ଓଡିଶା

odisha

ETV Bharat / entertainment

ମା' ପାଇଁ ଦିନଟିଏ; ମାତୃ ଦିବସରେ ମାଆଙ୍କୁ ଖାସ୍ ଅନ୍ଦାଜରେ ୱିସ୍ ଜଣାଇଲେ ତାରକା - Celebs Wishes Mom On Mothers Day - CELEBS WISHES MOM ON MOTHERS DAY

Celebs Celebrated Mothers Day: ଆଜି ବିଶ୍ୱ ମାତୃ ଦିବସରେ ସମସ୍ତେ ନିଜ ମାଆଙ୍କ ସହ ଏହି ଦିବସକୁ ପାଳନ କରିଛନ୍ତି । ଏହି ଅବସରରେ ସେଲିବ୍ରିଟିମାନେ ମଧ୍ୟ ଧୁମଧାମରେ ପାଳନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ମା' ପାଇଁ ଦିନଟିଏ; ମାତୃ ଦିବସରେ ମାଆଙ୍କୁ ଖାସ୍ ଅନ୍ଦାଜରେ ୱିସ୍ ଜଣାଇଲେ ତାରକା
ମା' ପାଇଁ ଦିନଟିଏ; ମାତୃ ଦିବସରେ ମାଆଙ୍କୁ ଖାସ୍ ଅନ୍ଦାଜରେ ୱିସ୍ ଜଣାଇଲେ ତାରକା (ETV Bharat Odisha)

By ETV Bharat Odisha Team

Published : May 12, 2024, 2:15 PM IST

ହାଇଦ୍ରାବାଦ:ଆଜି ମେ' ୧୨ରେ ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି । ଏହି ଦିନ, ସାଧାରଣ ମଣିଷ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ ମା’ଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ଧୁମଧାମରେ ପାଳନ କରିଛନ୍ତି । ଏପରି ସ୍ଥଳେ ଅନେକ ତାରକା ସୋସିଆଲ ମିଡିଆରେ ନିଜ ମାଆ ସହ ଫଟୋ ସେୟାର କରି ପ୍ରେମବ୍ୟକ୍ତ କରୁଥିବା ନଜର ଆସିଛନ୍ତି । ଏହି ତାଲିକାରେ ଶିଳ୍ପା ଶେଟ୍ଟୀ, ରଶ୍ମିକା ମନ୍ଦନା, ତାରା ସୁତାରିଆ, ସୁସ୍ମିତା ସେନ, ନେହା ଧୁପିଆ, ଟାଇଗର ଶ୍ରଫ ଏବଂ ସାଉଥ ତାରକା ଉପାସନା କାମିନେନି, ମୋହନଲାଲ ଏବଂ ମହେଶବାବୁଙ୍କ ପରି ତାରକା ନିଜ ମାଆଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ମାତୃ ଦିବସ ପାଳନ (Pics Credit(Instagram))

ଆଜିକାଲି ଶିଳ୍ପା ଶେଟ୍ଟୀ ତାଙ୍କ ପରିବାର ସହ ଏକ ବୈଷ୍ଣୌ ଦେବୀଙ୍କ ମନ୍ଦିର ପରିଦର୍ଶନ କରୁଛନ୍ତି । ଏହି ସମୟରେ ଅଭିନେତ୍ରୀ ତାଙ୍କ ମାଆଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଶମିତା ଶେଟ୍ଟୀ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଆମର ଦେବୀଙ୍କ ସହ ବୈଷ୍ଣୋ ଦେବୀ । ମାତୃ ଦିବସର ଶୁଭେଚ୍ଛା, ଆଜି, ଆସନ୍ତାକାଲି ଏବଂ ପ୍ରତ୍ୟେକ ଦିନ ମାଆ ଆମେ ଆପଣଙ୍କୁ ଭଲପାଉଛୁ ଏବଂ ଭଲପାଇବୁ ।

ଅଭିନେତ୍ରୀ ରଶ୍ମିକା ମନ୍ଦନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ମାଆଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କ ମା’ଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ଶୁଭ ମାତୃ ଦିବସ, ମାମା । ସେହିପରି ନବବିବାହିତା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମାତୃ ଦିବସରେ ନିଜ ମାଆ ଏବଂ ଶାଶୁଙ୍କ ସହ ଏକ ଭିଡିଓ ପ୍ରସ୍ତୁତ କରି ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ତୁମ ଦୁହିଁଙ୍କୁ ମୁଁ ଜୀବନରେ ପାଇ ବହୁତ ଭାଗ୍ୟବାନ । ତୁମେ ମୋ ଜୀବନର ଦୁଇ ରକଷ୍ଟାର ।

ଅଭିନେତ୍ରୀ ତାରା ସୁତାରିଆ ମଧ୍ୟ ନିଜ ମାଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ମାଆଙ୍କ ୭୦ ଦଶକର ଏକ ଫଟୋ ଏବଂ ନିଜର ଏକ ଫଟୋର କଲୋଜ କରି ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ମାଆଙ୍କ ପରି ଦେଖାଯାଉଛନ୍ତି । ସେପଟେ ନେହା କକ୍କର, ନେହା ଧୁପିଆ, ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାୱତ ମଧ୍ୟ ମାତୃ ଦିବସରେ ମାଆଙ୍କ ସହ ଫଟୋ ସେୟାର କରି ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବିଶ୍ୱ ମାତୃ ଦିବସ; ରିଲ ନୁହଁ ରିୟଲ ଲାଇଫରେ ନିଜ ପିଲାଙ୍କ ପାଇଁ ମାଆ ସାଜିଛନ୍ତି ଏହି ସେଲିବ୍ରିଟି ବାପା

ଅନ୍ୟପଟେ ସାଉଥ ତାରକା ରାମଚରଣଙ୍କ ପତ୍ନୀ ଉପାସନା ଏବଂ ଅଭିନେତା ମୋହନଲାଲ ମଧ୍ୟ ନିଜ ଇନଷ୍ଟାରେ ଏକ ଫଟୋ ସେୟାର କରି ମାଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମହେଶ ବାବୁ ନିଜ ସ୍ତ୍ରୀ ଏବଂ ମାଆଙ୍କ ଫଟୋ ସେୟାର କରି ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details