ଓଡିଶା

odisha

'ସିଟାଡେଲ' ପ୍ରଥମ ପୋଷ୍ଟର ଆଉଟ୍, OTTରେ ଧମାକା କରିବେ ସାମନ୍ଥା-ବରୁଣ

By ETV Bharat Odisha Team

Published : Mar 19, 2024, 5:55 PM IST

Citadel Hindi Version Title: 'ସିଟାଡେଲ' ହିନ୍ଦୀ ଭର୍ସନ ସିରିଜର ଟାଇଟଲ ଘୋଷଣା ହୋଇଛି । ପ୍ରଥମ ପୋଷ୍ଟର ରିଲିଜ କରି ନିର୍ମାତା ଏହାର ଟାଇରଲ ଉପରୁ ପରଦା ହଟାଇଛନ୍ତି । ସିରିଜର ନାଁ 'ସିଟାଡେଲ-ହନି ବନି' ରହିଛି । ଅଧିକ ପଢନ୍ତୁ,

'ସିଟାଡେଲ' ପ୍ରଥମ ପୋଷ୍ଟର ଆଉଟ୍, ଓଟିଟିରେ ଧମାକା କରିବେ ସାମନ୍ଥା-ବରୁଣ
'ସିଟାଡେଲ' ପ୍ରଥମ ପୋଷ୍ଟର ଆଉଟ୍, ଓଟିଟିରେ ଧମାକା କରିବେ ସାମନ୍ଥା-ବରୁଣ

ହାଇଦ୍ରାବାଦ:ଦୀର୍ଘ ଦିନ ଧରି ହଲିଉଡର ସ୍ପାଇ- ଥ୍ରୀଲର ୱେବ୍ ସିରିଜ୍ 'ସିଟାଡେଲ'ର ହିନ୍ଦୀ ଭର୍ସନ ନେଇ ଚର୍ଚ୍ଚା କରାଯାଉଥିଲା । ହିନ୍ଦୀରେ ନିର୍ମିତ ଏହି ସିରିଜରେ ବଲିଉଡ ଅଭିନେତା ବରୁଣ ଧୱନ ଏବଂ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସମୟରେ ନିର୍ମାତା ୱେବ ସିରିଜ 'ସିଟାଡେଲ'ର ପ୍ରଥମ ଲୁକ ପୋଷ୍ଟର ରିଲିଜ କରି ଏହାର ଟାଇରଲ ଉପରୁ ପରଦା ହଟାଇଛନ୍ତି । 'ସିଟାଡେଲ' ହିନ୍ଦୀ ଭର୍ସନର ଟାଇଟଲ 'ସିଟାଡେଲ-ହନି ବନି' ଘୋଷଣା ହୋଇଛି । ଏଥିସହ ଓଟିଟିର କେଉଁ ପ୍ଲାଟଫର୍ମରେ ସିରିଜ ରିଲିଜ ହେବ ତାହା ମଧ୍ୟ ପ୍ରକାଶ କରାଯାଇଛି । ସୋସିଆଲ ମିଡିଆରେ ନିର୍ମାତା ଏନେଇ ସୂଚନା ଦେଇଛନ୍ତି ।

ନିର୍ମାତା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ସିରିଜର ଟାଇଟଲ 'ସିଟାଡେଲ-ହନି ବନି' ଲେଖାଯାଇଥିବା ବେଳେ ବରୁଣ ଏବଂ ସାମନ୍ଥାଙ୍କ ଲୁକ ଏଥିରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ପ୍ରକାଶ କରାଯାଇଛି । ତେବେ ଏହି ସିରିଜର ରିଲିଜ ତାରିଖ ଏଯାଏଁ ପ୍ରକାଶ କରାଯାଇନାହିଁ ।

ସୂଚନା ଥାଉ କି, ସିଟାଡେଲ ହେଉଛି ଆନ୍ତର୍ଜାତୀୟ ସିରିଜର ଭାରତୀୟ ଆଡପ୍ଟେସନ୍ । ଏହାକୁ ରୁଷୋ ବ୍ରଦର୍ସ ପ୍ରସ୍ତୁତ କରିଛନ୍ତି। ବିଦେଶୀ ଧାରାବାହିକ ସିଟାଡେଲରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ରିଚାର୍ଡ ମ୍ୟାଡେନ୍ ଏବଂ ଷ୍ଟାନଲି ଟୁଚି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯାହା ଏପ୍ରିଲ ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ହିନ୍ଦୀ ଭର୍ସନରେ ସାମନ୍ଥାଙ୍କ ସହ ବଲିଉଡ ଅଭିନେତା ବରୁଣ ଧୱନ ନଜର ଆସିବାକୁ ଥିବା ବେଳେ ପ୍ରଥମ ଥର ପାଇଁ ଉଭୟ ଏକାଠି ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:ସିଟାଡେଲ ସେଟରେ ଆହତ ହେଲେ ସାମନ୍ଥା

ଏହି ୱେବ ସିରିଜକୁ ରାଜ ଆଣ୍ଡ ଡି.କେ ନିର୍ଦ୍ଦେଶନା ଦେଉଛନ୍ତି । ଯିଏ ଏହାପୂର୍ବରୁ ଦୁହେଁ ମନୋଜ ବାଜପେୟୀଙ୍କ 'ଦ ଫ୍ୟାମିଲି ମ୍ୟାନ୍' ଏବଂ ସହିଦ କପୁର ଅଭିନୀତ 'ଫର୍ଜି' ପ୍ରସ୍ତୁତ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏହା ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ହେବ । 'ସିଟାଡେଲ ହନି ବନି'ରେ ଅନୁପମ ଖେରଙ୍କ ପୁଅ ସିକନ୍ଦର ଖେର ମଧ୍ୟ ନଜର ଆସିବେ। ରାଜ ଆଣ୍ଡ ଡି.କେ, ସେମାନଙ୍କର ବ୍ୟାନର D2R ଫିଲ୍ମସରେ ଫିଲ୍ମରେ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଡିଜିଟାଲ ଦୁନିଆରେ ଦେଶୀ ଗାର୍ଲ, ରିଚାର୍ଡଙ୍କ ସହ ଆସିବେ ନଜର

ABOUT THE AUTHOR

...view details