ମୁମ୍ବାଇ:ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନୟ ବ୍ୟତୀତ ନିଜର ଫିଟନେସ ଏବଂ ସମାୟାନୁବର୍ତ୍ତିତା ପାଇଁ ବେଶ୍ ଜଣାଶୁଣା । ବର୍ତ୍ତମାନ ଅଭିନେତା ତାଙ୍କର ଆଗାମୀ ଆକ୍ସନ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ନେଇ ଶିରୋନାମାରେ ରହିଛନ୍ତି । ଏହି ଫିଲ୍ମ ଚଳିତବର୍ଷ ଇଦରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ବଲିଉଡର ଲିଟିଲ ସୁପରହିରୋ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଖିଲାଡି କୁମାର ବଡେ ମିୟାଁ ଓ ଟାଇଗରଙ୍କୁ ଛୋଟେ ମିୟାଁ ଭୂମିକାରେ ଦେଖିବାକୁ ମିଳିବ । ତେବେ ଏହା ପୂର୍ବରୁ ଅଭିନେତା ଅକ୍ଷୟ କୁମାରଙ୍କ ଏକ ଗୀତ ' ଶମ୍ଭୁ' ରିଲିଜ ହେବାରୁ ଯାଉଛି । ଏନେଇ ଆଜି ଅଭିନେତା ଏହାର ଏକ ଝଲକ ଦେଖାଇଛନ୍ତି ।
୨୦୨୩ ମସିହାର ରିଲିଜ ହୋଇଥିବା ଫିଲ୍ମ OMG ରେ ଅଭିନେତାଙ୍କୁ ମହାଦେବଙ୍କ ରୋଲରେ ଦେଖିବାକୁ ମିଳିଥିବା ବେଳେ ପୁଣିଥରେ ତାଙ୍କୁ ଭଗବାନ ଶଙ୍କର ଭୂମିକାରେ ଦେଖିବାକୁ ମିଳିବ । ଖିଲାଡି କୁମାର ଆଗାମୀ ଗୀତ 'ଶମ୍ଭୁ'ର ଟିଜର ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ଶଙ୍କରଙ୍କ ଭଳି ତାଣ୍ଡବ କରୁଥିବା ଦେଖିବାକୁ ମିଳିଛି । ତେବେ ଅଭିନେତା ଗୀତର ଟିଜର ସେୟାର କରି ଲେଖିଛନ୍ତି , ଜୟ ମହାକାଳ, ଫେବୃଆରୀ ୫ରେ ଗୀତ ରିଲିଜ ହେବାକୁ ଯାଉଛି ।