ହାଇଦ୍ରାବାଦ:ବିଦେଶୀ ଗାୟକ ଏଡ ଶୀରନ ବର୍ତ୍ତମାନ ତାଙ୍କ କନସର୍ଟ ପାଇଁ ଭାରତରେ ଅଛନ୍ତି । ପୁଣେ, ହାଇଦ୍ରାବାଦରେ କନସର୍ଟ ସରିବା ପରେ ଏବେ ସେ ଚେନ୍ନାଇରେ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କର କନସର୍ଟ 5 ଫେବୃଆରୀରେ(ଆଜି) YMCA ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱସ୍ତରୀୟ ପପ୍ ଆଇକନ୍ ଏଡ୍ ଶୀରନ କନସର୍ଟ ପୂର୍ବରୁ ଭାରତୀୟ ଲୋକପ୍ରିୟ ସଂଗୀତକାର ଏଆର ରେହମାନଙ୍କୁ ଭେଟିଛନ୍ତି । ଏଥିସହ ସେ ଚେନ୍ନାଇରେ ଦେଶୀ ଆତିଥ୍ୟ ମଧ୍ୟ ଉପଭୋଗ କରିଛନ୍ତି । ସେ ଦେଶୀ ହେଡ୍ ମସାଜର ମଧ୍ୟ ମଜା ନେଇଛନ୍ତି । ସେ ଏହି ବିଶେଷ ମୁହୂର୍ତ୍ତକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।
ହେଡ୍ ମସାଜ୍ ନେଲେ ଏଡ ଶୀରନ
ଏଡ୍ ଶୀରନ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଶୀ ଆତିଥ୍ୟ ଉପଭୋଗ କରୁଥିବାର ଏକ ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓରେ, ଶୀରନଙ୍କୁ ଦେଶୀ ହେଡ୍ ମସାଜ୍ କରୁଥିବାର ଦେଖାଯାଉଛି । ଭିଡିଓରେ, ଜଣେ ମସାଜର୍ ଏଡ୍ ଶୀରନଙ୍କ ମୁଣ୍ଡ ମାଲିସ କରୁଥିବାର ଦେଖିବାକୁ ମିଳୁଛି । ମସାଜ୍ କରିବା ସମୟରେ, ସେ ଏହାକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖାଯାଇଛି, 'ଚେନ୍ନାଇରେ ଏଡ୍ ହେଡ୍ ମସାଜ୍ କରୁଛନ୍ତି'। ଶୀରନ୍ ଏହି ଭିଡିଓଟିକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ଏହା ଏକ ପ୍ରକାରର ଚାପୁଡ଼ା'।
ଏଆର ରେହମାନଙ୍କୁ ଭେଟିଲେ