ଓଡିଶା

odisha

ETV Bharat / entertainment

ମାଆ ହେବେ ମାହିରା ଖାନ ! ୪ ମାସ ପୂର୍ବେ କରିଥିଲେ ଦ୍ୱିତୀୟ ବିବାହ - ମାଆ ହେବେ ମାହିରା ଖାନ

Mahira Khan Pregnant: ରଇସ୍‌ ଫେମ ତାରକା ମାହିରା ଖାନଙ୍କ ଘରକୁ ଆସିବେ ନୂଆ ଅତିଥି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ଗର୍ଭବତୀ ଥିବା ଦାବି କରାଯାଇଛି । ଅଧିକ ପଢନ୍ତୁ

ମାଆ ହେବେ ମାହିରା ଖାନ! ୪ ମାସ ପୂର୍ବେ କରିଥିଲେ ଦ୍ୱିତୀୟ ବିବାହ
ମାଆ ହେବେ ମାହିରା ଖାନ! ୪ ମାସ ପୂର୍ବେ କରିଥିଲେ ଦ୍ୱିତୀୟ ବିବାହ

By ETV Bharat Odisha Team

Published : Feb 12, 2024, 3:53 PM IST

ହାଇଦ୍ରାବାଦ:ମା' ହେବେ ଶାହାରୁଖ ଖାନଙ୍କ ଫିଲ୍ମ 'ରଇସ୍‌' ପେମ ସହ-ତାରକା ମାହିରା ଖାନ । ଖୁବଶୀଘ୍ର ଅଭିନେତ୍ରୀଙ୍କ ଘରକୁ ଆସିବେ କୁନି ଅତିଥି । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ପ୍ରେଗନ୍ସି ନେଇ ଏକ ପୋଷ୍ଟ ଭାଇରାଲ ହୋଇଛି । ଏହି ପୋଷ୍ଟରେ ଦାବି କରାଯାଇଛି ଯେ, ଅଭିନେତ୍ରୀ ବର୍ତ୍ତମାନ ମା' ହେବାକୁ ଯାଉଛନ୍ତି । ଏପରିକି ଏହି ପୋଷ୍ଟରେ ଅଭିନେତ୍ରୀଙ୍କ ଡେଲିଭରି ତାରିଖ ମଧ୍ୟ ଦିଆଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟ ଅନୁଯାୟୀ, ମାହିରା ବର୍ତ୍ତମାନ ଗର୍ଭବତୀ ରହିଛନ୍ତି । ଯେଉଁଥିପାଇଁ ସେ କାମରୁ ବିରତି ନେଇଛନ୍ତି । ଏହି ପୋଷ୍ଟରେ ଦାବି କରାଯାଇଛି ଯେ ତାଙ୍କୁ ଓଟିଟିରେ ୨ଟି ବଡ ପ୍ରୋଜେକ୍ଟ ପାଇଁ ଅଫର ମିଳିଥିଲା । କିନ୍ତୁ ସେ ଗର୍ଭବତୀ ଥିବା ନେଇ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ସେ ଏହି ଅପରକୁ ମନା କରିଦେଇଥିଲେ । ଏଥିସହ ଏହା ମଧ୍ୟ କୁହାଯାଇଛି ଯେ, ଚଳିତ ବର୍ଷ ଅଗଷ୍ଟ ବା ସେପ୍ଟେମ୍ବରରେ ଅଭିନେତ୍ରୀ ଶିଶୁକୁ ଜନ୍ମ ଦେଇପାରନ୍ତି ।

କହିରଖୁଛୁ କି, ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ମାହିରା ଖାନ ଦୀର୍ଘ ବର୍ଷର ପ୍ରେମିକ ସଲିମ କରିମଙ୍କୁ ଗତବର୍ଷ(୨୦୨୩) ଅକ୍ଟୋବରରେ ବିବାହ କରିଥିଲେ । ଉଭୟଙ୍କ ବିବାହକୁ ୪ ମାସ ବିତିଥିବା ବେଳେ ମାହିରାଙ୍କ ପ୍ରେଗନ୍ସି ଖବର ବେଶ ଭାଇରାଲ ହେଉଛି । ଯଦି ଏହି ଖବର ସତ ହୁଏ, ତେବେ ମାହିରା ଦ୍ୱିତୀୟ ଥର ପାଇଁ ମା' ହେବେ । ତେବେ ଏନେଇ ମାହିରା କିମ୍ବା ତାଙ୍କ ସ୍ୱାମୀ ସଲିମ କୌଣସି ଘୋଷଣା କରିନାହାନ୍ତି । ସେପଟେ ଏହି ଖବର ଶୁଣି ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ମାହିରା ଖାନ, ପ୍ରେମିକଙ୍କୁ କଲେ ଜୀବନସାଥୀ

ସୂଚନା ଥାଉ କି, ୩୮ ବର୍ଷୀୟା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ୨୦୦୭ ମସିହାରେ ପାକିସ୍ତାନୀ ଅଭିନେତା ତଥା ନିର୍ଦ୍ଦେଶକ ଅଲି ଅସକରୀଙ୍କୁ ବିବାହ କରିଥିଲେ କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା । ୨୦୧୫ରେ ମାହିରା ଅଲିଙ୍କ ଠାରୁ ଅଲଗା ହୋଇଥିଲେ । ତେବେ ଉଭୟଙ୍କର ଏକ ପୁଅ ଅଜଲାନ ରହିଛନ୍ତି, ଯିଏ ୨୦୦୯ରେ ଜନ୍ମ ହୋଇଥିଲେ । ଏହା ପରେ ମାହିରା ସଲିମ କରିମଙ୍କୁ ବିବାହ କରିଥିବା ବେଳେ ଏହି ଦମ୍ପତି ଏବେ ପ୍ରଥମ ସନ୍ତାନର ପିତାମାତା ହେବେ।

ABOUT THE AUTHOR

...view details