ଓଡିଶା

odisha

ବକ୍ସ ଅଫିସରେ ହେବନି 'ସୂରିୟା-ରଜନୀକାନ୍ତ'ଙ୍କ କଡା ଟକ୍କର; ଘୁଞ୍ଚିଲା 'କଙ୍ଗୁୱା' ରିଲିଜ ଡେଟ୍, କାରଣ କହିଲେ ଅଭିନେତା - Kanguva Release Date Postponed

By ETV Bharat Entertainment Team

Published : Sep 1, 2024, 2:38 PM IST

Kanguva Release Date Postponed: ରଜନୀକନ୍ତଙ୍କ ଅଭିନୀତ ଫିଲ୍ମ 'ଭେଟ୍ଟିୟାନ' ଏବଂ ସୂରିୟା ଷ୍ଟାରର ଫିଲ୍ମ 'କଙ୍ଗୁୱା' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଉଭୟ ଫିଲ୍ମ ଏକାସାଙ୍ଗେ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ସୂରିୟା ଷ୍ଟାରର ଫିଲ୍ମ 'କଙ୍ଗୁୱା' ରିଲିଜ ଡେଟ୍ ଘୁଞ୍ଚିଥିବା ଜଣାପଡିଛି । ଏନେଇ ଅଭିନେତା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ବକ୍ସ ଅଫିସରେ ହେବନି 'ସୂରିୟା-ରଜନୀକାନ୍ତ'ଙ୍କ କଡା ଟକ୍କର; ଘୁଞ୍ଚିଲା 'କଙ୍ଗୁୱା' ରିଲିଜ ଡେଟ୍, କାରଣ କହିଲେ ଅଭିନେତା
ବକ୍ସ ଅଫିସରେ ହେବନି 'ସୂରିୟା-ରଜନୀକାନ୍ତ'ଙ୍କ କଡା ଟକ୍କର; ଘୁଞ୍ଚିଲା 'କଙ୍ଗୁୱା' ରିଲିଜ ଡେଟ୍, କାରଣ କହିଲେ ଅଭିନେତା (Film Posters)

ହାଇଦ୍ରାବାଦ:ଦର୍ଶକମାନେ ଉତ୍ସାହର ସହ ସୂରିୟାଙ୍କ ଅଭିନୀତ ଚଳଚ୍ଚିତ୍ର 'କଙ୍ଗୁୱା' ରିଲିଜକୁ ଅପେକ୍ଷା କରିଛନ୍ତି । କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ଏହି ଚଳଚ୍ଚିତ୍ରଟି ରିଲିଜ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ତେବେ ଏହାର ନୂତନ ରିଲିଜ୍ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଖୁଲାସା କରାଯାଇନାହିଁ। ଖୁବଶୀଘ୍ର ନିର୍ମାତା ଫିଲ୍ମର ନୂତନ ରିଲିଜ୍ ତାରିଖ ଘୋଷଣା କରିବେ । ସୂରିୟା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ଏହା ପଛର କାରଣ ମଧ୍ୟ କହିଛନ୍ତି ।

ଏହି କାରଣରୁ ଘୁଞ୍ଚିଲା 'କଙ୍ଗୁୱା' ରିଲିଜ ଡେଟ୍

ବାସ୍ତବରେ, କଙ୍ଗୁୱା ଏବଂ ରଜନୀକାନ୍ତଙ୍କ ଭେଟ୍ଟିୟାନ୍ ସମାନ ତାରିଖ 10 ଅକ୍ଟୋବରରେ ରିଲିଜ୍ ହେବାର ଥିଲା । କିନ୍ତୁ ରଜନୀକାନ୍ତଙ୍କ ଫିଲ୍ମ ଯୋଗୁଁ 'କଙ୍ଗୁୱା' ଫିଲ୍ମ ରିଲିଜ ତାରିଖକୁ ଘୁଞ୍ଚାଇବାକୁ ନିଷ୍ପତି ନେଇଛନ୍ତି । ଫିଲ୍ମ 'ମୈୟାଜଗାନ୍'ର ଅଡିଓ ଲଞ୍ଚରେ ସୂରିୟା କହିଛନ୍ତି ଯେ ରଜନୀକାନ୍ତ ତାଙ୍କ ପାଇଁ ସିନିୟର, ତେଣୁ ନିର୍ମାତାମାନେ ରିଲିଜକୁ ସ୍ଥଗିତ ରଖିବାକୁ ଏବଂ ଭେଟ୍ଟିୟାନ ପାଇଁ ରାସ୍ତା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତାଙ୍କ ଭାଇ କାର୍ତ୍ତିଙ୍କ ଫିଲ୍ମ 'ମୈୟାଜଗାନ୍'ର ଅଡିଓ ଲଞ୍ଚରେ ଯୋଗ ଦେଇ ସୂରିୟା କହିଛନ୍ତି, ''ଅଢେଇ ବର୍ଷରୁ ଅଧିକ ସମୟ ଧରି 1000 ରୁ ଅଧିକ ଲୋକ ତାମିଲ ସିନେମାରେ ଏକ ବିଶେଷ ଚଳଚ୍ଚିତ୍ର ଉପସ୍ଥାପନ କରିବା ପାଇଁ' କଙ୍ଗୁୱା 'ପାଇଁ ଦିନରାତି ପରିଶ୍ରମ କରିଛନ୍ତି । ଶିବାଙ୍କଠାରୁ ଆରମ୍ଭ କରି ସମଗ୍ର କାଷ୍ଟ ଏବଂ କ୍ରୁମାନେ ଅଢେଇ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି । ମୁଁ ନିଶ୍ଚିତ ଯେ କଠିନ ପରିଶ୍ରମ ବ୍ୟର୍ଥ ହେବ ନାହିଁ । ମୁଁ ନିଶ୍ଚିତ ଯେ ଆପଣମାନେ ସେହି ଭଲପାଇବା ଏବଂ ସମ୍ମାନ ଦେବେ । ଯେତେବେଳେ ଫିଲ୍ମ ପରଦାକୁ ଆସିବ, ସବୁକିଛି ମିଳିବ ।''

ସେ ଆହୁରି କହିଛନ୍ତି, ''ଭେଟ୍ଟିଆନ୍ 'ଅକ୍ଟୋବର 10 ରେ ଆସୁଛି । ସମ୍ମାନ ପାଇଁ ଆମେ ଫିଲ୍ମ ରିଲିଜକୁ ଘୁଞ୍ଚାଇବାକୁ ଚାହୁଁଛୁ । ସେ [ରଜନୀକାନ୍ତ] ମୋ ପାଇଁ ସିନିୟର, ମୁଁ ଜନ୍ମ ହେବା ସମୟରେ ସେ ଅଭିନୟ ଆରମ୍ଭ କରିଥିଲେ । ସେ ତାମିଲ ସିନେମାର ପରିଚୟ 50 ବର୍ଷରୁ ଅଧିକ ସମୟ ଧରି ରହିଆସିଛନ୍ତି । ମୁଁ ଭାବୁଛି ସୁପରଷ୍ଟାରଙ୍କ ଫିଲ୍ମ ପ୍ରଥମେ ଆସିଲେ ଭଲ ହେବ । 'କଙ୍ଗୁୱା' ପାଇଁ ମୁଁ ଆପଣଙ୍କ ଭଲପାଇବା ଏବଂ ସମର୍ଥନ ଆବଶ୍ୟକ କରିବି । ଏହା ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ ।''

ଏହା ମଧ୍ୟ ପଢନ୍ତୁ:'କଙ୍ଗୁୱା' ନୂଆ ପୋଷ୍ଟର ଆଉଟ୍, ଭିନ୍ନ ଲୁକରେ ନଜର ଆସିଲେ ସୂରିୟା

'କଙ୍ଗୁୱା' ବିଷୟରେ କହିବାକୁ ଗଲେ,

ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶିତ 'କଙ୍ଗୁୱା' ଏକ ମନୋରଞ୍ଜନ ଭରପୁର ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିବେ । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details