ଭୁବନେଶ୍ୱର:ରଜରେ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ବାସ୍ତବ' । ଏହା ପୂର୍ବରୁ 'ବାସ୍ତବ'ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ ବିଧିବଦ୍ଧ ଭାବେ ଚଳଚ୍ଚିତ୍ରର ଶୁଭାରମ୍ଭ କରିଛନ୍ତି । 'ବାସ୍ତବ' ଚଳଚ୍ଚିତ୍ର ସହ ଓଲିଉଡରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ତୁଷାର ବେଦୀ । ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ନେଇ ଖୁସିବ୍ୟକ୍ତ ସହ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।
Subha Muhurat Of Odia Film Vaastav (ETV Bharat Odisha)
ଓଲିଉଡରେ ଡେବ୍ୟୁ କରିବେ ତୁଷାର ବେଦୀ
'ବାସ୍ତବ'ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡରେ କାମ କରୁଥିବା ଓଡ଼ିଆ ପୁଅ ତୁଷାର ବେଦୀ । ସେ ସଂଖ୍ୟାଧିକ ହିନ୍ଦୀ ଧାରାବାହିକ ଓ ସିନେମାରେ ଅଭିନୟ କରିଛନ୍ତି । 2023ରେ ମୁକ୍ତିଲାଭ କରିଥିବା ବ୍ଲକବ୍ଲଷ୍ଟର ବଲିଉଡ ଚଳଚ୍ଚିତ୍ର 'ଆନିମଲ' ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ । କେବଳ ଏତିକି ନୁହେଁ ସେ 'ରକି ଔର ରାନୀ କି ପ୍ରେମ କାହାନୀ'ରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ଏହା ତାଙ୍କର ପ୍ରଥମ ଓଡ଼ିଆ ସିନେମା ।
'ନିଜ ମାଟିରେ କାମ କରିବାର ସୁଯୋଗ ପାଇଥିବାରୁ ଖୁସି'
କହିରଖୁଛୁ କି, ତୁଷାର ଜଣେ ଓଡ଼ିଆ ପୁଅ । ସେ ବ୍ରହ୍ମପୁର ବାସିନ୍ଦା ହୋଇଥିବା ବେଳେ ଅଭିନେତା ହେବାର ଇଚ୍ଛା ରହିଥିଲା । ଫଳରେ ସେ ପ୍ରାୟ 10 ବର୍ଷ ହେଲା ସହରରୁ ବାହାରେ ରହିଥିଲେ । ତେବେ ବର୍ତ୍ତମାନ ସେ ଓଡ଼ିଶା ଆସିଥିବା ବେଳେ ନିଜ ମାଟି ଅର୍ଥାତ୍ ଓଡିଆ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବା ନେଇ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''ଏଠାକାର କଳା, ସଂସ୍କୃତି ମୋତେ ବେଶ ଭଲ ଲାଗେ । ଏଣୁ ମୁଁ ଭାବୁଛି ଏଠାରେ ମଧ୍ୟ କାମ କରି ଆଗକୁ ବଢିବା ଦରକାର । ମୋର ଓଡ଼ିଆ ସ୍ପଷ୍ଟ ନାହିଁ କାରଣ ମୁଁ 10 ବର୍ଷ ବାହାରେ ଥିଲି । ଏହି ଅଫର୍ ପାଇ ମୁଁ ବହୁତ ଖୁସି । ବଲିଉଡ ସହ ଆମ ଭାଷାର ଚଳଚ୍ଚିତ୍ରରେ କାମ କରି ଓଡ଼ିଆ ସିନେମା ଶିଳ୍ପକୁ ବିଶ୍ୱରେ ଏକ ନୂଆ ଦିଶାରେ ପହଂଚାଇବା ଲକ୍ଷ୍ୟକୁ ନେଇ ମୁଁ ଏଠାରେ କାର୍ଯ୍ୟ କରିବି ।''
Subha Muhurat Of Odia Film Vaastav (ETV Bharat Odisha) Tushar Bedi Ollywood Debut With Vaastav (ETV Bharat Odisha) 'ବାସ୍ତବ' ଷ୍ଟାରକାଷ୍ଟ
ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଙ୍କିତା ଦାଶ । ଅଙ୍କିତାଙ୍କୁ ଏହି ସିନେମାରେ ଏକ ଭିନ୍ନ ଚଳଚିତ୍ରରେ ଦେଖିବାକୁ ମିଳିବ । ଯେଉଁଥିରେ ସେ ରକ୍ତମୁଖ ଏକ ଭୟଙ୍କର ସସପିଏନ୍ସ ଭରା ଚରିତ୍ରରେ ନଜର ଆସିବେ । ତୁଷାର ଓ ଅଙ୍କିତାଙ୍କର ଏହା ପ୍ରଥମ କେମେଷ୍ଟ୍ରି ରହିଥିବା ବେଳେ ଦୁଇଜଣଙ୍କ ଯୋଡି ଦର୍ଶକଙ୍କୁ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି । ଏହି ସିନେମାରେ ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ରବି ମିଶ୍ର, ପ୍ରତିଭା ପଣ୍ଡା, ତପି ମିଶ୍ର, ମିଟୁ ମିଥୁନ, ରତନ ମେହେର, ଟନିଆ ଭାଇ, ସୋନାଲି ବିଜୟ ଓ ଧୋନି ପ୍ରମୁଖ କଳାକାର ।
ଏହା ମଧ୍ୟ ପଢନ୍ତୁ:ପରଦାକୁ ଆସିଲା 'ସନାତନୀ’, ଫିଲ୍ମ ଦେଖିଲେ ସାଧୁ-ସନ୍ଥ
Subha Muhurat Of Odia Film Vaastav (ETV Bharat Odisha) ସୂଚନା ଥାଉ କି,ବନସ୍ଵର୍ଣ୍ଣ ଟେଲିଭିଜନ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅଛନ୍ତି ଡ. ବଦ୍ରିନାଥ ପଟ୍ଟନାୟକ । ସହକାରୀ ପ୍ରଯୋଜନାରେ ଅଛନ୍ତି ନିବେଦିତା ପଟ୍ଟନାୟକ । ଏକ ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଲାଭ ଥ୍ରୀଲର ଓ ସସ୍ପେନ ଭାରି ରହିଥିବା ବେଳେ ରଜ ବଜାରରେ ମନୋରଞ୍ଜନ ପ୍ୟାକେଜକୁ ନେଇ ଆସୁଥିବା ଏହି ସିନେମା ନିଶ୍ଚୟ ଲୋକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଇଟିଭି ଭାରତ, ଭୁବନେଶ୍ୱର