ହାଇଦ୍ରାବାଦ: ବକ୍ସ ଅଫିସରେ ଧମାଲ ମଚାଉଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ଫାଇଟର । ଓପନିଂ ଦିନରେ ଫିଲ୍ମ ୨୦କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଥିଲା । ତେବେ ପ୍ରଥମ ଦିନରେ ପଠାନ କିମ୍ବା ଜଓ୍ବାନର ରେକର୍ଡ ଭାଙ୍ଗିନଥିଲେ ଭଲ ଆୟ କରିଥିଲା । ତେବେ ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନର କଲେକ୍ସନ ବୃଦ୍ଧି ପାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦୁଇ ଦିନ ମଧ୍ୟରେ 60 କୋଟି ଟଙ୍କା କଲେକ୍ସନ କରିଛି ।
37.6 କୋଟି ସହିତ ସାରା ବିଶ୍ବରେ ଓପନିଂ କରିଥିଲା ଫାଇଟର । ତେବେ ପ୍ରଥମ ଦିନରେ 20କୋଟିରୁ ଅଧିକ ଆୟ କରିଥିବା ବେଳେ ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ 75 ପ୍ରତିଶତ ଅଧିକ ଆୟ କରିଛି କମ୍ପାନୀ । ବ୍ୟାଙ୍ଗ-ବ୍ୟାଙ୍ଗ ଏବଂ ଓ୍ବାର ପରେ ହ୍ରିତିକଙ୍କ ଏହା ତୃତୀୟ ଫିଲ୍ମ, ଯେଉଁଥିରେ ତାଙ୍କୁ ମେଗା ବ୍ଲକବାଷ୍ଟକ ଟ୍ୟାଗ ମିଳିଛି । ଫାଇଟର ଦ୍ବିତୀୟ ଦିନରେ 40 କୋଟି ଟଙ୍କା ଆୟ କରିଛି । କିନ୍ତୁ କେତେକ ରିପୋର୍ଟ ଅନୁସାରେ ଫିଲ୍ମର କଲେକ୍ସନ 40 କୋଟିରୁ ଅଧିକା ଅର୍ଥାତ 42ରୁ 45 କୋଟି କଲେକ୍ସନ କରିଛି ।