ଓଡିଶା

odisha

'ହନୁମାନ' ସ୍ବିକେଲ 'ଜୟ ହନୁମାନ'ର ସୁଟିଂ, ଫିଲ୍ମରେ ହେଲା ରାମଙ୍କ ଏଣ୍ଟ୍ରି

Hanuman Sequel Jai Hanuman begins: ପ୍ରଶାନ୍ତ ବର୍ମା ଓ ତେଜା ସଜ୍ଜାଙ୍କ ଫିଲ୍ମ ହନୁମାନର ସ୍ବିକେଲ 'ଜୟ ହନୁମାନ' ସୁଟିଂ ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି। ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 23, 2024, 2:59 PM IST

Published : Jan 23, 2024, 2:59 PM IST

Hanuman Sequel Jai Hanuman begins
'ହନୁମାନ' ସ୍ବିକେଲ 'ଜୟ ହନୁମାନ'ର ସୁଟିଂ ଆରମ୍ଭ

ହାଇଦ୍ରାବଦ: ବକ୍ସ ଅଫିସରେ ଧମାଲ ମଚାଉଛି ଟଲିଉଡର ସୁପରହିଟ୍ ଫିଲ୍ମ 'ହନୁମାନ'। ଫିଲ୍ମ ବିଶ୍ବ ସ୍ତରରେ ୨୦୦ କୋଟି ଆୟ କରି ସଫଳତା ହାସଲ କରିଛି । ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କଠାରୁ ପ୍ରଶଂସା ସାଉଁଟୁଛି । ତେବେ ହନୁମାନ ଗତ ଜାନୁଆରୀ ୧୨ ତାରିଖରେ ରିଲିଜ ହୋଇଥିବା ବେଳେ ଏହାର ଦ୍ବିତୀୟ ସ୍ବିକେଲ ଆସିବା ନେଇ ଫିଲ୍ମ ନିର୍ଦ୍ଦେଶକ ଘୋଷଣା କରିଥିଲେ। ଫିଲ୍ମର ଶେଷରେ ମଧ୍ୟ ଦ୍ବିତୀୟ ସ୍ବିକେଲକୁ ନେଇ ସୂଚନା ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଜୟ ହନୁମାନ ଅର୍ଥାତ ଫିଲ୍ମର ଦ୍ବିତୀୟ ସ୍ବିକେଲର ସୁଟିଂ ଆରମ୍ଭ ହୋଇଯାଇଛି।

ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ହନୁମାନର ପାର୍ଟ ୨ ଜୟ ହନୁମାନର ସୁଟିଂ ଆର୍ମଭ ହୋଇଥିବା ନେଇ ପ୍ରକାଶ କରିଛନ୍ତି । ଫିଲ୍ମର ପ୍ରି ପ୍ରଡକ୍ସନ କାମ ମଧ୍ୟ ଆରମ୍ଭ ହୋଇଛି । ପ୍ରକାଶ ଥାଉକି, ଗତକାଲି(ସୋମବାର) ପ୍ରଶାନ୍ତ ବର୍ମା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ଜୟ ହନୁମାନ ବିଷୟରେ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ଜୟ ହନୁମାନ ଫିଲ୍ମର ପ୍ରଥମ ଅଫିସିଆଲ୍ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ପୋଷ୍ଟରରେ ଭଗବାନ ରାମଙ୍କ ଚରଣରେ ହନମାନଙ୍କୁ ଦେଖିବାକୁ ମିଳିଛି ।

ପୋଷ୍ଟରରୁ ଜଣାପଡୁଛି ଯେ ରାମଙ୍କ ଚରିତ୍ର ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମ 'ହନୁମାନ'ରେ କେବଳ ହନୁମାନଙ୍କ ଚରିତ୍ରକୁ ପରିବେଷିତ ହୋଇଛି । ମେକର୍ସ ଏହାକୁ ନେଇ ବହୁତ ଜଲଦି ପ୍ରକାଶ କରିବେ । ତେବେ ଜୟ ହନୁମାନ ଚଳଚ୍ଚିତ୍ରରେ ଆରଆରଆର ଅଭିନେତା ରାମ ଚରଣ ପ୍ରଭୁ ରାମ ଭୂମିକାରେ ଅଭିନୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ନିର୍ମାତାମାନେ ଏପର୍ଯ୍ୟନ୍ତ କିଛି ପ୍ରକାଶ କରି ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ- ହନୁମାନ ନିର୍ମାତାଙ୍କ ବଡ ହୃଦୟ, ରାମ ମନ୍ଦିର ପାଇଁ ଦାନ କଲେ ୨.୬୬ କୋଟି

ସୂଚନା ଥାଉ କି, ମକର ସଂକ୍ରାନ୍ତି ଅବସରରେ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ହନୁମାନ ରିଲିଜ ହୋଇଥିଲା । ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ଦର୍ଶକଙ୍କ ମନ ଜିତୁଛି । ଭାରତର ବକ୍ସ ଅଫିସରେ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ୧୦ ଦିନ ମଧ୍ୟରେ 'ହନୁମାନ' ୧୦୦ କୋଟି ଟଙ୍କା ପାର୍ କରି ମୋଟ ୧୨୩.୭୫ କୋଟି ଆୟ କରିଥିଲା ଏବଂ ଏହି ଫିଲ୍ମ ବିଶ୍ବରେ ୨୦୦ କୋଟି ଆୟ କରି ସଫଳତା ହାସଲ କରିଛି ।

ABOUT THE AUTHOR

...view details