ହାଇଦ୍ରାବାଦ:କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି' ଚଳିତ ବର୍ଷ ଜାନୁଆରୀ ୧୭ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକ ଏବଂ ସମାଲୋଚକମାନଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା । ଥିଏଟର ପରେ, 'ଏମରଜେନ୍ସି' OTTରେ ଷ୍ଟ୍ରିମ୍ ହେବାକୁ ପ୍ରସ୍ତୁତ । କଙ୍ଗନା ରାଣାୱତ ଆଜି, ଫେବୃଆରୀ 21 ତାରିଖରେ ତାଙ୍କର ନୂଆ ଫିଲ୍ମର OTT ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି ।
Emergency OTT release (Kangana Ranaut Post) ଏହି ପ୍ଲାଟଫର୍ମରେ ରିଲିଜ 'ଏମରଜେନ୍ସି'
ଥିଏଟରରେ ରିଲିଜ ହେବାର ଗୋଟିଏ ମାସ ପରେ, କଙ୍ଗନା ରାଣାୱତ ତାଙ୍କର ଫିଲ୍ମ 'ଏମରଜେନ୍ସି'ର OTT ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଶୁକ୍ରବାର ଦିନ, ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ମାଧ୍ୟମରେ 'ଏମର୍ଜେନ୍ସି'ର OTT ରିଲିଜ୍ ତାରିଖ ଏବଂ ପ୍ଲାଟଫର୍ମ ସେୟାର କରିଛନ୍ତି । ସେ ଇନ୍ଦିରା ଗାନ୍ଧୀଙ୍କ ଫଟୋର ଏକ କୋଲାଜ୍ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, '୧୭ ମାର୍ଚ୍ଚରେ ନେଟଫ୍ଲିକ୍ସରେ' ।
'ଏମରଜେନ୍ସି' ବକ୍ସ ଅଫିସ କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁଯାୟୀ, ୧୭ ଜାନୁଆରୀ, ୨୦୨୫ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା 'ଏମରଜେନ୍ସି' ପ୍ରଥମ ଦିନରେ ୨.୫ କୋଟି ଟଙ୍କା କଲେକ୍ସନ କରିଥିଲା । ପ୍ରଥମ ସପ୍ତାହରେ ଫିଲ୍ମଟି ୧୪.୩ କୋଟି, ଦ୍ୱିତୀୟ ସପ୍ତାହରେ ୩.୧୮ କୋଟି ଏବଂ ତୃତୀୟ ସପ୍ତାହରେ ୮୧ ଲକ୍ଷ ଆୟ କରିଥିଲା । ୨୪ ଦିନ ପରେ, ଚଳଚ୍ଚିତ୍ରଟି ଥିଏଟରରୁ ହଟାଇ ଦିଆଯାଇଥିଲା । ଏହି 24 ଦିନରେ, ଫିଲ୍ମଟି ଭାରତରେ 18.31 କୋଟି ରୋଜଗାର କରିଛି । ଯେତେବେଳେ 'ଏମରଜେନ୍ସି' ସାରା ବିଶ୍ୱରେ ୨୩.୭୫ କୋଟି ଟଙ୍କାର ବ୍ୟବସାୟ କରିଥିଲା ।
ଏହା ମଧ୍ୟ ପଢନ୍ତୁ:'ଏମରଜେନ୍ସି' ବିବାଦ ମଧ୍ୟରେ ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା, 'ଭାରତ ଭାଗ୍ୟ ବିଧାତା'ରେ ଆସିବେ ନଜର
'ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ,ଏହି ଚଳଚ୍ଚିତ୍ରଟି, 1975-1977 ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 1975 ଜୁନ 25 ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । କଙ୍ଗନାଙ୍କ ସମେତ ଏଥିରେ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ