ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏବେ ଉଭୟ ଇଟାଲୀରେ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ କରୁଛନ୍ତି । ଶାହାରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ସମସ୍ତ ବଲିଉଡ ତାରକା ଅନନ୍ତ-ରାଧିକାଙ୍କ କ୍ରୁଜ ପାର୍ଟୀରେ ଯୋଗଦେବା ପାଇଁ ଇଟାଲୀରେ ପହଞ୍ଚିଛନ୍ତି । ତେବେ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ପତ୍ନୀ ଗୌରୀ ଖାନ ଏବଂ ସାନପୁଅ ଅବରାମଙ୍କ ସହ ଇଟାଲୀର ରୋମରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଯାହା ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଉପରେ କରାଯାଉଛି । ସୋସିଆଲ ମିଡିଆରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂର ଫଟୋ ଏବଂ ଭିଡିଓରେ ଶାହାରୁଖ ଖାନଙ୍କୁ ଜନି ଡେପଙ୍କ ଲୁକରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ରଣବୀର କପୁର ସହ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।
ଶାହାରୁଖଙ୍କ ଲୁକକୁ ନେଇ କଣ କହିଲେ ଫ୍ୟାନ୍ସ
ପାର୍ଟି ପାଇଁ ରଣବୀର ଏକ କାଜୁଆଲ୍ ଲୁକ୍ ବାଛିଥିଲେ ଏବଂ ସେ ଏକ ବେଜ୍ କୋଟ୍, ପ୍ୟାଣ୍ଟ ସହିତ ଚଷମା ପିନ୍ଧି ତାଙ୍କର ଲୁକ୍ ସମାପ୍ତ କରିଥିଲେ । ଅନ୍ୟପଟେ ଶାହାରୁଖ ବ୍ଲୁ କୋର୍ଟ ପିନ୍ଧିଥିଲେ । ସେପଟେ ଭାଇରାଲ ଭିଡିଓରେ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଭାଇରାଲ୍ ଭିଡିଓରେ ଫ୍ୟାନ୍ସମାନେ ଶାହାରୁଖଙ୍କ ଲୁକ୍ ଉପରେ କମେଣ୍ଟ ଦେଇଥିଲେ ଏବଂ ତାଙ୍କ ଲୁକକୁ ଜନି ଡେପ୍ ସହିତ ତୁଳନା କରିଥିଲେ । ଜଣେ ଫ୍ୟାନ ଲେଖିଛନ୍ତି, "ପାଇରେଟ୍ସ ଅଫ୍ ଦି କାରିବିଆନ୍ ସିକ୍ୱେଲ୍ ଲୋଡ୍ ହେଉଛି ।"