ମୁମ୍ବାଇ: ଆରମ୍ଭ ହୋଇଯାଇଛି ISPL । ଏହାର ଉଦଘାଟନୀ ଉତ୍ସବ ଗତକାଲି(ବୁଧବାର) ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସେଲିବ୍ରିଟିମାନେ ସାମିଲ ହୋଇଥିଲେ । ଯେଉଁଥିରେ ବଲିଉଡଠୁ ଆରମ୍ଭ କରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ତାରକା ସାମିଲ ହୋଇଥିଲେ । ଏଥିରେ 'RRR' ଅଭିନେତା ରାମ ଚରଣ, ସୂର୍ଯ୍ୟ, ଅକ୍ଷୟ କୁମାର ଏବଂ ବୋମାନ ଇରାନୀଙ୍କୁ 'ନାଟୁ ନାଟୁ' ଗୀତର ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କ୍ରିକେଟର ସଚିନ ତେନ୍ଦୁଲକାର 'ଅମିର' ନାଁ ଥିବା ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି ।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରୁ ସଚିନ ତେନ୍ଦୁଲକର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସଚିନ 'ଅମିର' ଲେଖା ହୋଇଥିବା ଏକ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ସେ ଏହି ଜର୍ସି ଉପରେ ଆଉ ଏକ ଜର୍ସି ପିନ୍ଧିଥିଲେ ଯେଉଁଥିରେ ତାଙ୍କ ନାମ ଲେଖା ହୋଇଥିଲା । ତେବେ ଟସ ପରେ ସଚିନ 'ଅମିର' ନାମ ଥିବା ଜର୍ସି ପିନ୍ଧିଥିବାର ନଜର ଆସିଥିଲେ । ଏହି ସମୟରେ କ୍ରିକେଟର କେଉଁ ଅମିର କଥା କହୁଛନ୍ତି ସେ ବିଷୟର ମଧ୍ୟ ପ୍ରକାଶ କରିଥିଲେ । ତେବେ ଏହି 'ଅମିର' ବଲିଉଡ ଅଭିନେତା ଅମିର ଖାନ ନୁହେଁ ବରଂ, ISPL ଜମ୍ମୁ କାଶ୍ମୀର ଦଳର କ୍ୟାପଟେନ 'ଅମିର ହୁସେନ' ବୋଲି କହିଥିଲେ ।
ଏହା ମଧ୍ୟ ପଢନ୍ତୁ- ଆଶିକି-୩ ନେଇ ଟି-ସିରିଜର ବଡ଼ ଖୁଲାସା, ଫିଲ୍ମ ପ୍ରସ୍ତୁତିକୁ ମିଥ୍ୟା କହିଲା କମ୍ପାନୀ