିତ, ଜାନୁଆରୀ 8 ରେ 39 ତମ ଜନ୍ମଦିନରେ ୟଶ ତାଙ୍କ ପଫ୍ୟାନ୍ସଙେକୁ ସପରପ୍ରାଇଜ ଦେବା ନେଇ ହିଣ୍ଟ୍ ଦେଇଛନ୍ତି ।
ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେବେ ୟଶ
ୟଶ ଷ୍ଟାରର ଫିଲ୍ମ 'ଟକ୍ସିକ୍' ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ଗତ ବର୍ଷ ଫିଲ୍ମ 'ଟକ୍ସିକ୍' ଘୋଷଣା କରାଯାଇଥିଲା ଏବଂ ଫିଲ୍ମରୁ ଏକ ଟିଜର ରିଲିଜ ହୋଇଥିଲା। ସେବେଠାରୁ ୟଶଙ୍କ ପ୍ରଶଂସକମାନେ ଟକ୍ସିକ୍ ଚଳଚ୍ଚିତ୍ରର ପରବର୍ତ୍ତୀ ଅପେଡଟକୁ ଅପେକ୍ଷା କରିଥିବା ବେଳେ ୟଶ ତାଙ୍କ ଜନ୍ମଦିନରେ ଏନେଇ ଭେଟି ଦେବାକୁ ଯାଉଛନ୍ତି । ଆଜି, ଜାନୁଆରୀ 6 ରେ, ୟଶ ତାଙ୍କ ଚଳଚ୍ଚିତ୍ର 'ଟକ୍ସିକ' ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାପ୍ ପିନ୍ଧି ଏକ ଭିଣ୍ଟେଜ୍ କାର ନିକଟରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର କ୍ୟାପସନରେ ଲେଖା ଅଛି, 'ମୁଁ ତାଙ୍କୁ ମୁକ୍ତ କରୁଛି ...' କେବଳ ଏହି ୟଶ ତାଙ୍କ ପ୍ରଶଂସକଙ୍କ ପାଇଁ ଭେଟି ନେଇ ହିଣ୍ଟ ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି, ଆସନ୍ତୁ 8 ଜାନୁଆରୀ ସକାଳ 10.25 ରେ ସାକ୍ଷାତ କରିବା ।