ହାଇଦ୍ରାବାଦ:ଅନେକ ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରକାଶ ରାଜ ପ୍ରାୟତଃ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ନିଜର ମତାମତ ଦେଇଥାନ୍ତି । ଏପରି ସମୟରେ, ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତ୍ରିଭାଷା ପିଲିସି ଉପରେ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସରକାରଙ୍କ ତ୍ରିଭାଷା ପଲିସି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Prakash Raj slams three language policy (Prakash Raj Post) ତ୍ରିଭାଷା ପିଲିସି ଉପରେ ପ୍ରକାଶ ରାଜଙ୍କ ପ୍ରତିକ୍ରିୟା
ପ୍ରକାଶ ରାଜ ଏକ୍ସରେ ତ୍ରିଭାଷା ପଲିସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାମିଲନାଡୁରେ ତ୍ରିଭାଷା ପିଲିସି ପୂର୍ବରୁ ବହୁତ ବିରୋଧର ସମ୍ମୁଖୀନ ହେଉଛି । ଏହି କାରଣରୁ ପ୍ରକାଶ ଟ୍ୱିଟ୍ କରି କହିଛନ୍ତି, 'ତୁମେ ହିନ୍ଦୀ ଜାଣିଛ.. ତୁମେ ହିନ୍ଦୀ କହିପାରୁଛ.. ତୁମେ ଆମକୁ ମଧ୍ୟ ହିନ୍ଦୀ କହିବାକୁ ବାଧ୍ୟ କରୁଛ, କିନ୍ତୁ ଏହି ହାସ୍ୟାସ୍ପଦ ଖେଳ ଆମ ସହ କାମ କର ନାହିଁ ।'
ତାମିଲନାଡୁରେ ପ୍ରତିବାଦ
କହିରଖୁଛୁ କି, କେନ୍ଦ୍ର ସରକାରଙ୍କ ଶିକ୍ଷା ଅଭିଯାନ ଯୋଜନା ଅଧୀନରେ ତାମିଲନାଡୁକୁ କୌଣସି ପାଣ୍ଠି ଦିଆଯାଇ ନାହିଁ । ତାମିଲନାଡୁ ସରକାରଙ୍କ ଅନୁରୋଧ ସତ୍ତ୍ୱେ, କେନ୍ଦ୍ର ସରକାର ଏହି ପରିମାଣ ଉପଲବ୍ଧ କରାଇନାହାନ୍ତି । ନୂତନ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷା ନୀତି କାର୍ଯ୍ୟକାରୀ ହେଲେ ହିଁ ପାଣ୍ଠି ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ତାମିଲନାଡୁ ସରକାର ଏହାର ପ୍ରତିବାଦ କରୁଛନ୍ତି । ସୂଚନା ଥାଉ କି,ତାମିଲନାଡୁରେ କେବଳ ଦୁଇଟି ଭାଷାକୁ ଗୁରୁତ୍ୱ ଦିଆଯାଇଛି, ତାମିଲ ଏବଂ ଇଂରାଜୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ତ୍ରିଭାଷା ନୀତିର ପ୍ରତିବାଦ କରିଛନ୍ତି ଏବଂ କହିଛନ୍ତି ଯେ ଏହାକୁ ଗ୍ରହଣ କରିବା ପାଇଁ ଆମକୁ ବ୍ଲାକମେଲ୍ କରାଯାଉଛି ଏବଂ କୁହାଯାଉଛି ଯେ ଯଦି ଏହାକୁ ଗ୍ରହଣ କରା ନ ଯାଏ ତେବେ ପାଣ୍ଠି ଦିଆଯିବ ନାହିଁ ।
ଏହା ମଧ୍ୟ ପଢନ୍ତୁ:କୁମ୍ଭମେଳାରୁ ପ୍ରକାଶ ରାଜଙ୍କ AI ଫଟୋ ଭାଇରାଲ, ମାମଲା ରୁଜୁ
ପ୍ରକାଶ ରାଜଙ୍କ ବିଷୟରେ କହିବାକୁ ଗଲେ, ୨୦୧୭ ମସିହାରେ, ବାଙ୍ଗାଲୋରର ସାମ୍ବାଦିକ ଏବଂ ପ୍ରକାଶ ରାଜଙ୍କ ବନ୍ଧୁ ଗୌରୀ ଲଙ୍କେଶଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେବେଠାରୁ ସେ କେବଳ ଚଳଚ୍ଚିତ୍ରରେ ନୁହେଁ ବରଂ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ଭାରତରେ ଘଟୁଥିବା ରାଜନୈତିକ ଘଟଣାବଳୀ ଉପରେ ମଧ୍ୟ ନିଜର ମତାମତ ପ୍ରକାଶ କରନ୍ତି । ପ୍ରକାଶ ରାଜଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ବାଘିରା (କନ୍ନଡ) ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ସେ ରେଟ୍ରୋ, ଜନ ନାୟାଗନ, ଦ କଲ୍ ହିମ୍ ଓଜି, ଫାଦର, ବିଗ୍ ପିକଚର୍, ମିରାକେଲ୍, ସାଥୁରଙ୍ଗା ଭେଟ୍ଟାଇ 2, ଗୁଢାଚାରି 2, ପେନ୍ ଆଦିମାଇ ଇଲାଇ, ଅଗ୍ନି ସିରାଗୁଗୁଲ୍, ତଥୱାମାସି, ଉମା ମହେଶ୍ୱରମ୍ ଏବଂ ନାଙ୍ଗୁ ବାଝି ସଲାଇରେ ନଜର ଆସିବେ ।
ବ୍ୟୁରୋ ରିପର୍ଟ, ଇଟିଭି ଭାରତ