ହାଇଦ୍ରାବାଦ:ଜାନୁଆରୀ ୧୬ ତାରିଖ ମଧ୍ୟରାତିରେ ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ଅଭିନେତା ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ହୋଇରହିଥିବା ବେଳେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ । କୋର୍ଟରେ ହାଜର ହେବା ପରେ, ଏହି ଅଭିଯୁକ୍ତକୁ 6 ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ଏହି ସମୟରେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଭିନେତାଙ୍କୁ ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି । ମାନବିକତା ଦେଖାଇଥିଲେ ଅଟୋ ଡ୍ରାଇଭର । ସୈଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ ପହଞ୍ଚାଇବା ପରେ ଟଙ୍କାଟିଏ ମଧ୍ୟ ନେଇନଥିଲେ । ହେଲେ ଏବେ ସେହି ବ୍ୟକ୍ତିଙ୍କୁ ପ୍ରଶଂସା ସହ ପୁରସ୍କୃତ ରାଶି ପ୍ରଦାନ କରାଯାଇଛି । ପୂର୍ବରୁ ଅଟୋ ଡ୍ରାଇଭରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।
ସୈଫଙ୍କୁ ଡାକ୍ତରଖାନା ନେବା ପାଇଁ ଡ୍ରାଇଭର ନେଇନଥିଲେ ଟଙ୍କା
ନିଜ ଘରେ ଆକ୍ରମଣର ଶିକାର ହୋଇଥିବା ସୈଫଙ୍କୁ ଜଣେ ଅଟୋରେ ଡାକ୍ତରଖାନା ନିଆଯାଇଥିଲା । ସେହି ସମୟରେ କୌଣସି କାର୍ ମିଳିନଥିବାରୁ ଅଟୋରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।ଭଜନ ସିଂ ନାମକ ଏହି ଅଟୋ ରିକ୍ସା ଡ୍ରାଇଭର ତାଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ । ଟୋ ଡ୍ରାଇଭରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଭଜନ ସିଂ ଗଣମାଧ୍ୟମକୁ ପ୍ରତିକ୍ରୟା ଦେଇ କହିଛନ୍ତି ଯେ, ସେହି ରାତିରେ ଜଣେ ମହିଳା ତାଙ୍କ ଅଟୋକୁ ଅଟକାଇଥିଲେ । ଏହା ପରେ ସେ ଜଣେ ଆହତ ବ୍ୟକ୍ତିଙ୍କୁ ଧରି ଡାକ୍ତରଖାନାକୁ ଚାଲିଗଲେ । ତାଙ୍କ ସହିତ ଜଣେ ଯୁବକ ଏବଂ ଗୋଟିଏ ପିଲା ମଧ୍ୟ ଥିଲା। ସୈଫଙ୍କ ଶରୀରରେ ଅନେକ ଗୁରୁତର ଆଘାତ ଲାଗିଥିଲା ଏବଂ ସେ ରକ୍ତସ୍ରାବ ହେଉଥିଲା । ସେହି ରାତିରେ ସୈଫଙ୍କୁ ହସ୍ପିଟାଲ ନେବା ପରେ ସେ ଅଭିନେତା କିମ୍ବା ତାଙ୍କ ସହ ଥିବା ଲୋକଙ୍କଠାରୁ ଭଡା ନେଇ ନଥିଲେ ।
ଡ୍ରାଇଭରଙ୍କୁ ଦିଆଗଲା ପୁରସ୍କାର ରାଶି
ଏହି ସାହସିକ କାର୍ଯ୍ୟ ପାଇଁ ଅଟୋ ରିକ୍ସା ଚାଳକ ଜଣକ ଖାନ କିମ୍ବା କପୁର ପରିବାରଠାରୁ ନୁହେଁ, ବରଂ ଏକ ସଂଗଠନରୁ ପୁରସ୍କାର ପାଇଛନ୍ତି । ଅଟୋ ରିକ୍ସା ଚାଳକ ଭଜନ ସିଂଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଛି । ଏକ ସଂଗଠନ ଏହି ବ୍ୟକ୍ତିଙ୍କୁ ପୁରସ୍କାର ଦେଇ ପ୍ରଶଂସା କରିଛି ଏବଂ ତାଙ୍କର ମହାନ କାର୍ଯ୍ୟକୁ ପ୍ରଶଂସା କରିଛି । ଅଟୋ ରିକ୍ସା ଡ୍ରାଇଭରଙ୍କୁ 11,000 ଟଙ୍କାର ପୁରସ୍କାର ଦିଆଯାଇଛି । ଯଦି ସୈଫଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥାନ୍ତା, ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରନ୍ତା ଏବଂ ତାଙ୍କ ଜୀବନ ବିପଦରେ ପଡ଼ିଥାନ୍ତା । କହିରଖୁଛୁ କି, ସୈଫଙ୍କ ମେରୁଦଣ୍ଡ ନିକଟରୁ 2.5 ଇଞ୍ଚର ଏକ ଛୁରୀ ଖଣ୍ଡ ବାହାର କରାଯାଇଥିଲା । ଏପରି ପରିସ୍ଥିତିରେ, ଯଦି ତାଙ୍କର ଅସ୍ତ୍ରୋପଚାର ସମୟ ମଧ୍ୟରେ କରାଯାଇନଥାନ୍ତା, ତେବେ ବହୁତ କିଛି ହେବାର ସମ୍ଭାବନା ରହିଥିଲା ।ସମୟରେ ହସ୍ପିଟାଲ ପହଞ୍ଚିଥିବାରୁ ଏବେ ବିପଦ ମୁକ୍ତ ଅଛନ୍ତି ସୈଫ ।