ହାଇଦ୍ରାବାଦ:ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ଗୁମର ଖୋଲିବାରେ ଲାଗିଛି । ଫଳରେ ମାଲାୟାଲମ ଅଭିନେତା ମୁକଗେଶ, ସିଦ୍ଦିକି ଏବଂ ଜୟସୂର୍ଯ୍ୟା ବଳି ଅନେକ ତାରକାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନ ଅଭିନେତା ମୁକେଶ ଗିରଫ ହୋଇଛନ୍ତି ଏବଂ ଗିରଫର କିଛି ସମୟ ପରେ ସେ ଜାମିନରେ ମୁକୁଳିଛନ୍ତି । ସେପଟେ ଗିରଫ ଭୟରେ ସିଦ୍ଦିକି କେରଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ କରିଛନ୍ତି ହାଇକୋର୍ଟ ।
ଗିରଫ ହେଲେ ମୁକେଶ
କୋଚି ଉପକୂଳ ପୋଲିସ କାର୍ଯ୍ୟାଳୟରେ ଏସଆଇଟି ତିନି ଘଣ୍ଟା ପଚରାଉଚରା ପରେ ଅଭିନେତା ତଥା ବିଧାୟକ ମୁକେଶଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ କରିଥିଲା । ଏହି ଗିରଫଦାରୀ ସତ୍ତ୍ୱେ କେରଳ ହାଇକୋର୍ଟ ଦେଇଥିବା ଏକ ଜାମିନ ଆବେଦନ ଯୋଗୁଁ ମୁକେଶଙ୍କୁ ମୁକୁଳିଯାଇଛନ୍ତି । ମୁକେଶ ସକାଳ 9.45 ରେ ତଟବର୍ତ୍ତୀ ପୋଲିସ ମୁଖ୍ୟାଳୟରେ ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ ଏବଂ ତାଙ୍କୁ ସାଢେ ତିନି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ମୁକେଶଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି, ଗୋଟିଏ ୱାଡକାନଚେରୀ ପୋଲିସ ଏବଂ ଅନ୍ୟଟି ମାରଦୁ ପୋଲିସ ନିକଟରେ ମାମଲା ରୁଜୁ ହୋଇଛି । ଏର୍ନାକୁଲମ୍ ଜିଲ୍ଲା ଏବଂ ସେସନ ମୁକେଶଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗିରଫର କିଛି ସମୟ ପରେ ସେ ଜାମିନରେ ମୁକୁଳିଛନ୍ତି ।
ସିଦ୍ଦିକିଙ୍କ ଆଗୁଆ ଜାମିନ ଆବେଦନ ଖାରଜ