ଓଡିଶା

odisha

ETV Bharat / entertainment

ଆସନ୍ତାକାଲି ପରଦାକୁ ଆସୁଛି କଙ୍ଗୁୱା, ପ୍ରଥମ ଦିନରେ କରିପାରେ ଏତିକି କୋଟି ଆୟ - KANGUVA BOX OFFICE DAY 1 PREDICTION

ରିଲିଜ ପୂର୍ବରୁ ଧମାକା କଲାଣି 'କଙ୍ଗୁୱା' । ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ କେତେ ରୋଜଗାର କରିଛି ?ଜାଣନ୍ତୁ,

Kanguva Box Office Day 1 Prediction
Kanguva Box Office Day 1 Prediction (FILM POSTER)

By ETV Bharat Entertainment Team

Published : Nov 13, 2024, 4:34 PM IST

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ସୂରିୟା ଏବଂ ବଲିଉଡ ତାରକା ବବି ଦେଓଲଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର 'କଙ୍ଗୁୱା' ଆସନ୍ତାକାଲି ଅର୍ଥାତ୍ 14 ନଭେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। କଙ୍ଗୁbe 2024 ବର୍ଷର ସବୁଠାରୁ ବଡ ବଜେଟ୍ ଚଳଚ୍ଚିତ୍ର ବୋଲି କୁହାଯାଉଛି । ଯାହାର ବଜେଟ୍ (300 ରୁ 400 କୋଟି ଟଙ୍କା)। କଙ୍ଗୁୱା ନିର୍ମାତାମାନେ ଦାବି କରିଛନ୍ତି ଯେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 2000 କୋଟି ଟଙ୍କା କଲେକ୍ସନ କରିବାକୁ ଯାଉଛି। ବର୍ତ୍ତମାନ 'କଙ୍ଗୁୱା' ଆଡାଭାନ୍ସ ବୁକିଂ ଜାରି ରହିଥିବା ବେଳେ ପ୍ରଥମ ଦିନରେ କୋଟି କୋଟି ଟଙ୍କା ରୋଜଗାର କରିଛି । ପ୍ରଥମ ଦିନରେ ବକ୍ସ ଅଫିସରେ କେତେ କୋଟି ସହ ଓପନଂ କରିବ? ଜାଣନ୍ତୁ,

କାଲି ରିଲିଜ କଙ୍ଗୁୱା

ତାମିଲ ସୁପରଷ୍ଟାର ସୂରିୟାଙ୍କ ଅନେକ ପ୍ରଶଂସକ ଅଛନ୍ତି । ସୂରିୟାଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । 2021 ମସିହାରେ ଜୟ ଭୀମ ଚଳଚ୍ଚିତ୍ରରେ ସୂରିୟାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା, ଯାହା ଦେଶବ୍ୟାପୀ ହିଟ୍ ତଥା ଲୋକପ୍ରିୟ ହୋଇପାରିଥିଲା ​​ଏବଂ ତିନି ବର୍ଷ ପରେ ସୂରିୟା 'କଙ୍ଗୁୱା' ଫିଲ୍ମ ସହ ବଡ ପରଦାକୁ ଫେରୁଛନ୍ତି। 'କଙ୍ଗୁୱା' ଆଡବାନ୍ସ ବୁକିଂ ମାଧ୍ୟମରେ ବିପୁଳ ଲାଭ କରୁଛନ୍ତି । ଆଜି ଆଡଭାନ୍ସ ବୁକିଂର ଶେଷ ଦିନ ଏବଂ ଫିଲ୍ମ ଆସନ୍ତାକାଲି 14 ନଭେମ୍ବରରେ ରିଲିଜ ହେବାକୁ ଯାଉଛି । ସାକନିଲ୍କଙ୍କ ଅନୁଯାୟୀ ଏହି ଫିଲ୍ମଟି ଆଡଭାନ୍ସ ବୁକିଂରେ 9 କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି।

ଏହା ମଧ୍ୟ ପଢନ୍ତୁ:ରିଲିଜ ପୂର୍ବରୁ 'କଙ୍ଗୁୱା' କ୍ରେଜ, ଆଡଭାନ୍ସ ବୁକିଂରେ ଏତେ କୋଟି ଆୟ କଲା ଫିଲ୍ମ

'କଙ୍ଗୁୱା' ଓପନିଂରେ ଏତିକି କୋଟି କରିପାରେ ଆୟ

ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଏକ ସାକ୍ଷାତକାରରେ କଙ୍ଗୁୱା ବକ୍ସ ଅଫିସ୍ କଲେକ୍ସନ ବିଷୟରେ କହିଛନ୍ତି। ରମେଶ ବାଲାଙ୍କ ଅନୁଯାୟୀ, କଙ୍ଗୁୱା ତାମିଲନାଡୁରେ ପ୍ରଥମ ଦିନରେ ମାତ୍ର 20 କୋଟି ଟଙ୍କା ଓପନିଂ କରିବ ଏବଂ ସାରା ବିଶ୍ୱରେ 75 କୋଟି ଟଙ୍କା ରୋଜଗାର କରିବ।

କଙ୍ଗୁଭା ଆଡଭାନ୍ସ ବୁକିଂ

ପ୍ରଥମ ଦିନ ପାଇଁ 90 ହଜାର ଟିକେଟ୍ ବିକ୍ରି କରି କଙ୍ଗୁୱା ଭାରତରେ 1.58 କୋଟି ଟଙ୍କା ରୋଜଗାର କରିଛି। ଏଥିସହ, ତାମିଲନାଡୁରେ, ନଭେମ୍ବର 12 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ, କଙ୍ଗୁୱା ପ୍ରଥମ ଦିନ ପାଇଁ 58 ଲକ୍ଷ ଟଙ୍କା ରୋଜଗାର କରିଛି ଏବଂ 46 ଟି ଶୋ' ହାଉସଫୁଲ ହୋଇଛି । ତେଲେଙ୍ଗାନାରେ ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ 21 ଲକ୍ଷ ଟଙ୍କା ରୋଜଗାର କରିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏକ ଘଣ୍ଟା ମଧ୍ୟରେ 5 ହଜାରରୁ ଅଧିକ ଟିକେଟ୍ ବିକ୍ରି ହେଉଛି । ସେହିପରି ଆମେରିକାରେ ଏହି ଚଳଚ୍ଚିତ୍ରଟି ମୋଟ 133,484 ଡଲାର କଲେକ୍ସନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details