ଓଡିଶା

odisha

ETV Bharat / entertainment

ପୁଣି ରିଲିଜ ହେଲା ଶାହାରୁଖଙ୍କ ଫିଲ୍ମ 'ଭୀର ଜାରା', 100 କୋଟି ଆୟ କରି ରଚିଲା ଇତିହାସ - Veer Zaara Creates History - VEER ZAARA CREATES HISTORY

Veer Zaara Creates History Box Office: ଶାହାରୁଖ ଖାନଙ୍କ 20 ବର୍ଷ ପୁରୁଣା ପ୍ରେମ କାହାଣୀ ଫିଲ୍ମ 'ଭୀର ଜାରା' ବକ୍ସ ୍ଫିସରେ ଇତିହାସ ସୃଷ୍ଟି କରିଛି । ଏହି ଫିଲ୍ମ ଏବେ ପୁଣି ରିଲିଜ ହୋଇଥିବା ବେଳେ 100 କୋଟି ଟଙ୍କାର ବ୍ୟବସାୟ କରିଛି । ଅଧିକ ପଢନ୍ତୁ,

ପୁଣି ରିଲିଜ ହେଲା ଶାହାରୁଖଙ୍କ ଫିଲ୍ମ 'ଭୀର ଜାରା', 100 କୋଟି ଆୟ କରି ରଚିଲା ଇତିହାସ
ପୁଣି ରିଲିଜ ହେଲା ଶାହାରୁଖଙ୍କ ଫିଲ୍ମ 'ଭୀର ଜାରା', 100 କୋଟି ଆୟ କରି ରଚିଲା ଇତିହାସ (Movie Poster)

By ETV Bharat Entertainment Team

Published : Sep 21, 2024, 12:14 PM IST

ହାଇଦ୍ରାବାଦ:ବଲିଉଡ ତାରକା ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ଅଭିନୀତ 20 ବର୍ଷ ପୁରୁଣା ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଭୀର ଜାରା' ପୁନଃ ରିଲିଜ୍ ପରେ ମଧ୍ୟ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । 'ଭୀର ଜାରା' 2004 ମସିହାରେ ମୁକ୍ତିଲାଭ କରିଥିଲା । '​​ଭୀର ଜାରା' ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଲଭଷ୍ଟୋରୀ, ଯାହା ଆଜି ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଚଳଚ୍ଚିତ୍ରର ଗୀତଗୁଡ଼ିକ ଏବେ ମଧ୍ୟ ଲୋକଙ୍କ ମନରେ ଅଛି । ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୀର ଜାରା ନିକଟରେ ପୁଣି ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ବକ୍ସ ଅଫିସରେ 100 କୋଟି ଟଙ୍କା ବ୍ୟବସାୟ କରି ଧମାକା କରିଛି ।

ପୁଣି ରିଲିଜ ହେଲା 'ଭୀର ଜାରା'

ପୁଣି ବକ୍ସ ଅଫିସରେ ଜଲୱା ଦେଖାଇଛି ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ପ୍ରେମ କାହାଣୀ ଚଳଚ୍ଚିତ୍ର 'ଭୀର ଜାରା' । ସେପ୍ଟେମ୍ୱର 13ରେ ରିଲିଜ ହୋଇଛି ଏହି ଫିଲ୍ମ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ 'ଭୀର ଜାରା' କଲେକ୍ନସ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ର 203 ପ୍ରେକ୍ଷାଳୟରେ ଚାଲିଥିବା ବେଳେ ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି । ଏହି ଚଳଚ୍ଚିତ୍ରଟି ଜାତୀୟ ସିନେମା ଦିବସରେ 99 ଟଙ୍କାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ପ୍ରଥମ ସପ୍ତାହରେ ଏହି ଫିଲ୍ମ 100 କୋଟି କ୍ଲବରେ ଏଣ୍ଟ୍ରି ମାରିଛି ।

100 କୋଟି କ୍ଲବରେ ଏଣ୍ଟ୍ରି

ତରଣ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ, 'ଭୀର ଜାରା' ପ୍ରଥମ ଦିନରେ 20 ଲକ୍ଷ, ଦ୍ୱିତୀୟ ଦିନରେ 32 ଲକ୍ଷ, ତୃତୀୟ ଦିନରେ 38 ଲକ୍ଷ, ଚତୁର୍ଥ ଦିନରେ 20 ଲକ୍ଷ, ପଞ୍ଚମ ଦିନରେ 18 ଲକ୍ଷ, ଷଷ୍ଠ ଦିନରେ 15 ଲକ୍ଷ ଟଙ୍କା କଲେକ୍ସନ କରିଛି । ସେହିପରି ସପ୍ତମ ଦିନରେ 14 ଲକ୍ଷ ଆୟ କରିଛି । ତେବେ ଫିଲ୍ମଟି ମୋଟେ ଘରୋଇ ବକ୍ସ ଅଫିସରେ 1.57 କୋଟି ଟଙ୍କା କଲେକ୍ସନ କରିଛି ଏବଂ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 100 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ:ହୁରୁନ ଇଣ୍ଡିଆ ଧନୀ ତାଲିକାରେ ଡେବ୍ୟୁ କଲେ ଶାହାରୁଖ ଖାନ; ଜାଣନ୍ତୁ ବାଦଶାହାଙ୍କ ନେଟୱର୍ଥ କେତେ ?

ସୂଚନା ଥାଉ କି, 2004 ମସିହାରେ ଫିଲ୍ମ 'ଭୀର ଜାରା' ଭାରତୀୟ ବକ୍ସ ଅଫିସରେ 61 କୋଟି, ବିଦେଶରେ 37 କୋଟି, ମୋଟ ମୋଟ ବକ୍ସ ଅଫିସରେ ସଂଗ୍ରହ 98 କୋଟି ଟଙ୍କା ଆୟ କରିଥିଲା । 'ଭୀର ଜାରା' ଚଳଚ୍ଚିତ୍ରରେ ଶାହାରୁଖ ଖାନ, ପ୍ରୀତି ଜିଣ୍ଟା, ରାନୀ ମୁଖାର୍ଜୀ, ଅମିତାଭ ବଚ୍ଚନ, ହେମା ମଲିନୀ, ମନୋଜ ବାଜପେୟୀ ଏବଂ ବୋମାନ ଇରାନୀ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଯାହାର ଗୀତ ଏବଂ ଲଭ କେମେଷ୍ଟ୍ରିକୁ ଆଜି ବି ଲୋକେ ବେଶ ପସନ୍ଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details