ଓଡିଶା

odisha

46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ' - Odia Film Ashram Release

By ETV Bharat Entertainment Team

Published : Sep 15, 2024, 11:34 AM IST

Odia Film Ashram Release: ରିଲିଜ ହେଲା ମହାଶ୍ୱେତା ରାୟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଆଶ୍ରମ-ଏକ ଅଶାର ଆଶ୍ରୟ'। ଫିଲ୍ମରେ ସମାଜସେବା ଓ ସମର୍ପଣର ନିଛକ କାହାଣୀ ଦେଖିବାକୁ ମିଳିଥିବା ବେଳେ ଥିଏଟର ଜମୁଛି ଦର୍ଶକଙ୍କ ଭିଡ଼ ।

46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ'
46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ' (ETV Bharat Odisha, Instagram)

ଭୁବନେଶ୍ୱର:ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ "ଆଶ୍ରମ-ଏକ ଆଶାର ଆଶ୍ରୟ" । ଏହାର ପ୍ରିମିୟର ଭୁବନେଶ୍ୱରର PVR ରେ ହୋଇଯାଇଛି । ଅନୁଭୂତି, ଅନ୍ୱେଷଣ ଆଉ ଓଡ଼ିଆ ଅସ୍ମିତାର ଛବି ହେଉଛି "ଆଶ୍ରମ"। ପ୍ରଥମ ଶୋ'ରେ ଓଡ଼ିଆ ସିନେମା ଶିଳ୍ପର ଦିଙ୍ଗଜ ଅଭିନେତା ଅଭିନେତ୍ରୀଙ୍କ ସହ ଅନ୍ୟ କଳାକାରମାନେ ଓ ବିଭିନ୍ନ ବର୍ଗର ଦର୍ଶକ ଫିଲ୍ମ ଦେଖିଛନ୍ତି । ଅନିଶ ଏଣ୍ଟେର୍ଟେନମେଣ୍ଟ ପ୍ରସ୍ତୁତ ଆଶ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ ଅଭିନେତ୍ରୀ ମହାଶ୍ଵେତା ରାୟଙ୍କୁ ଅନେକ ଦିନ ପରେ ଦେଖିବାକୁ ମିଳିଛି । ଅତୀତରେ ଅନେକ ସଫଳ ବ୍ୟବସାୟିକ ସିନେମା େଟି ଦେଇଥିବା ରୂପେଲି ପରଦାର ମାଣିକ ଆଉ ଗୌରୀ ଫେମ ମହାଶ୍ଵେତା ରାୟଙ୍କ ଏହି ସିନେମାରେ ଦମଦାର ଅଭିନୟ, ଓଡ଼ିଆ ଦର୍ଶକ ମାନଙ୍କୁ ପୁଣି ଥରେ ପ୍ରେକ୍ଷାଳୟକୁ ଫେରାଇ ଆଣିବାକୁ ଆଶା ସୃଷ୍ଟି କରିପାରିଛି ।

46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ' (ETV Bharat Odisha)

"ଆଶ୍ରମ" ଷ୍ଟାରକାଷ୍ଟ

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ମହାଶ୍ୱେତା ରାୟ ନଜର ଆସିଥିବା ବେଳେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମଧ୍ୟ ନଜର ଆସିଛନ୍ତି । ଏଥିରେ ଜଣେ ସୁନ୍ଦର ନୃତ୍ୟାଙ୍ଗନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସୂର୍ଯ୍ୟମୟୀଙ୍କ ଏହି ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେହିପରି ଅନ୍ୟ ଏକ ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତା ଅଭିଷେକ ଗିରି । ଏଥିରେ ସେ ମହେଶ୍ଵେତାଙ୍କ ସ୍ୱାମୀଙ୍କ ଚରିତ୍ରରେ ନଜର ଆସିଛନ୍ତି । ଏହି ସିନେମାରେ ଅଭିଜ୍ଞ ସମ୍ପର୍ଣ୍ଣ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ସହିତ ତାଳ ଦେଇ ଅଭିଷେକ ଓ ସୂର୍ଯ୍ୟମୟୀ ଅଭିନୟ କରିଥିବା ବେଳେ ମାନବବାଦର ବାର୍ତା ବାଣ୍ଟୁଥିବା ଏହି ମୌଳିକ ଓଡ଼ିଆ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେହିପରି ଏଥିରେ ନୂତନ ନାୟିକା ଭାବେ ତନୁଶ୍ରୀ ଓ ସାଥି ଚରିତ୍ରରେ ଅଛନ୍ତି ନବାଗତ ଅଭିନେତା ସୌମ୍ୟ ଅଭିନୟ କରିଛନ୍ତି । ଏମାନଙ୍କ ସହିତ ଶ୍ଵେତା ଆଚାର୍ଯ୍ୟ ,ବିଜୟିନୀ ମିଶ୍ର ,ତାପସ ଓ ଶଙ୍କରଙ୍କ ପରି କଳାକାର ସେମାନଙ୍କ ନିଖୁଣ ଅଭିନୟରେ ଦର୍ଶକଙ୍କୁ ବେଶ ଆମୋଦିତ କରିଛନ୍ତି ।


'ଆଶ୍ରମ' କାହାଣୀ

ଏହି ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ମୌଳିକ ହୋଇଥିବା ନିର୍ଦ୍ଦେଶକ ସୁଧାଂଶୁ ମୋହନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । 'ଆଶ୍ରମ' ଫିଲ୍ମର ଏକ ଭିନ୍ନତା ହେଲା ପୁରୀ ସହରକୁ ନେଇ ପ୍ରଯୋଜକ ତପନ କୁମାର ଦାଶ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଓ ଓ ଚିତ୍ରୋତ୍ତଳକ ଦୀପକ କୁମାର ଖୁବ ସୁନ୍ଦର ଭାବେ ଶ୍ରୀମନ୍ଦିରର ଆଖପାଖ, ସାହି ଯାତ, ଚନ୍ଦନ ଯାତ, ସମୁଦ୍ର କୂଳ, ନୋଳିଆ ସାହି, ପୁରୀର ପୁରୁଣା ଘର ଓ ଉଚ୍ଚା ପିଣ୍ଡା ଓ ଦୁର୍ଗା ମୂର୍ତ୍ତି ଇତ୍ୟାଦି ସଫଳତାର ସହ ଚିତ୍ରିତ କରିଛନ୍ତି । ଏହାର କାହାଣୀ ନିତ୍ୟାନନ୍ଦ ନନ୍ଦୀ, ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ ଥିବା ବେଳେ କ୍ରିଏଟିଭ ଉପଦେଷ୍ଟା ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର ।

ଏହା ମଧ୍ୟ ପଢନ୍ତୁ:ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା

ସମାଜକୁ ଅନେକ ବାର୍ତ୍ତା ଦେଉଛି ଫିଲ୍ମ

ସେପଟେ ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର.ଗୀତିକାର ବାପୁ ଗୋସ୍ୱାମୀ, ସୁନାମଧନ୍ୟ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ, ବିଶ୍ୱଜିତ ମହାପାତ୍ର, ରୂପକ ପରିଡା ଓ ସୋହିନୀ ମିଶ୍ର ପ୍ରମୁଖ ଏଥିରେ କଣ୍ଠଦାନ କରିଛନ୍ତି । ଏହି ସିନେମାରେ ଖୁବ ସୁନ୍ଦର ଗୀତ ଗୁଡିକ ରହିଛି । ଅବର୍ଣ୍ଣନୀୟ ଜଗନ୍ନାଥ, ସୁ-ପ୍ରଭାତ, ଅନିନ୍ଦିକା ଗୀତ ରଚନାରେ ନିଶ୍ଚିତ ଭାବରେ ଏକ ଗବେଷଣା ,ବାପୁ ଗୋସ୍ୱାମୀଙ୍କୁ ଗୀତ ରଚନା ପାଇଁ ଏ ସଫଳତାର ଶ୍ରେୟ ଯାଉଛି । ଆଶ୍ରମର ସବୁ ଗୀତ ଏକ ସିନେମା ସଂଗୀତ ଜଗତରେ ଏକ ଉଦାହରଣ ସୃଷ୍ଟି କରିବ । ଏହି ସିନେମାର ପ୍ରତିଟି ସଂଗୀତ ଶ୍ରୋତା ଓ ଦର୍ଶକ ମାନଙ୍କୁ ଓଡ଼ିଆ ମନସ୍କ କରାଇବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା। ଏହି ଚଳଚିତ୍ରରେ ସମାଜକୁ ଅନେକ ବାର୍ତ୍ତା ଅଛି। ତେଣୁ ଆଶ୍ରମ ଚଳଚିତ୍ର ଓଡ଼ିଆ ଚଳଚିତ୍ର ପାଇଁ ଏକ ନୂଆ ଦିଗନ୍ତର ପରିଚାୟକ ହେବ ବୋଲି ଦର୍ଶକ ମତ ରଖିଛନ୍ତି ।


ଏହା ମଧ୍ୟ ପଢନ୍ତୁ:ମହାଶ୍ଵେତା ରାୟଙ୍କ ଅଭିନୀତ 'ଆଶ୍ରମ'ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପୁରା ଟିମ୍ ସମେତ ଓଲିଉଡ଼ ସେଲିବ୍ରିଟି

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details