ଓଡିଶା

odisha

ETV Bharat / entertainment

ସୈଫଙ୍କୁ ଛୁରାମାଡ଼ ମାମଲା; ଜଣେ ଅଟକ, ଧରାପଡିଲା କି ଅଭିଯୁକ୍ତ ? - SAIF ALI KHAN ATTACK CASE

ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି । ଘଟଣା ନେଇ କ'ଣ ରହିଛି ସମ୍ପୃକ୍ତି ସେନେଇ ପଚରାଉଚରା କରୁଛି ପୋଲିସ ।

saif ali khan attack case
saif ali khan attack case (ANI)

By ETV Bharat Entertainment Team

Published : Jan 17, 2025, 12:52 PM IST

ହାଇଦ୍ରାବାଦ:ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ବର୍ତ୍ତମାନ ଅଭିନେତା ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏପରି ସମୟରେ ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ପୋଲିସ ବ୍ୟକ୍ତି ଜଣକୁ ଅଧିକ ପଚରାଉଚରା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଆଣିଛି । କହିରଖୁଛୁ କି, ଗତକାଲି କହିଛି ଯେ ଅଭିନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଶେଷ ଥର ପାଇଁ ବାନ୍ଦ୍ରା ଷ୍ଟେସନ ନିକଟରେ ଦେଖାଯାଇଥିଲା । ଯାହା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଧରାପଡିଲା କି ଅଭିଯୁକ୍ତ ?

ସୂଚନା ଅନୁସାରେ, ଗତକାଲି ପୋଲିସ ସୈଫଙ୍କ ଘରର ସିସିଟିଭି ଫୁଟେଜ ପାଇଥିଲା । ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା । ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ ଦେଖିବା ପରେ ଖୋଜା ଆରମ୍ଭ ହୋଇଥିଲା । ଏହାପରେ ପୋଲିସ ଶୁକ୍ରବାର ସକାଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ହେପାଜତକୁ ନେଇଛି । ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ନିଆଯାଇଛି । ଏହି ବ୍ୟକ୍ତି କ’ଣ ପ୍ରକୃତ ଅପରାଧୀ ? ଏହି ବ୍ୟକ୍ତି କ’ଣ ସେହି ଯିଏ ଏକ କୋଟି ଟଙ୍କା ଦାବି କରି ସୈଫଙ୍କୁ ଆକ୍ରମଣ କରିଥିଲେ ନା ସେ ଅଭିଯୁକ୍ତଙ୍କ ସହ ଜଡିତ ? ପୋଲିସ ପଚରାଉଚରା ପରେ ହିଁ ଅନେକ ପ୍ରଶ୍ନର ଉତ୍ତର ମିଳିବ ।

ଘଟଣାର ତଦନ୍ତ କରୁଥିବା ପୋଲିସ ବିଶ୍ୱାସ କରୁଛି ଯେ ଆକ୍ରମଣ ପରେ ଆକ୍ରମଣକାରୀ ସୈଫଙ୍କ ଘରୁ ବାହାରି ସିଧା ରେଳ ଷ୍ଟେସନକୁ ଚାଲିଯାଇଥିଲା । ସେଠାରୁ, ବ୍ୟକ୍ତି ଜଣକ ପ୍ରଥମେ ଏକ ଲୋକାଲ ଟ୍ରେନ୍ ଧରି ବିହାର ଘରକୁ ଫେରିଥିଲା । ଏହା ପରେ ସୂଚନା ପାଇ ପୋଲିସ ବସାଇ, ନାଲାସୁପାରା ଏବଂ ବିହାରରେ ଯାଞ୍ଚ ଅଭିଯାନ ଆରମ୍ଭ କରିଥିଲା । କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କୁ ସେଠାରୁ ଉଠାଇ ପୋଲିସ ହେପାଜତକୁ ଆଣି ପଚରାଉଚରା ଜାରି ରଖିଛି ।

ପୋଲିସ ଜବତ କରିଛି 2.5ଇଞ୍ଚର ଛୁରୀ

ପୋଲିସ ସୂଚନା ଅନୁସାରେ, ସୈଫଙ୍କୁ ଯେଉଁ ଛୁରୀ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା, ତାହା ଜବତ କରିଛି ପୋଲିସ । ଅନ୍ୟପକ୍ଷରେ, ସୋହା ଅଲି ଖାନ ତାଙ୍କ ଭାଇ ସୈଫଙ୍କୁ ଦେଖିବା ପାଇଁ ସକାଳ ୭ଟାରେ ହସ୍ପିଟାଲରେ ପହଞ୍ଚିଥିଲେ । ଅଭିନେତା ବର୍ତ୍ତମାନ ଲୀଳାବତୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ତାଙ୍କୁ ସ୍ପେଶାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

ସୈପଙ୍କ ଶରୀରରେ 6 ଟି କ୍ଷତ

ଲୀଳାବତୀ ହସ୍ପିଟାଲର ସିଓଓ ଡାକ୍ତର ନୀରଜ ଉତ୍ତମଣି ସୈଫ ଅଲି ଖାନଙ୍କ ଅବସ୍ଥା ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ ସୈଫଙ୍କ ଘରେ ଜଣେ ଅଜଣା ବ୍ୟକ୍ତି ଆକ୍ରମଣ କରିଥିଲେ । ଛୁରୀରେ ତାଙ୍କୁ ଛଅ ଥର ଆକ୍ରମଣ କରିଛି, ଯେଉଁଥିରୁ ଦୁଇଟି ଗଭୀର ଏବଂ ଗୋଟିଏ ତାଙ୍କ ମେରୁଦଣ୍ଡ ନିକଟରେ ଲାଗିଥିଲା ।

ସୈଫଙ୍କ ଜୀବନ ବିପଦରେ ଥିଲା

ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ସୈଫଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କ ଶରୀରରୁ 2.5 ଇଞ୍ଚର ଛୁରୀର ଏକ ଅଂଶ ବାହାର କରାଯାଇଥିଲା । ଯଦି ଏହା ଆଉ ଟିକିଏ ଗଭୀରକୁ ଯାଇଥାନ୍ତା, ତେବେ ସୈଫଙ୍କ ଜୀବନ ବିପଦରେ ପଡ଼ିଥାନ୍ତା । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେରୁଦଣ୍ଡ ହାଡ଼ଠାରୁ ମାତ୍ର ଅଳ୍ପ ଦୂରରେ ଛୁରୀ ଆକ୍ରମଣ କରାଯାଇଥିଲା । ଏପରି ପରିସ୍ଥିତିରେ, ଯଦି ଛୁରୀଟି ଟିକେ ଗଭୀରକୁ ଯାଇଥାନ୍ତା, ତେବେ ସାଲାଇନ ତରଳ ପଦାର୍ଥ ଲିକ୍ ହେବାର ସମ୍ଭାବନା ବଢ଼ି ଯାଇଥାନ୍ତା । ଏପରି ପରିସ୍ଥିତିରେ, ସୈଫଙ୍କ ଜୀବନ ବିପଦରେ ପଡ଼ିଥାନ୍ତା... କିମ୍ବା ଏହା ତାଙ୍କ ଶରୀରକୁ ମଧ୍ୟ ପ୍ରଭାବିତ କରିଥାନ୍ତା ।

ଏହା ମଧ୍ୟ ପଢନ୍ତୁ:1 କୋଟି ପାଇଁ ସୈଫଙ୍କୁ ଛୁରାମାଡ଼ ! ସିସିଟିଭିରେ କଏଦ ସନ୍ଦିଗ୍ଧର ଫଟୋ

ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି

ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ମାମଲାରେ ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସୂଚନା ଅନୁଯାୟୀ, ପୋଲିସ ଏହି ମାମଲାର ତଦନ୍ତ ପାଇଁ 20ଟି ଦଳ ଗଠନ କରିଛି । ସମଗ୍ର ଘଟଣା ପରେ, ଆପାର୍ଟମେଣ୍ଟରେ ଥିବା ସୁରକ୍ଷାକର୍ମୀଙ୍କୁ ବର୍ତ୍ତମାନ ପାଇଁ ହଟାଇ ଦିଆଯାଇଛି ଏବଂ କିଛି ନୂତନ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details