ହାଇଦ୍ରାବାଦ: ଆଜି ହେଉଛି ଦବଙ୍ଗ ଗର୍ଲ ତଥା ଶତ୍ରୁଘ୍ନଙ୍କ ଲାଡଲି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନ । ନିକଟରେ ଅଭିନେତ୍ରୀ ସଂଜୟ ଲୀଲା ବଂଶାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁ ପ୍ରତିକ୍ଷିତ ଡେବ୍ୟୁ ୱେବ ସିରିଜ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର'ରେ ନଜର ଆସିଥିଲେ । ତେବେ ସେହି ୱେବ ସିରିଜରେ ସୋନାକ୍ଷୀଙ୍କର ଅଭିନୟ ଲୋକଙ୍କ ମନକୁ ଛୁଇଁଥିଲା । ଏହି ୱେବ ସିରିଜର ସଫଳତା ତାଙ୍କ ଜନ୍ମଦିନକୁ ଆହୁରୀ ସ୍ମରଣୀୟ କରିଛି । ଆଜି ସେ 37 ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ତାଙ୍କ ରୁମର୍ ବୟଫ୍ରେଣ୍ଡ ଜହିର ଇକବାଲ ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇବା ସହ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ପ୍ରସିଦ୍ଧ ଫିଲ୍ମ ଦ ନୋଟବୁକର ଅଭିନେତା ଜହିର ଇକବାଲ ତାଙ୍କ ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ସେୟାର କରିଛନ୍ତି । ଯାହା କପଲଙ୍କ ଭିତରେ ଥିବା ଗଭୀର ଭଲପାଇବାକୁ ଦର୍ଶାଉଛି । ତେବେ ଫଟୋ ସେୟାର କରି ଜହିର କ୍ୟାପସନରେ ଲେଖିଛନ୍ତି, ହାପି ବର୍ଥଡେ ସୋନଜ (ପରେ ଏକ ଲାଲ୍ ହୃଦୟ ଏବଂ ଏକ ଇମୋଜି ରହିଛି) । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଫଟୋରେ କପଲଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ନିଖୁଣ ଭାବରେ ଦର୍ଶାଉଛି । ତେବେ ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଆହୁରୀ ଉତ୍ସାହ ଭରି ଦେଇଛି । ଜଣେ ସୋସିଆଲ ମିଡିଆ ୟୁଜର ତଥା ଫ୍ୟାନ ସେହି ଫଟୋର କମେଣ୍ଟରେ "ଦୋନୋକି ଯୋଡ଼ି ମାଶାଲ୍ଲା ହେ" ବୋଲି କମେଣ୍ଟରେ ଲେଖିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, "ପରଫେକ୍ଟ! ହାପି ବର୍ଥଡେ @ଅସଲିସୋନା ମ୍ୟାମ" କମେଣ୍ଟରେ ଲେଖିଛନ୍ତି।