ଓଡିଶା

odisha

ETV Bharat / entertainment

ବିବାହ ପରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରକୁଲ-ଜ୍ୟାକି - Rakul Preet Singh

Rakul Preet-Jackky Bhagnani Visits Golden Temple: ଫେବୃଆରୀ ୨୧ରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ଧୁମଧାମରେ ବିବାହ କରିଥିଲେ । ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତି ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି ।

ବିବାହ ପରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରକୁଲ-ଜ୍ୟାକି
ବିବାହ ପରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରକୁଲ-ଜ୍ୟାକି

By ETV Bharat Odisha Team

Published : Mar 1, 2024, 5:30 PM IST

ହାଇଦ୍ରାବାଦ:ଫେବୃଆରୀ ୨୧ରେ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଅଭିନେତା ତଥା ନିର୍ମାତା ଜ୍ୟାକି ଭଗ୍ନାନୀ । ଉଭୟ ପରିବାର ଏବଂ ସାଙ୍ଗସାତୀଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଥିଲେ । ତେବେ ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତି ବିବାହ ପରେ ପ୍ରଥମ ଥର ପାଇଁ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀ ଏହି ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ।

ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନି ବିବାହ ପରେ ଅମୃତସରର ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି । ରକୁଲ ନିଜ ଇନଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ଏଟାକାର ଝଲକ ଦେଖାଇଛନ୍ତି । ପ୍ରଥମ ଫଟୋରେ ରକୁଲ ପ୍ରୀତ ସିଂଙ୍କ ଜ୍ୟାକି ଭଗ୍ନାନୀଙ୍କ ଦେଖିବାକୁ ମିଳିଥିବା ବେଳେ ୨ୟ ଟିରେ ପରିବାର ସହ ଉଭୟଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋ କ୍ୟାପସନରେ ଅଭିନେତ୍ରୀ ଆଶୀର୍ବାଦ ବୋଲି ଲେଖିଛନ୍ତି । ଏହି ସମୟରେ ରକୁଲ ୟେଲୋ ସାଲୱାରରେ ଦେଖିବାକୁ ମିଳିଥିବା ବେଳେ ଜ୍ୟାକିଙ୍କୁ ଲାଲ କୁର୍ତ୍ତା ଏବଂ ହ୍ବାଇଟ ପାଇଜାମାରେ ଦେଖିବାକୁ ମିଳିଛି ।

କହିରଖୁଛୁ କି, ରକୁଲ ଏବଂ ଜ୍ୟାକି ଆନନ୍ଦ କାରଜ(ଶିଖ) ଏବଂ ସିନ୍ଧି ରୀତିନୀତି ସହିତ ବିବାହ କରିଥିଲେ । ଶିଖ ରୀତିନୀତିରେ ଅପରାହ୍ନରେ ବିବାହ କରିଥିବା ବେଳେ ସନ୍ଧ୍ୟା ସମୟରେ ସିନ୍ଧି ରୀତିନୀତିରେ ଉଭୟଙ୍କ ହାତଗଣ୍ଠି ପଡିଥିଲା । ଏହି ବିବାହ ଉତ୍ସବରେ ଅନେକ ବି-ଟାଉନ ତାରକା ସାମିଲ ହୋଇଥିଲେ । ଅନନ୍ୟା ପାଣ୍ଡେ, ଆଦିତ୍ୟ ରୟ କପୁର, ସାହିଦ କପୁର, ମୀରା ରାଜପୁତ, ବରୁଣ ଧୱନ, ନତାଶା, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା, ଆୟୁଷ୍ମାନ ଖୁରାନା, ତାହିରା କାଶ୍ୟପଙ୍କ ସହ ବଲିଉଡର ସେଲିବ୍ରିଟିମାନେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ସାତଜନ୍ମର ସାଥୀ ହେଲେ ରକୁଲ-ଜ୍ୟାକି, ସାମ୍ନାକୁ ଆସିଲା ବିବାହ ଫଟୋ

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରକୁଲଙ୍କୁ କମଲ ହାସନଙ୍କ ଫିଲ୍ମ 'ଇଣ୍ଡିଆନ ୨' ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ରକୁଲ ଏବଂ କମଲଙ୍କ ବ୍ୟତୀତ ନୟନତାରା, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କରଙ୍କ ସହ ଅନେକ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ସେପଟେ ଜ୍ୟାକିଙ୍କ କଥା କହିବାକୁ ଗଲେ, ସେ ତାଙ୍କ ଆଗାମୀ ପ୍ରଡକ୍ସନ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ର ରିଲିଜର ଅପେକ୍ଷାରେ ରହିଛନ୍ତି । ଏଥିରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା ନଜର ଆସିବେ ।

ABOUT THE AUTHOR

...view details