ହାଇଦ୍ରାବାଦ:ଶାହାରୁଖ ଖାନଙ୍କ ସହ ଧମାକା କରିବେ ପରେ ସାଉଥ ନିର୍ଦ୍ଦେଶକ ଅଟଲି ଏବେ ସଲମାନ ଖାନଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ଏହି ଫିଲ୍ମରେ ସେ ରଜନୀକାନ୍ତ ଏବଂ ସଲମାନ ଖାନଙ୍କ ସହ ଏକ ଆକ୍ସନ ଫିଲ୍ମ ନିର୍ମାଣ ହେବାକୁ ଯାଉଥିବା କୁହାଯାଉଛି । ତେବେ ଭାରତୀୟ ସିନେମାରେ ଏହା ପ୍ରଥମ ଥର ପାଇଁ ହେବ ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ ।
ଅଟଲିଙ୍କ ଫିଲ୍ମରେ ନଜର ଆସିବେ ସଲମାନ-ରଜନୀକାନ୍ତ
ମିଡିଆ ରିପୋର୍ଟ ଅନୁଯାୟୀ, ଅଟଲେ ଏକ ମାସ୍-ଆକ୍ସନ୍ ଫିଲ୍ମ କରିବାକୁ ଯାଉଛନ୍ତି । ଅଟଲି ପ୍ରଥମେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିଲେ ଏବଂ ଫି' ବିବାଦ କାରଣରୁ ଅଟଲି ଫିଲ୍ମରୁ ଦୂରେଇ ଯାଇଥିଲେ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଅଲ୍ଲୁ ଅର୍ଜୁନ ଫିଲ୍ମ ଛାଡିବା ପରେ ସଲମାନ ଖାନଙ୍କ ନାମ ଏହି ଚଳଚ୍ଚିତ୍ରରେ ଯୋଡି ହୋଇଛି । ଏଥିସହ ଏହି ଫିଲ୍ମରେ ସଲମାନ କାନଙ୍କ ସହ ରଜନୀକାନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ମାସରେ ସଲମାନ ଖାନ, ଅଟଲି ଏବଂ ରଜନୀକାନ୍ତଙ୍କ ଏକ ବୈଠକ ହେବାକୁ ଯାଉଛି। ସନ୍ ପିକ୍ଚର୍ସ ଏହି ଚଳଚ୍ଚିତ୍ର ନିର୍ମାଣ କରିବ। ଅନ୍ୟପକ୍ଷରେ ଅଟଲି ଦୁଇ ବର୍ଷ ଧରି ସଲମାନଙ୍କ ସହ ଯୋଗାଯୋଗରେ ରହିଥିବା ଜଣାପଡିଛି । ଏହି ଚଳଚ୍ଚିତ୍ର ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ଏବଂ ଆଖ୍ୟା ପ୍ରକାଶ କରାଯାଇନାହିଁ । କିନ୍ତୁ କୁହାଯାଉଛି ଯେ ସଲମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିକନ୍ଦର' ପରେ ଏହା ଉପରେ କାମ କରିବେ। ରଜନୀକାନ୍ତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'କୁଲି' ପରେ ଏହି ପ୍ରୋଜେକ୍ଟରେ ଯୋଗଦେବେ ।