ଓଡିଶା

odisha

By ETV Bharat Odisha Team

Published : Mar 24, 2024, 4:39 PM IST

ETV Bharat / entertainment

ଓଡ଼ିଆ ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନୀ ଉପରେ ଫିଲ୍ମ, ଜୁନରୁ ସୁଟିଂ ଆରମ୍ଭ - Biography of sesha kishan

Sesha kishan from Balasingha to Berlin: ଓଡ଼ିଆ ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ ବଲାସିଙ୍ଘାରୁ ବର୍ଲିନ’ । ଜୁନ୍ ମାସରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ । ଅଧିକ ପଢନ୍ତୁ

Sesha kishan from Balasingha to Berlin
Sesha kishan from Balasingha to Berlin

Sesha kishan from Balasingha to Berlin

ଭୁବନେଶ୍ବର:ଓଡ଼ିଆ ବୈଜ୍ଞାନିକଶେଷ କିଷାନଙ୍କ ଜୀବନ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ ବଲାସିଙ୍ଘାରୁ ବର୍ଲିନ’ । ଜୁନ୍ ମାସରୁ ଆରମ୍ଭ ହେବ ଚଳଚ୍ଚିତ୍ରର ସୁଟିଂ । ଏନେଇ ଚଳଚ୍ଚିତ୍ରର ଟାଇଟଲ ଘୋଷଣା ହୋଇଯାଇଛି । ତେବେ ଏଥିରେ ଆମ ମାଟିର ପୁଅ ଅର୍ଥାତ ଶେଷ କିଷାନଙ୍କ ସଂଘର୍ଷ ଓ ସଫଳତା କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ । ଚଳଚ୍ଚିତ୍ର ରଶ୍ମି ଧଳ ପ୍ରଡକ୍ସନ୍ସ ଏବଂ ନିର୍ମଳ ଜୟସ୍ବାଲ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି । ପ୍ରଯୋଜନା ଦାୟିତ୍ଵରେ ରହିଛନ୍ତି ରଜତ ଧଳ ଏବଂ ନିର୍ମଳ ଜୟସ୍ବାଲ । ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ଓଲିଉଡ ଓ ବଲିଉଡର ପ୍ରତିଭାବାନ ନିର୍ଦ୍ଦେଶକ ସୁଶାନ୍ତ ମଣି ।

ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ଅଭିନେତା ସ୍ୱରାଜ ବାରିକ । ଅଭିନେତ୍ରୀ କୁକିଜ୍ ସ୍ୱାଇଁ ମୁଖ୍ୟ ଭୂମିକାରେ ମଧ୍ୟ ନଜର ଆସିବେ । ସେହିପରି ଡକ୍ଟର ଶେଷ କିଷାନଙ୍କ ଜୀବନରେ ଯୋଡି ହୋଇଥିବା ଜୀବନସାଥି ଭୂମିକାରେ ନଜର ଆସିବେ କୁକିଜ୍ ସ୍ୱାଇଁ । ଡକ୍ଟର ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପିଢ଼ିର ଛାତ୍ର ସମାଜ ତଥା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ହେବ । ଉତ୍କଟ ଦାରିଦ୍ରତାର ଶେଷ ସୀମାରେ ଥିଲେ ଶେଷ । ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ । ଅନେକ ଅଭାବ ଅନଟନ ଦେଇ ବାପାମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ବୁଲ ଭାତ ଖାଇ, ପର ଘରେ ମଜୁରୀ ଲାଗି, ଗାଈ, ଛେଳି ଚରାଇ ପିଲାଦିନ କାଟିଥିଲେ । ଶେଷଙ୍କର ସେଦିନ ଶେଷ ହୋଇସାରିଛି । ଏବେ ସେ ସଫଳତାର ଶୀର୍ଷରେ ।

ଏହା ମଧ୍ୟ ପଢନ୍ତୁ-ଇମ୍ରାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଫିଲ୍ମ 'ଓଜି'ରୁ ଅଭିନେତାଙ୍କ ପ୍ରଥମ ଲୁକ୍‌ ଆଉଟ୍‌

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଧିନସ୍ଥ ବଲାସିଙ୍ଘା ଗାଁର କିଷାନ ପୁଅ ଆଜି ବିନା ପଇସାରେ ଗାଁ ଚାଟଶାଳୀରୁ ପାଠପଢା ଆରମ୍ଭ କରି ନବୋଦୟ, ତା’ପରେ ନାଇଜରରୁ ପାଠ ସାରି ସୁଦୂର ଜର୍ମାନ ଯାତ୍ରା କରି ସାଜିଲେ ଜଣେ ସୁଖ୍ୟାତ ବୈଜ୍ଞାନିକ। ଯେଉଁ ସ୍ବପ୍ନ ତାଙ୍କୁ ଶୋଇବାକୁ ଦେଇନଥିଲା, ସେ ସ୍ବପ୍ନ ତାଙ୍କର ପୂରଣ ହୋଇଛି । ସେହି ଅଭାବୀ, ଅସହାୟ, କଷ୍ଟସହିଷ୍ଣୁ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ଚଳଚ୍ଚିତ୍ର ଟାଇଟଲ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଘୋଷଣା ହୋଇଯାଇଛି । ଏହି ଟାଇଟଲ ଘୋଷଣା ଅବସରରେ ବୈଜ୍ଞାନିକ ଡକ୍ଟର ଶେଷ କିଷାନ, ତାଙ୍କ ସହଧର୍ମିଣୀ ଜୟଶ୍ରୀ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ରଶ୍ମି ଧଳ, ରଜତ ଧଳ, ପ୍ରଯୋଜକ ନିର୍ମଳ ଜୟଶ୍ୱାଲ, ନାଇଜରର ପ୍ରଫେସର ଡକ୍ଟର ହିମାଂଶୁ ବିଶ୍ୱାଳ, ନବୋଦୟର ପ୍ରିନସିପାଲ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details