ହାଇଦ୍ରାବାଦ: ଆଜି ଅର୍ଥାତ୍ ନଭେମ୍ୱର 7ରେ ସୁପରଷ୍ଟାର କମଲ ହାସନ ତାଙ୍କ 70 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏପରି ସମୟରେ ଝିଅ ଶ୍ରୁତି ହାସନ ମଧ୍ୟ ବାପାଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୁତି ସୋସିଆଲ ମିଡିଆରେ ବାପାଙ୍କ ସହ ଏକ ପୋଷ୍ଟର ସହ ସ୍ପେଶାଲ ନୋଟ୍ ସେୟାର କରି କମଲ ହାସନଙ୍କୁ ଶୁଭକାମନା ଜଣାଇଛନ୍ତି ।
ବାପାଙ୍କୁ ବର୍ଥ ଡେ ୱିସ୍ ଜଣାଇଲେ ଶ୍ରୁତି ହାସନ
ଶ୍ରୁତି ନିଜ ଇନଷ୍ଟାଗ୍ରାମରେ ଜିମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ କମଲଙ୍କ ସହ ଶ୍ରୁତି ନଜର ଆସିଛନ୍ତି । ସେ ଫଟୋକୁ ପଛପଟୁ ସେୟାର କରିଛନ୍ତି । ଏହା ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା । ତୁମେ ଏକ ଅନମୋଲ୍ ହୀରା । ତୁମ ସହ ଚାଲିବା ଜୀବନର ମୋର ପ୍ରିୟ ଜିନିଷ ମଧ୍ୟରୁ ଗୋଟିଏ । ମୁଁ ଜାଣେ ତୁମେ ଭଗବାନଙ୍କୁ ବିଶ୍ୱାସ କରୁନାହଁ, କିନ୍ତୁ ତୁମେ ସବୁବେଳେ ତାଙ୍କର ମନୋନୀତ ସନ୍ତାନ ରହିବ । ମୁଁ ଚାହୁଁଛି ଯେ ଆମେ ଆହୁରି ଅନେକ ଜନ୍ମଦିନ ଓ ସ୍ୱପ୍ନ ସାକାର କରିବା ଏବଂ ଉତ୍ସାହର ସହ ଏହାକୁ ପାଳନ କରିବା । ମୁଁ ତୁମକୁ ବହୁତ ଭଲ ପାଏ, ପା ।'
ଛୁଟୁଛି ଶୁଭେଚ୍ଛାର ସୁଅ