ହାଇଦ୍ରାବାଦ:ଇଦ୍ ଅବସର(ଏପ୍ରିଲ ୧୧)ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏବଂ ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ' ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଉଭୟ ଫିଲ୍ମ ଗୋଟିଏ ଦିନରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଗୋଟିଏ ପଟେ ଅକ୍ଷୟ-ଟାଇଗରଙ୍କ 'ବଡେ ମିୟାଁ ଛୋଟେ ମିୟାଁ' ଆକ୍ସନ୍-ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଅନ୍ୟପକ୍ଷରେ ଅଜୟ ଦେବଗନଙ୍କ 'ମୈଦାନ' ଏକ କ୍ରୀଡାଭିତ୍ତିକ ଫିଲ୍ମ ରହିଛି । ତେବେ ଏହି ଦୁଇଟିର ଫିଲ୍ମର କାହାଣୀ ଭିନ୍ନ ରହିଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏଥିସହ ରିଲିଜ ଦିନ ଠାରୁ ଉଭୟ ଫିଲ୍ମ ବମ୍ପର କଲେକ୍ସନ ମଧ୍ୟ କରୁଛି । ବର୍ତ୍ତମାନ ଅକ୍ଷୟ ଏବଂ ଅଜୟଙ୍କ ଫିଲ୍ମ ରିଲିଜର ପ୍ରଥମ ସପ୍ତାହ ପୂରିଥିବା ବେଳେ କଲେକ୍ସନ କ୍ଷେତ୍ରରେ ଆଗରେ ରହିଛି 'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ।
'ବଡେ ମିୟାଁ ଛୋଟେ ମିୟାଁ' ଏବଂ 'ମୈଦାନ'ର ପ୍ରଥମ ୱିକେଣ୍ଡ କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁସାରେ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଥିଲା । ବର୍ତ୍ତମାନ ରିଲିଜ ପରେ ଉଭୟ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରିଥିବା ବେଳେ ପ୍ରଶଂସା ମଧ୍ୟ ସାଉଁଟୁଛି । ତେବେ ପ୍ରଥମ ସପ୍ତାହ ଅର୍ଥାତ୍ ରିଲିଜର ୪ଦିନ ମଧ୍ୟରେ ଉଭୟ ଫିଲ୍ମ ଭଲ କଲେକ୍ସନ କରୁଛି । ସାକନିକଙ୍କ ରିପୋର୍ଟ ଅନୁସାରେ, 'ବଡେ ମିୟାଁ ଛୋଟେ ମିୟାଁ' ୧୫.୫୦ କୋଟି ଆୟ ସହ ଓପନିଂ କରିଥିବା ବେଳେ ରବିବାର ଦିନ ୯ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୪୦.୭୫ କୋଟିକୁ ବୃଦ୍ଧି ପାଇଛି । ସେହିପରି ପ୍ରଥମ ଦିନରେ 'ମୈଦାନ' ୨.୬ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରଥମ ସପ୍ତାହ ଶେଷରେ ଫିଲ୍ମର ଆୟରେ ବୃଦ୍ଧି ଘଟିଛି । ରବିବାର ଫିଲ୍ମ ୬.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ଫିଲ୍ମ ମୋଟ ୨୧.୮୫ କୋଟି କଲେକ୍ସନ କରି ସଫଳତା ହାତେଇଛି ।
'ବଡେ ମିୟାଁ ଛୋଟେ ମିୟାଁ'; ବକ୍ସ ଅଫିସ କଲେକ୍ସନ
- ଏପ୍ରିଲ ୧୧, ପ୍ରଥମ ଦିନ- ୧୫.୬୫ କୋଟି
- ଏପ୍ରିଲ ୧୨, ଦ୍ୱିତୀୟ ଦିନ- ୭.୬ କୋଟି
- ଏପ୍ରିଲ ୧୩, ତୃତୀୟ ଦିନ- ୮.୫ କୋଟି
- ଏପ୍ରିଲ ୧୪, ଚତୁର୍ଥ ଦିନ- ୯ କୋଟି
ତେବେ ଫିଲ୍ମର ମୋଟ କଲେକ୍ସନ ୪୦.୭୫କୁ ବୃଦ୍ଧି