ଓଡିଶା

odisha

ETV Bharat / entertainment

ଆରପାରିରେ ସାମନ୍ଥା ରୁଥ ପ୍ରଭୁଙ୍କ ବାପା

ପରଲୋକରେ ସାମନ୍ଥା ରୁଥ ପ୍ରଭୁଙ୍କ ବାପା ଜୋସେଫ ପ୍ରଭୁ । ଇମୋସନାଲ ନୋଟ୍ ଲେଖି ସୂଚନା ଦେଲେ ଅଭିନେତ୍ରୀ ।

SAMANTHA RUTH PRABHU FATHER DEATH
SAMANTHA RUTH PRABHU FATHER DEATH (ETV Bharat)

By ETV Bharat Entertainment Team

Published : Nov 29, 2024, 5:06 PM IST

ହାଇଦ୍ରାବାଦ:ସାଉଥ ଅଭିନେତ୍ରୀସାମନ୍ଥା ରୁଥ ପ୍ରଭୁଙ୍କ ଉପରେ ଦୁଃଖର ବାଦଲ । ସାମନ୍ଥା ରୁଥ ପ୍ରଭୁଙ୍କ ବାପା ଜୋସେଫ ପ୍ରଭୁଙ୍କ ଦେହାନ୍ତ ହୋଇଛି । ସୋସିଆଲ ମିଡିଆରେ ଇମୋସନାଲ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ । ତେବେ ବାପାଙ୍କ ଦେହାନ୍ତରେ ସାମନ୍ଥାଙ୍କ ସହ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ସେପେଟ ସେଲିବ୍ରିଟି ସମେତ ଫ୍ୟାନ୍ସ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Samantha Ruth Prabhu post (instagram)

ଆରପାରିରେ ସାମନ୍ଥା ରୁଥ ପ୍ରଭୁଙ୍କ ବାପା

ସାମନ୍ଥା ରୁଥ ପ୍ରଭୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଏକ ଭଙ୍ଗା ହୃଦୟ ଇମୋଜି ସହ ଆମେ ଯେପର୍ଯ୍ୟନ୍ତ ପୁନର୍ବାର ସାକ୍ଷାତ ନହେବା, ବାପା ।' ବାପାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ସାମନ୍ଥାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । କହିରଖୁଛୁ କି, ସାମନ୍ଥା ଚେନ୍ନାଇରେ ଜୋସେଫ ପ୍ରଭୁ ଏବଂ ନିନେଟ ପ୍ରଭୁଙ୍କ ଘରେ ଜନ୍ମ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ନାଗା ଚୈତନ୍ୟଙ୍କୁ ଛାଡପତ୍ର ପରେ ବିବାହର ସ୍ମୃତି ହଟାଇଲେ ସାମନ୍ଥା

ସାମନ୍ଥାଙ୍କ ସଫଳତାରେ ବାପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ସାମନ୍ଥା ଯାହା ବି ପାଇଛନ୍ତି, ଏଥିରେ ତାଙ୍କ ବାରାଙ୍କର ବହୁତ ଅବଦାନ ରହିଛି। ବାସ୍ତବରେ, ଅନେକ ସମୟରେ ସାମନ୍ଥା ନିଜେ କହିଛନ୍ତି ଯେ ତାଙ୍କ ସଫଳତାରେ ତାଙ୍କ ପିତାମାତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ତେବେ ବର୍ତ୍ତମାନ ତାଙ୍କ ବାପା ପରପାରିକୁ ଚାଲିଯାଇଛନ୍ତି । ଏହି ସମୟ ସାମନ୍ତାଙ୍କ ପାଇଁ ବହୁତ କଷ୍ଟକର । ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ସିଟାଡେଲ' ପ୍ରଥମ ପୋଷ୍ଟର ଆଉଟ୍, OTTରେ ଧମାକା କରିବେ ସାମନ୍ଥା-ବରୁଣ

ସାମନ୍ଥା ରୁଥ ପ୍ରଭୁହ୍କ ୱାର୍କ ପ୍ରଣ୍ଟ ବିଷୟରେ କହିବାକୁ ଗଲେ, ନଭେମ୍ୱର 6ରେ ରିଲିଜ ହୋଇଥିବା 'ସିଟାଡେଲ-ହନି ବନି' ରେ ନଜର ଆସିଛନ୍ତି ସାମନ୍ଥା । ଏହି ୱେବ୍ ସିରିଜ୍ 'ସିଟାଡେଲ'ର ହିନ୍ଦୀ ଭର୍ସନ ଅଟେ । ହିନ୍ଦୀରେ ନିର୍ମିତ ଏହି ସିରିଜରେ ବଲିଉଡ ଅଭିନେତା ବରୁଣ ଧୱନଙ୍କ ସହ ସାମନ୍ଥା ରୁଥ ପ୍ରଭୁ ନଜର ଆସିଛନ୍ତି । ଏହି ୱେବ ସିରିଜକୁ ରାଜ ଆଣ୍ଡ ଡି.କେ ନିର୍ଦ୍ଦେଶନା ଦେଉଛନ୍ତି । ସାମନ୍ଥାଙ୍କ ସହ ବରୁଣ ଧୱନ ଏଥିରେ ପ୍ରଥମ ଥର ପାଇଁ ଉଭୟ ଏକାଠି ନଜର ଆସିଛନ୍ତି ।

ABOUT THE AUTHOR

...view details