ହାଇଦ୍ରାବାଦ:ଦର୍ଶକଙ୍କ ମନ ଜିତୁଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' । ଫିଲ୍ମ ଏହା ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପୁଷ୍ପାରାଜ ଦେଖିବାକୁ ମିଳିଛି । ଫ୍ୟାନ୍ସ ଏହି ଫିଲ୍ମ ଦେଖି ଦିୱାନା ହୋଇଥିବା ବେଳେ ଦିନକୁ ଦିନ ପ୍ରେକ୍ଷାଳୟରେ ଭିଡ଼ ଜମୁଛି । ଏଥିସହ ଫିଲ୍ମ ମୋଟା ଅଙ୍କର ବ୍ୟବସାୟ କରଚାଲିଛି । ଏହିପରି ପୁଷ୍ପା 2 ମାତ୍ର 6 ଦିନ ମଧ୍ୟରେ ବିଶ୍ୱରେ 1000 କୋଟି କ୍ଲବରେ ସାମିଲ ହୋଇ ଇତିହାସ ସୃଷ୍ଟି କରିଛି ।
'ପୁଷ୍ପା 2' ବିଶ୍ୱବ୍ୟାପି କଲେକ୍ସନ
'ପୁଷ୍ପା ୨' ବିଶ୍ୱରେ ମାତ୍ର 6 ଦିନରେ 1000 କୋଟି ପାର୍ କରିବାରେ ସଫଳ ହୋଇଛି । ଏଥିସହ ଏହା ସମସ୍ତ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ବାହୁବଲୀ 2' ପରେ 1000 କୋଟି କ୍ଲବରେ ସାମିଲ ହୋଇଥିବା ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । କଲ୍କି 2898 AD (16 ଦିନ), କେଜିଏଫ୍: ଚାପ୍ଟର 2 (16 ଦିନ), RRR (16) ଦିନ, ଜବାନ (18 ଦିନ), ଏବଂ ପଠାନ୍ (27 ଦିନ) ରେ 100 କୋଟି କ୍ଲବରେ ସାମିଲ ହୋଇଥିଲା । ଅଲ୍ଲୁ ଅର୍ଜୁନ ଷ୍ଟାରର ବିଶ୍ବବ୍ୟାପୀ 1002 କୋଟି ଟଙ୍କା ଆୟ କରି ଇତିହାସ ରଚିଛି ।
'ପୁଷ୍ପା 2' ଭାରତୀୟ ବକ୍ସ ଅଫିସ କଲେକ୍ସନ
ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 175 କୋଟି ଟଙ୍କା ରୋଜଗାର କରି RRR ରେକର୍ଡ ଭାଙ୍ଗିଥିବାବେଳେ ପୁଷ୍ପା 2 ପ୍ରିଭ୍ୟୁ ଶୋରେ 10.65 କୋଟି ଟଙ୍କା ଆୟ କରିଥିଲା। ଷଷ୍ଠ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଚଳଚ୍ଚିତ୍ରଟି ସମସ୍ତ ଭାଷାରେ 51.55 କୋଟି ଟଙ୍କା ଆୟ କରିଛି । ଏହା ସହ ଭାରତରେ ଫିଲ୍ମର ମୋଟ ରୋଜଗାର 687 କୋଟି ଟଙ୍କା ହୋଇଛି ।
- ପ୍ରିଭ୍ୟୁ ଶୋ'- 10.65 କୋଟି
- ପ୍ରଥମ ଦିନ - 164.25 କୋଟି
- ଦ୍ୱିତୀୟ ଦିନ- 93.8 କୋଟି
- ତୃତୀୟ ଦିନ- 119.25 କୋଟି
- ଚତୁର୍ଥ ଦିନ- 141.5 କୋଟି
- ପଞ୍ଚମ ଦିନ- 64.45 କୋଟି
- ଷଷ୍ଠ ଦିନ- 51.55 କୋଟି
- ସପ୍ତମ ଦିନ- 42 କୋଟି