ଓଡିଶା

odisha

ETV Bharat / entertainment

ଆଜି ଜାତୀୟ କ୍ରୀଡା ଦିବସ; ଏମିତି ସେଲିବ୍ରେଟ କଲେ ବି-ଟାଉନ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଖେଳ ପ୍ରତି କଲେ ଉତ୍ସାହିତ - Celebs On National Sports Day 2024

Celebs On National Sports Day 2024: ଆଜି 29 ଅଗଷ୍ଟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । ଏହି ଅବସରରେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଏହାକୁ ବିଶେଷ ଢଙ୍ଗରେ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଝଲକ ଦେଖାଇଛନ୍ତି ।

ଆଜି ଜାତୀୟ କ୍ରୀଡା ଦିବସ; ଏମିତି ସେଲିବ୍ରିଟ କଲେ ବି-ଟାଉନ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଖେଳ ପ୍ରତି କଲେ ଉତ୍ସାହିତ
ଆଜି ଜାତୀୟ କ୍ରୀଡା ଦିବସ; ଏମିତି ସେଲିବ୍ରିଟ କଲେ ବି-ଟାଉନ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଖେଳ ପ୍ରତି କଲେ ଉତ୍ସାହିତ (ANI)

By ETV Bharat Odisha Team

Published : Aug 29, 2024, 4:46 PM IST

ହାଇଦ୍ରାବାଦ:ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ସମ୍ମନାର୍ଥେ ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ, ପିଲାଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ବାହାରକୁ ଯାଇ ଖେଳକୁ ଉପଭୋଗ କରୁଛନ୍ତି । ବଲିଉଡର ତମାମ ସେଲିବ୍ରିଟି ମଧ୍ୟ ବିଶେଷ ଢଙ୍ଗରେ ଜାତୀୟ କ୍ରୀଡା ଦିବସ ପାଳନ କରିଛନ୍ତି । ବଲିଉଡ ତାରକା ଶିଳ୍ପା ଶେଟ୍ଟୀ ଏବଂ ଜ୍ୟାକି ଶ୍ରଫ ଭାରତୀୟ ଆଥଲେଟମାନଙ୍କୁ ନେଇ ପ୍ରେରଣାଦାୟକ ବାର୍ତ୍ତା ସହ ଭାରତୀୟ ଆଥଲେଟଙ୍କୁ ସମର୍ପିଛନ୍ତି । ସେହିପରି ରକୁଲ ପ୍ରୀତ ସିଂ ଏବଂ ସିଦ୍ଧାର୍ଥ ମଲହୋତ୍ରା ନିଜେ କ୍ରୀଡା ଉପରେ ରୁଚି ଦେଖାଇଛନ୍ତି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ପୋଷ୍ଟ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଚଳଚ୍ଚିତ୍ର 'କପୁର ଆଣ୍ଡ ସନ୍ସ'ରୁ କିଛି ସ୍ମରଣୀୟ ମୁହୂର୍ତ୍ତ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି । ଥ୍ରୋବ୍ୟାକ୍ ଭିଡିଓ ଏବଂ ସେଟରେ କ୍ରିକେଟ୍ ଉପଭୋଗ କରୁଥିବା ତାଙ୍କର ପୋଷ୍ଟଗୁଡିକ ଏହି ଖେଳ ପ୍ରତି ତାଙ୍କର ଭଲପାଇବାକୁ ଦର୍ଶାଇଛି । ଏହା ସେୟାର କରି ସେ ଲେଖିଛନ୍ତି, ଦିଲ୍ଲୀର ରାସ୍ତାରୁ ଫିଲ୍ମ ସେଟ୍ ପର୍ଯ୍ୟନ୍ତ କ୍ରିକେଟ୍ ପ୍ରତି ମୋର ଭଲପାଇବା ସବୁଦିନ ରହିଆସିଛି ।

ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟ (Instagram)

ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟ

ସେହିପରି ଶିଳ୍ପା ଶେଟ୍ଟୀ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପ୍ରେରଣାଦାୟକ ବାର୍ତ୍ତା ଦେଇ ଏହି ଦିନ ପାଳନ କରିଛନ୍ତି । ତାଙ୍କ ପୋଷ୍ଟରେ ଲେଖାଅଛି, "ଶୁଭ ଜାତୀୟ କ୍ରୀଡା ଦିବସ । କ୍ରୀଡା କେବଳ ଜିତିବା ନୁହେଁ; ଏହା ଆମ ଶରୀର, ଆମ ମନ ଏବଂ ଆତ୍ମାକୁ ପାଳନ କରିବା ବିଷୟରେ, ଏହି କ୍ରୀଡା ଦିବସରେ ଆସନ୍ତୁ ପରସ୍ପରକୁ ପ୍ରେରଣା ଦେବା । ନୂତନ ଉଚ୍ଚତା ଏବଂ ଆମର ଲକ୍ଷ୍ୟ ହାସଲ କରିବା ।"

ଜ୍ୟାକି ଶ୍ରଫଙ୍କ ପୋଷ୍ଟ (Instagram)

ଜ୍ୟାକି ଶ୍ରଫଙ୍କ ପୋଷ୍ଟ

ପ୍ୟାରି ଅଲିମ୍ପିକ୍ସ 2024 ରେ ଭାରତୀୟ ଆଥଲେଟମାନଙ୍କ ସଫଳତାକୁ ନେଇ ଜ୍ୟାକି ଶ୍ରଫ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଏୟାର ପିସ୍ତଲରେ ମନୁ ଭାକରଙ୍କ ଐତିହାସିକ ବ୍ରୋଞ୍ଜ ଏବଂ ପୁରୁଷ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ରୌପ୍ୟ ସମେତ ଭାରତର 6ଟି ପଦକ ଦେଖାଯାଇଛି । ଶ୍ରଫ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ''ଏହି କ୍ରୀଡା ଦିବସରେ ଅଲିମ୍ପିକ୍ସ ବିଜେତା ଭାରତୀୟ ଆଥଲେଟମାନଙ୍କୁ ମୁଁ ସମ୍ମାନ ଜଣାଉଛି ।''

ଏହା ମଧ୍ୟ ପଢନ୍ତୁ:କାହିଁକି ଆଜିର ଦିନକୁ ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ ? ଜାଣନ୍ତୁ ଇତିହାସ ଏବଂ ମହତ୍ବ

ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ

ରକୁଲ ପ୍ରୀତ ସିଂ ତାଙ୍କ ଗଲ୍ଫ ସେସନର ଏକ ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିଛନ୍ତି । ସେ ଭିଡିଓରେ ଗଲ୍ଫ ଖେଳୁଥିବାର ନଜର ଆସିଥିବା ବେଳେ ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ବାହାରକୁ ଯାଅ, ଗଲ୍ଫ ଖେଳ । ଜାତୀୟ କ୍ରୀଡ଼ା ଦିବସର ଶୁଭେଚ୍ଛା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details